Posted inଜାତୀୟ

ରାମ ମନ୍ଦିର ପରେ ଅଯୋଧ୍ୟାକୁ ମିଳିବ ମସଜିଦ, ଜାଣନ୍ତୁ କେବେ ହେବ ପ୍ରତିଷ୍ଠା

ଅଯୋଧ୍ୟା,୨୧।୧: ଜାନୁଆରୀ ୨୨ ଅର୍ଥାତ୍‌ ସୋମବାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି। ରାମ ମନ୍ଦିର ବିବାଦୀୟ ଭୂମିକୁ ନେଇ ୨୦୧୯ରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ରାୟବେଳେ ଅଯୋଧ୍ୟାରେ ରାମ ମନ୍ଦିର ସହ ମସଜିଦ ନିର୍ମାଣ ପାଇଁ ଭୂମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅଯୋଧ୍ୟା ସହର ଠାରୁ ପ୍ରାୟ ୨୫କିମି ଦୂର ଧତ୍ରୀପୁର ନାମକ ଗାଁରେ ମସଜିଦ ନିର୍ମାଣ ପାଇଁ ୫ଏକର ଯାଗା ଚିହ୍ନଟ ହୋଇଥିଲା। କିନ୍ତୁ ଏବେ ଯାଏଁ ସେଠାରେ ମସଜିଦ ନିର୍ମାଣ ଆରମ୍ଭ ହୋଇନାହିଁ। ନିର୍ମାଣକୁ ନେଇ ବିଳମ୍ବ ଦେଖାଯିବାରୁ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବାବ୍ରି ମସଜିଦର ପକ୍ଷ ରଖିଥିବା ଇକବାଲ ଅନସାରୀ ଓ୍ବାର୍କ ବୋର୍ଡ ଉପରେ ଅସନ୍ତୋଷ ଝାଡିଛନ୍ତି।

କହିରଖୁଛୁ କି, ଓ୍ବାର୍କ ବୋର୍ଡ ମସଜିଦ ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିଥିଲା। ଯାହାର ନାଁ ଇଣ୍ଡୋ ଇସଲାମିକ କଲଚରାଲ ଫାଉଣ୍ଡେଶନ। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମନୁଯାୟୀ, ଟ୍ରଷ୍ଟର ବିକାଶ କମିଟିର ମୁଖ୍ୟ ହାଜେ ଅରଫାତ ଶେଖ କହିଛନ୍ତି, ଚଳିତ ବର୍ଷ ମଇରେ ମସଜିଦ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରମଜାନ ପରେ ମସଜିଦ ନିର୍ମାଣ ଆରମ୍ଭ ହେବ ଏବଂ କାମ ସରିବା ପାଇଁ ୩-୪ବର୍ଷ ସମୟ ଲାଗିବ।

ସୂଚନା ମୁତାବକ, ମୁସଲିମ ସମୁଦାୟ ମସଜିଦ ନିର୍ମାଣ ପାଇଁ ଫଣ୍ଡ କମ୍‌ ଥିବା ସମସ୍ୟାରେ ଜୁଝୁଛନ୍ତି। ଆଇଆଇସିଏଫ ଅଧ୍ୟକ୍ଷ ଜୁଫାର ଅହମ୍ମଦ କହିଛନ୍ତି, ମସଜିଦ ପାଇଁ କୌଣସି ଜନ ଆନ୍ଦୋଳନ ହେଉନାହିଁ ଯାହାଯୋଗୁ ନିର୍ମାଣ ପାଇଁ କାହାର ଆନ୍ତରିକତା ଦେଖାଯାଉ ନାହିଁ।

ଏହି ନୂଆ ମସଜିଦର ନାଁ ମଧ୍ୟ ଚୂଡାନ୍ତ ହୋଇଛି। ଏହାର ନାଁ ମସଜିଦ ମୁହମ୍ମଦ ବିନ ଅବଦୁଲ୍ଲାହ ରହିଛି। ପେଗାମ୍ବର ମହମ୍ମଦଙ୍କ ନାଁରେ ଏହି ମସଜିଦ ପିର୍ମାଣ ହେଉଛି। ଯେଉଁଠି କି ବାବ୍ରି ମସଜିଦର ନାମ ମୋଗଲ ବାବରଙ୍କ ନାଁରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri