ମଣ୍ଡିରୁ ଉଠୁନି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ

କୋଷାଗୁମୁଡ଼ା, ୨୧।୧୨(ଡି.ଏନ୍‌.ଏ.): ଚଳିତ ବର୍ଷ ଆରମ୍ଭରୁ ଦେଖାଦେଇଛି ଖରିଫ ଧାନମଣ୍ଡିରେ ଅବ୍ୟବସ୍ଥା। ପ୍ରଥମ ଦିନରୁ ଧାନମଣ୍ଡିରେ ଅଚଳାବସ୍ଥା। ଉଠିପାରିନାହିଁ ମଣ୍ଡିରୁ ଚାଷୀଙ୍କ ଧାନ। ବିଭାଗ ମିଲର୍ସଙ୍କୁ ସୁହାଇଲା ଭଳି ଧାନ ବିକ୍ରି ପାଇଁ ଚାଷୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଚାଷୀ। କୁଇଣ୍ଟାଲ ପିଛା ୫ରୁ ୬ କି.ଗ୍ରା. କଟ୍‌ନିକୁ ବିରୋଧକରି ୨ଦିନ ହେବ ମଣ୍ଡିରେ ପଡ଼ିରହିଛି ଚାଷୀଙ୍କ ଧାନ। କଟ୍‌ନି ଛଟ୍‌ନିକୁ ନେଇ ଚାଷୀ ମିଲର୍ସ ମୀମାଂସା ନ ହୋଇ ଦେଖାଦେଇଛି ବିବାଦ। ଫଳ ସ୍ବରୂପ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ବଡ଼ଆମ୍ବଡ଼ା ଚାଷୀ।
କୋଷାଗୁମୁଡ଼ା ଲ୍ୟାମ୍ପ୍‌ସ ଅଧୀନ ବଡ଼ଆମ୍ବଡ଼ା ମଣ୍ଡିରେ ସପ୍ତାହର ସୋମବାର ଓ ମଙ୍ଗଳବାର ବଡ଼ଆମ୍ବଡ଼ା, ସାନଆମ୍ବଡ଼ା, ବିଞ୍ଜିଲି, ଉକିଆପାଲି ପଞ୍ଚାୟତର ଚାଷୀମାନଙ୍କ ଧାନ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି। ସୋମବାର ୧୭୧ ଚାଷୀଙ୍କ ମୋଟ ୧୫୨୫୦ ପ୍ୟାକେଟ ଧାନ ବିକ୍ରି ପାଇଁ ବଡ଼ଆମ୍ବଡ଼ା ମଣ୍ଡିରେ ପଡ଼ିଥିଲା। ଚାଷୀମାନଙ୍କୁ ମିଲର୍ସମାନେ ଧାନର ମାନ ଏଫ୍‌ଏକ୍ୟୁ ନ ଥିବା କହି କଟ୍‌ନି ଛଟ୍‌ନି ବାବଦରେ କୁଇଣ୍ଟାଲ ପିଛା ୫ରୁ ୬ କିଲୋ କାଟିବାକୁ କହିଥିଲେ। ଚାଷୀମାନେ ୨ କିଲୋ କଟ୍‌ନି ପାଇଁ ରାଜି ହୋଇଥିଲେ ମଧ୍ୟ ମିଲର୍ସମାନେ ଏଥିରେ ରାଜି ହୋଇ ନ ଥିଲେ। ଏନେଇ ଚାଷୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ଚାଷୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ମିଲର୍ସଙ୍କୁ ସୁହାଇବା ଭଳି ପଦକ୍ଷେପ ଗ୍ରହଣ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନବିକ୍ରି ପାଇଁ ମିଲର୍ସ ଓ ଚାଷୀଙ୍କ ମଧ୍ୟରେ କୌଣସି ମୀମାଂସା ହୋଇ ନ ପାରି ବାଧ୍ୟହୋଇ ସମସ୍ତ ଚାଷୀ କୋଷାଗୁମୁଡା-ବରଗାଁ ରାସ୍ତାକୁ ଓହ୍ଲାଇ ଦିନ ୧୧ଟାରୁ ଅବରୋଧ କରିଥିଲେ। ଅପରାହ୍ନରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଦୁର୍ଗା ମାଝି ଓ ବ୍ଲକ ଯୋଗାଣ ନିରୀକ୍ଷକ ରାଜେଶ ଶବର, ବଡ଼ଆମ୍ବଡା ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ଯାଇ ଧାନର ମାନ ପ୍ରଥମେ ବିଶ୍ଳେଷଣ କରିବା ପରେ ବିକ୍ରି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବହୁ ବୁଝାଶୁଝା କରିଥିଲେ। ପରେ ଚାଷୀମାନେ ରାସ୍ତାରୁ ହଟିଯାଇଥିଲେ। ପରେ ଚାଷୀମାନଙ୍କ ଧାନର ମାନ ମଧ୍ୟ ପରୀକ୍ଷା କରିଥିଲେ। ଏବେ ଯାଏ କିନ୍ତୁ ଧାନମଣ୍ଡିରେ ରହିଛି। ଚାଲିଥିବା ଅବ୍ୟବସ୍ଥା ଯଦି ଶୀଘ୍ର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଚାଷୀ ବଡ଼ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri