ବର୍ଷା ପରେ ପଶିଲା ବୁଦ୍ଧି

ଅନୁଗୋଳ ଅଫିସ, ୨୨।୬  – ମୌସୁମୀ ବର୍ଷା ଆରମ୍ଭରୁ ଅନୁଗୋଳ ସହରରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ ଜାଗା ସହ ପୌରାଞ୍ଚଳର ୨୩ଟି ଓ୍ବାର୍ଡରେ ଥିବା ଡ୍ରେନ୍‌ର ବହୁ ଅଂଶ ଜବରଦଖଲ କରାଯାଇଥିବାରୁ ଏପରି ଅସୁବିଧା ଦେଖାଦେଇଛି। ଜବରଦଖଲକାରୀମାନେ ଡ୍ରେନ୍‌ ଉପରେ କେଉଁଠି ଘର ତ ଆଉ କେଉଁଠି ଦୋକାନ, ଶୌଚାଳୟ ନିର୍ମାଣ କରିଛନ୍ତି। ଫଳରେ ଆବର୍ଜନା ସହ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଓ ଘର ସମ୍ମୁଖରେ ଜମି ରହୁଥିବାରୁ ସହରରେ ଜନଅସନ୍ତୋଷ ଦେଖାଦେଇଛି। ମୌସୁମୀ ବର୍ଷା ପରେ କେତେଜଣଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। ତେବେ ବର୍ଷା ସହ ଅସନ୍ତୋଷ ବଢ଼ୁଥିବା ଦେଖି ଏବେ ପୌର କର୍ତ୍ତୃପକ୍ଷଙ୍କ ବୁଦ୍ଧି ପଶିଛି। ଡ୍ରେନ୍‌ ଜବରଦଖଲ ହଟାଇବାକୁ ସହରରେ ଡାକବାଜି ଯନ୍ତ୍ର ଜରିଆରେ ପ୍ରଚାର ଆରମ୍ଭ ହୋଇଛି।
କିଛି ଦିନ ହେବ ଅନୁଗୋଳ ସହରରେ ଦୈନିକ ବର୍ଷା ହେଉଛି। ଫଳରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଅନେକ ସ୍ଥାନରେ ଜମି ରହୁଛି। ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ପାଣି ପଶୁଛି। ଡ୍ରେନ୍‌ ଜବରଦଖଲ କାରଣରୁ ଏପରି ହେଉଥିବା ପୌର କର୍ତ୍ତୃପକ୍ଷ ଜାଣିପାରିଛନ୍ତି। ମୁଖ୍ୟତଃ ବଜାର ଛକରୁ ଶଙ୍କର ସିନେମା ରୋଡ୍‌ ଦେଇ ଯାଇଥିବା ଗାନ୍ଧୀଛକ ରାସ୍ତାରେ କେତେଜଣ ବ୍ୟବସାୟୀ ଡ୍ରେନ୍‌ ପୋତି ଦୋକାନ ଘର ବୃଦ୍ଧି କରିଛନ୍ତି। ଡିିଆଇସି ଛକରୁ ଶିମିଳିପଡ଼ାକୁ ଯାଇଥିବା ରାସ୍ତା ପାର୍ଶ୍ୱରେ ଡ୍ରେନ୍‌କୁ ପୋତାଯାଇ ଜନବସତି ଗଢ଼ି ଉଠିଛି। ହେମସୁରପଡ଼ାର ଏକ ଗଳିରେ ଡ୍ରେନ୍‌ ଉପରେ ଘର ନିର୍ମାଣ ସହ ପାର୍କିଂ ସେଡ୍‌, ଶୌଚାଳୟ ନିର୍ମାଣ ହୋଇଛି। ମିଶ୍ରପଡ଼ା, ବଣିଆବାହାଳ, ଲକି ଟାଇଜ୍‌ ଛକ, ବ୍ରାହ୍ମଣୀଦେଇପଡ଼ା, ଶୁକୁଆ ସାହି, ପିଟିସି ପଛପାର୍ଶ୍ୱ, ଅମଲାପଡ଼ା ଆଦି ଅଞ୍ଚଳରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏପରି କି ଡ୍ରେନ୍‌ କେଉଁଠି ରହିଛି, ତାହା ଜାଣିବା ମୁସ୍‌କିଲ ହୋଇପଡ଼ୁଛି। ଆଗାମୀ ଦିନରେ ଲଗାଣ ବର୍ଷା ହେଲେ ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ଜଟିଳ ହୋଇପଡ଼ିବ ବୋଲି କୁହାଯାଉଛି। ତେଣୁ ବେଳ ଥାଉ ଥାଉ ପ୍ରତିକାର କରିବାକୁ ପୌର କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ସ୍ଥାନରେ ଜବରଦଖଲ ଚିହ୍ନଟ କରାଯିବା ସହ ବୁଲଡୋଜର ଲଗାଇ ଏହାକୁ ଭାଙ୍ଗିବାକୁ ଯୋଜନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri