ନବଙ୍କ ହତ୍ୟା ପରେ ସାମାଜିକ ଗଣମାଧ୍ୟମରେ ଭିନ୍ନ ଚର୍ଚ୍ଚା

ଭୁବନେଶ୍ୱର, ୬।୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଭିନ୍ନ ଖୋରାକ୍‌ ଯୋଗାଇଛି। ଜିଲା ଓ ରାଜ୍ୟସ୍ତରରେ ପ୍ରଭାବ ବିସ୍ତାର କରିଥିବା ଏହି ନେତାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ କୁହାଯାଉଥିବା ନିଲମ୍ବିତ ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କୁ କେତେକ ବ୍ୟକ୍ତି ବିଭିନ୍ନ ନିଉଜର କମେଣ୍ଟରେ, ଫେସ୍‌ବୁକ୍‌, ୟୁଟୁବର କମେଣ୍ଟରେ ପ୍ରଶଂସା କରୁଥିବା ଦେଖାଯାଉଛି। କିଏ ଗୋପାଳଙ୍କୁ ସାବାସ୍‌ ପୋଲିସ କହୁଥିବାବେଳେ କିଏ ନବ ମରିଗଲେ ଭଲ ହେଲା ବୋଲି କହୁଛନ୍ତି। ଏକ ନିଉଜ ଚ୍ୟାନେଲ କମେଣ୍ଟରେ ପ୍ରଦୀପ ଦାସ ନାମକ ଜଣେ ବ୍ୟକ୍ତି ମରିଗଲେ ଭଲ ହେଲା ଉଲ୍ଲେଖ କରିଛନ୍ତି। ଝାରସୁଗୁଡ଼ାର ମୀନତି ବହିଦାର ନାମକ ଜଣେ ବୃଦ୍ଧା କହିଛନ୍ତି କାମ ଯେମିତି ଫଳ ସେମିତି। ନବଙ୍କ ମୃତ୍ୟୁରେ ସେ ଖୁସି ବୋଲି ମନ୍ତବ୍ୟ ଦେଇଛନ୍ତି। ବୀରେନ୍ଦ୍ର କର୍ମୀ ନାମକ ଜଣେ ବ୍ୟକ୍ତି ଗୋପାଳଙ୍କୁ ଧନ୍ୟବାଦ ଦେଇ ସେ ସମାଜର ଟିକେ ମଇଳା ସଫା କରିଦେଲେ ବୋଲି କମେଣ୍ଟ କରିଛନ୍ତି। ଟୁନା କୁମାର ନାମକ ଜଣେ ଫେସବୁକ୍‌ ୟୁଜର୍ସ କହିଛନ୍ତି, ଗୋପାଳଙ୍କୁ ପଦୋନ୍ନତି ଦିଆଯାଉ। ଚୋରି, ନାରୀ ଭଳି ନିର୍ଯାତନା କମିଯିବ। ସେହିପରି ମନୋଜ କୁମାର ନାମକ ଅନ୍ୟ ଜଣେ ଫେସବୁକ୍‌ ୟୁଜର୍ସ କହିଛନ୍ତି, ଦୁରାଚାରୀ ନେତାଙ୍କୁ ଗୋପାଳଙ୍କ ଗୁଳିମାଡ ଚେତାବନୀ ସଦୃଶ। ଅନ୍ୟ ଜଣେ ବ୍ୟକ୍ତି ଜୟରାମ ବକ୍ସି ନିଜ ସୋସିଆଲ ମିଡିଆ କମେଣ୍ଟରେ ଲେଖିଛନ୍ତି ଗୋପାଳ ଓଡ଼ିଶା ପୋଲିସର ହିରୋ ଅଫିସର। ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସର୍ବ ସମ୍ମୁଖରେ ଗୁଳିମାଡ କରି ହତ୍ୟା କରିବା ଭାରତୀୟ ରାଜନେତାଙ୍କ ପାଇଁ ଏକ ଶିକ୍ଷା। ଭାଗବତ ବେହେରା ନାମକ ଜଣେ ବ୍ୟକ୍ତି କମେଣ୍ଟରେ ଲେଖିଛନ୍ତି ସାଲ୍ୟୁଟ ଏଏସ୍‌ଆଇ ସାର୍‌। ଏହିପରି ଶହଶହ କମେଣ୍ଟ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri