ବାରମ୍ବାର ଅଭିଯୋଗ ପରେ ତତ୍ପରତା ଦେଖାଇଲା ପ୍ରଶାସନ

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.): ବାଲି ଚୋରାଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ଶୁକ୍ରବାର ଗଞ୍ଜାମ ଥାନା ପୋଲିସ ଚଢ଼ାଉ କରି ବେଆଇନ ବାଲି ଚାଲାଣ ହେଉଥିବା ଏକ ଟ୍ରାକ୍ଟର (ନଂ.ଓଡି ୦୭୭-ବି- ୯୬୦୩)କୁ ଜବତ କରିଥିବା ମହିଳା ଏସ୍‌ଆଇ ସୁପ୍ରଭା ସାହୁ ସୂଚନା ଦେଇଛନ୍ତି l ଅନ୍ୟପକ୍ଷେ ଗାଡ଼ି କାଗଜପତ୍ର ଠିକ୍‌ ନ ଥିବା ପୋଲିସ ଥାନା ପକ୍ଷରୁ କୁହାଯାଇଛି। ହେଲେ ବାଲି ଚାଲାଣ କରୁଛି ଜଣେ, ନାଁ ହେଉଛି ଅନ୍ୟ ଜଣେ ବୋଲି ଚର୍ଚ୍ଚା ହେଉଛି। ରାଜନୈତିକ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ବାସ୍ତବରେ ଏହାର ଫାଇଦା ସହରର କିଛି ବ୍ୟକ୍ତି ନେଉଥିବା ଦେଖିବାକୁ ମିଳିଛି। ଖୁବ୍‌ଶୀଘ୍ର ବାଲି ଚୋରାଚାଲାଣର ପର୍ଦ୍ଦାଫାଶ କରାଯିବ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି।