କ୍ଷମତା ଯିବା ପରେ କାମୁଛି ଦବଦବା: ପୌରାଧ୍ୟକ୍ଷାଙ୍କ ବ୍ୟାନରରେ ରହିଲାନି ନବୀନଙ୍କ ଫଟୋ

ଭଦ୍ରକ,୮।୪(ସନାତନ ରାଉତ): ୱକ୍‌ଫ ବିଲ୍‌ରେ ବିଜେଡିର ରାଜ୍ୟ ସଭା ସଦସ୍ୟଙ୍କ ଭୋଟିଂକୁ ନେଇ ସାରା ରାଜ୍ୟରେ ରାଜନୀତି ହଲ୍‌ଚଲ୍‌ ହୋଇଥିବା ବେଳେ ଭଦ୍ରକରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ରବିବାର ଶ୍ରୀରାମ ନବମୀ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ପାଇଁ ବିଭିନ୍ନ ରାଜନେତାଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସ୍ବାଗତ, ଖାଦ୍ୟ ଓ ପାନୀୟ ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଥିଲା। ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ୍‌ଙ୍କ ପକ୍ଷରୁ ମଧ୍ୟ ସହରର ଟାଉନ ହଲ୍‌ ଛକରେ ଏକ ଷ୍ଟଲ୍‌ କରାଯାଇଥିଲା। ନିଜେ ପୌରାଧ୍ୟକ୍ଷା ଓ ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ଓ ପାନୀୟ ବଣ୍ଟନ କରିଥିଲେ। ଉକ୍ତ ଷ୍ଟଲ୍‌ରେ ଲାଗିଥିବା ବ୍ୟାନରରେ ପୌରାଧ୍ୟକ୍ଷା ଓ ପ୍ରଫୁଲ୍ଲଙ୍କ ଫଟୋ ରହିଥିବା ବେଳେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ନ ଥିବା ଦେଖିବାକୁ ମିଳିଥିଲା। ତାହାକୁ ନେଇ ଭଦ୍ରକର ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି।

ବିଲ୍‌ ସପକ୍ଷରେ ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ର ଭୋଟ ଦେବା ଜଣାପଡ଼ିବା ପରେ ପ୍ରଫୁଲ୍ଲ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନବୀନଙ୍କୁ ଚିଠି ଲେଖିଥିଲେ। ପ୍ରଫୁଲ୍ଲ ୱକ୍‌ଫ ବିଲ୍‌କୁ ବିରୋଧ କରିବା ସହ ମୁସ୍‌ଲିମ୍‌ ସମ୍ପ୍ରଦାୟ ସପକ୍ଷରେ ଥିବାରୁ ତାଙ୍କ ଫଟୋ ଲଗାଯାଇଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ୱକ୍‌ଫ ବିଲ୍‌ ଭୋଟିଂକୁ ନେଇ ବିଜେଡିର ଦ୍ୱନ୍ଦ୍ୱ ଲାଗିଥିବା ବେଳେ କିଛି ଏମ୍‌ପି ବିଲ୍‌ ସପକ୍ଷରେ ଭୋଟ ଦେବାକୁ ନେଇ ସେମାନେ ଅସନ୍ତୁଷ୍ଟ ଅଛନ୍ତି। ଏ ବାବଦରେ ନବୀନ ନିବାସରେ ଭେଟି ବିଲ୍‌କୁ ସମର୍ଥନ ନ ଜଣାଇବା ପାଇଁ ସେମାନେ ଦାବି ମଧ୍ୟ କରିଛନ୍ତି। ଏହି ଅସନ୍ତୋଷ ପାଇଁ ବ୍ୟାନରରେ ନବୀନ ବାବୁଙ୍କ ଫଟୋ ଲଗାଯାଇ ନ ଥିବା ସେ ସ୍ବୀକାର କରିଛନ୍ତି। ତାଙ୍କ ସପକ୍ଷରେ ଥିବାରୁ ପ୍ରଫୁଲ୍ଲ ବାବୁଙ୍କ ଫଟୋ ଲଗାଯାଇଥିବା ସେ କହିଛନ୍ତି।

ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ପକ୍ଷରୁ ଭଦ୍ରକ ପୋଷ୍ଟ ଅଫିସ୍‌ ଛକରେ ଏକ ମଞ୍ଚ କରାଯାଇଥିଲା। ସେଥିରେ ବିଧାୟକ ମଲ୍ଲିକଙ୍କ ସମେତ ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ ପ୍ରମୁଖ ଥିବା ଲକ୍ଷ୍ୟ କରାଯାଇଥିଲା। ଅଳ୍ପ ବ୍ୟବଧାନରେ ବିଜେଡି ନେତାଙ୍କ ୨ଟି ଷ୍ଟଲ ରହିବା ଦଳୀୟ ମନୋମାଳିନ୍ୟ ଥିବା ବିଷୟକୁ ପଦାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri