ହାରିବା ପରେ ଟ୍ରମ୍ପଙ୍କୁ ଫୋନ କଲେ କମଲା, କହିଦେଲେ ବଡ଼ କଥା

ଓ୍ବାଶିଂଟନ୍‌,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ସ୍ବୀକାର କରିଛନ୍ତି କମଲା ହାରିସ୍‌। ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ସ୍ବୀକାର କରିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି। କମଲା କହିଛନ୍ତି, ନିର୍ବାଚନ ପରାଜୟକୁ ସ୍ବୀକାର କରୁଛି। କିନ୍ତୁ ସେସବୁ ସଂଘର୍ଷ ବିରୋଧରେ ହାର ମାନିନି, ଯାହା ଏହି ଅଭିଯାନରେ ଇନ୍ଧନ ଭଳି କାମ ଦେଇଥିଲା।

ଏମିତି ଭବିଷ୍ୟତ ପାଇଁ କାମ ଜାରି ରଖିବି ଯାହା ଆମେରିକା ନିଜ ସ୍ବପ୍ନ, ଆକାଂକ୍ଷାକୁ ପୂରା କରିପାରିବ। ମହିଳାଙ୍କ ଅଧିକାର ଓ ବନ୍ଧୁକ ହିଂସା ବିରୋଧରେ ଲଢେଇ ଜାରି ରଖିବେ। ଦେଶବାସୀଙ୍କ ସମ୍ମାନ ପାଇଁ ଲଢିବାକୁ ସଂକଳ୍ପ ନେଇଛି ବୋଲି ସେ କହିଛନ୍ତି। ଏଥିସହ ସେ ଟ୍ରମ୍ପଙ୍କ ସହ କଥା ହୋଇ ବିଜୟ ପାଇଁ ଅଭିନନ୍ଦନ ଜଣାଇଛି ବୋଲି କହିଛନ୍ତି।

୪ ବର୍ଷର ବ୍ୟବଧାନ ପରେ ରିପବ୍ଲିକାନ୍‌ ଡୋନାଲ୍ଡ ଜେ. ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌କୁ ଫେରିବାକୁ ଯାଉଛନ୍ତି। ନଭେମ୍ବର ୫ରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୭୮ ବର୍ଷୀୟ ଟ୍ରମ୍ପ୍‌ ୨୯୪ ଇଲେକ୍ଟୋରାଲ କଲେଜ ଭୋଟ ପାଇ ନିଜ ବିଜୟ ସୁନିଶ୍ଚିତ କରିଛନ୍ତି। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ମଧ୍ୟରୁ ଭାରତୀୟ ସମୟ ବୁଧବାର ରାତି ୧ଟା ସୁଦ୍ଧା ୫୦୨ ଭୋଟ ଫଳ ଜଣାପଡ଼ିଛି। ଟ୍ରମ୍ପଙ୍କ ଡେମୋକ୍ରାଟିକ୍‌ ଚ୍ୟାଲେଞ୍ଜର ତଥା ଉପରାଷ୍ଟ୍ରପତି କମଲା ହାରିସ୍‌ ୨୨୩ ଭୋଟରେ ସୀମିତ ରହିଯାଇଛନ୍ତି। ଅନେକ ବିବାଦ ଏବଂ ଆଇନଗତ ସମସ୍ୟାରେ ଛନ୍ଦିହେବା ସତ୍ତ୍ୱେ ଟ୍ରମ୍ପଙ୍କ ଉପରେ ଆମେରିକାବାସୀ ଭରସା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ଟ୍ରମ୍ପଙ୍କ ନିର୍ବାଚନୀ ସଫଳତା ପରେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। କ୍ଷମତାକୁ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଥର ପ୍ରତ୍ୟାବର୍ତ୍ତନରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶରେ ଅନିଶ୍ଚିତତା ଓ ଧ୍ରୁବୀକରଣର ଏକ ନୂଆ ଯୁଗ ଆରମ୍ଭ ହୋଇଥିବା ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି। ଟ୍ରମ୍ପଙ୍କ ବିଜୟ ଆମେରିକାର ବାଣିଜ୍ୟ, ଜଳବାୟୁ ପରିବର୍ତ୍ତନ ନୀତି, ୟୁକ୍ରେନ୍‌ ଯୁଦ୍ଧ, ଆମେରିକୀୟଙ୍କ ପାଇଁ ଟିକସ ବ୍ୟବସ୍ଥା ଏବଂ ଅପ୍ରବାସନକୁ ବହୁଳ ଭାବେ ପ୍ରଭାବିତ କରିବ ବୋଲି କୁହାଯାଉଛି।

୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ନିଜ ପରାଜୟକୁ ସ୍ବୀକାର କରି ନ ଥିଲେ। ୨୦୨୧ ଜାନୁଆରୀ ୬ରେ ସେ ନିଜ ସମର୍ଥକଙ୍କୁ ମତାଇ ଫଳାଫଳ ପଲଟାଇବାକୁ ବିଫଳ ଉଦ୍ୟମ କରିଥିଲେ। କ୍ୟାପିଟୋଲ ହିଲ୍‌ ଦଙ୍ଗା ସମେତ ଯୌନ ବ୍ୟଭିଚାର ଓ ଦୁର୍ନୀତି ଅଭିଯୋଗ ଟ୍ରମ୍ପ୍‌ଙ୍କ ରାଜନୈତିକ କ୍ୟାରିୟରରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇ ଦେଇଥିଲା। କ୍ୟାପିଟୋଲ୍‌ ହିଲ୍‌ ହିଂସାର ଦୃଶ୍ୟ ଆମେରିକୀୟ ତଥା ବିଶ୍ୱବାସୀଙ୍କ ମାନସ ପଟଳରୁ ଲିଭି ନ ଥିବାବେଳେ ଓଲ୍ଡ ହର୍ସ ଟ୍ରମ୍ପ୍‌ ୨୦୨୪ ନିର୍ବାଚନୀ ମଇଦାନକୁ ପୁଣି ଓହ୍ଲାଇଥିଲେ। ଇତିମଧ୍ୟରେ ଟ୍ରମ୍ପ୍‌ କେତୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୨ ଥର ହତ୍ୟା ଉଦ୍ୟମରୁ ବର୍ତ୍ତିଯାଇଥିଲେ। ଏଥର ସେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କୂଟନୈତିକ ଓ ପ୍ରଶାସନିକ ବିଫଳତାକୁ ପୁଞ୍ଜିକରି ପୁଣି ନିର୍ବାଚନ ଲଢ଼ିଥିଲେ। ଟ୍ରମ୍ପ୍‌ ବେଆଇନ ଅପ୍ରବାସୀଙ୍କ ଗଣପ୍ରତ୍ୟର୍ପଣ, ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାଗୁଡ଼ିକର ମୂଲ୍ୟ ହ୍ରାସ, ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରିବା ଭଳି ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକର୍ଷିତ କରିଥିଲେ।

ଅନ୍ୟପକ୍ଷେ ଶାସକ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ ଗାଜାରେ ଟ୍ରମ୍ପ୍‌ଙ୍କ ପ୍ରତ୍ୟାବର୍ତ୍ତନ ଇସ୍ରାଏଲ୍‌ର ଯୁଦ୍ଧ ବନ୍ଦ, ମହିଳାଙ୍କୁ ଗର୍ଭପାତ ଅଧିକାର, ଟ୍ୟାକ୍ସ କଟ୍‌ (ଧନୀଙ୍କଠାରୁ ଅଧିକ ଓ ଗରିବଙ୍କଠୁ କମ୍‌ ଟିକସ ଅସୁଲି), ୟୁକ୍ରେନ୍‌କୁ ଅଧିକ ଆର୍ଥିକ ତଥା ସାମରିକ ସହାୟତା ପ୍ରଦାନ ଭଳି ପ୍ରସଙ୍ଗକୁ ଅସ୍ତ୍ର କରିଥିଲେ। ଦୁଇ ବଡ଼ ଦଳର ତିକ୍ତତାପୂର୍ଣ୍ଣ ମାରାଥନ୍‌ ପ୍ରଚାର ନିର୍ବାଚନ ଶେଷ ପର୍ଯ୍ୟନ୍ତ ଚାଲିଥିଲା। ୧୮୪୫ ମସିହାରୁ ଚାଲିଆସିଥିବା ପରମ୍ପରା ଅନୁସାରେ ୨୦୨୪ ନଭେମ୍ବର ପ୍ରଥମ ସୋମବାର ୫ ତାରିଖରେ ଆମେରିକୀୟ ମତଦାତା ଆଉ ୪ ବର୍ଷ ପାଇଁ ନିଜ ପ୍ରତିନିଧି ଚୟନ କରିଥିଲେ।

ହ୍ବାଇଟ୍‌ ହାଉସ୍‌ ଦଖଲ ପାଇଁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ କଲେଜ ଭୋଟର ଆବଶ୍ୟକତା ଥିବାବେଳେ ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ୨୭୭ ଭୋଟ ପାଇଛନ୍ତି। ଅନ୍ୟପକ୍ଷେ ୬୦ ବର୍ଷୀୟା ହାରିସ୍‌ଙ୍କ ସପକ୍ଷରେ ୨୨୪ ଇଲେକ୍ଟୋରାଲ କଲେଜ ଭୋଟ ପଡ଼ିଛି। ପପୁଲାର ଭୋଟକୁ ଦେଖିଲେ ଟ୍ରମ୍ପ୍‌ଙ୍କ ସପକ୍ଷରେ ୭,୧୮,୮୭,୨୭୬ (୫୦.୯%) ଏବଂ ହାରିସ୍‌ଙ୍କୁ ୬, ୭୦,୧୧,୭୪୮ (୪୭.୪%) ଲୋକପ୍ରିୟ ମତ ମିଳିଛି। ୨ ଦଶନ୍ଧି ମଧ୍ୟରେ ଆମେରିକା ସାଧାରଣ ନିର୍ବାଚନରେ ପପୁଲାର ଭୋଟ ହାସଲକରି କ୍ଷମତାକୁ ଫେରିବାରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ ରିପବ୍ଲିକାନ୍‌ ରାଷ୍ଟ୍ରପତି। ଏହା ପୂର୍ବରୁ ୨୦୦୪ ନିର୍ବାଚନରେ ଜର୍ଜ ଡବ୍ଲ୍ୟୁ. ବୁଶ୍‌ ୬,୨୦,୪୦,୬୧୦ ପପୁଲାର ଭୋଟ ଏବଂ ୨୮୬ ଇଲେକ୍ଟୋରାଲ ଭୋଟ ପାଇ ଡେମୋକ୍ରାଟିକ୍‌ ନୋମିନି ଜନ୍‌ କେରିଙ୍କୁ ପରାସ୍ତ କରିଥିଲେ। ସେତେବେଳେ କେରିଙ୍କୁ ୫,୯୦,୨୮,୪୪୪ ପପୁଲାର ଭୋଟ ଏବଂ ୨୫୧ ଇଲେକ୍ଟୋରାଲ ଭୋଟ ମିଳିଥିଲା। ଗତ ୨୦ ବର୍ଷର ନିର୍ବାଚନୀ ତଥ୍ୟାନୁସାରେ ବାରାକ୍‌ ଓବାମା ୨୦୦୮ରେ ସର୍ବାଧିକ ୬୯.୫ ନିୟୁତ ପପୁଲାର ଭୋଟ (୫୨.୯%) ଏବଂ ୩୬୫ ଇଲେକ୍ଟୋରାଲ ଭୋଟ ପାଇଥିଲେ। ୨୦୨୦ରେ ବାଇଡେନ୍‌ ୫୧.୩% ପପୁଲାର ଭୋଟ ଏବଂ ୩୦୬ ଖଣ୍ଡ ଇଲେକ୍ଟୋରାଲ ଭୋଟ ପାଇଥିଲେ। କିନ୍ତୁ ଟ୍ରମ୍ପ୍‌ ୭,୪୨,୨୩,୯୭୫ ପପୁଲାର ଭୋଟ ଏବଂ ୨୩୨ ଇଲେକ୍ଟୋରାଲ ଭୋଟ ପାଇ ପରାଜିତ ହୋଇଥିଲେ।

୨୦୨୪ ନିର୍ବାଚନରେ ଟ୍ରମ୍ପ୍‌ଙ୍କୁ ବିଜୟ ଦିଗରେ ଅଗ୍ରସର କରାଇଛି ସୁଇଙ୍ଗ୍‌ ଷ୍ଟେଟ୍‌। ନର୍ଥ କାରୋଲିନା, ଜର୍ଜିଆ ଭଳି ଝୁଲା ରାଜ୍ୟଗୁଡ଼ିକ ତାଙ୍କ ଦ୍ୱିତୀୟ ପାଳି ରାଷ୍ଟ୍ରପତିତ୍ୱ ପାଇଁ ପଥକୁ ସୁଗମ କରିଥିବା କୁହାଯାଉଛି। ଅନ୍ୟପକ୍ଷେ ଡେମୋକ୍ରାଟିକ୍‌ ଦୁର୍ଗରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଭାଇସ୍‌ ପ୍ରେସିଡେଣ୍ଟ ହାରିସ୍‌ଙ୍କ ବିଜୟ ସଙ୍କୁଚିତ ହୋଇଯାଇଛି। ପେନ୍‌ସିଲଭାନିଆକୁ ଟ୍ରମ୍ପ୍‌ ଛଡ଼ାଇ ନେଇଥିବାବେଳେ ଅନ୍ୟ ୨ ବ୍ଲ୍ୟୁ ଓ୍ବାଲ୍‌ ଷ୍ଟେଟ୍‌ ମିଶିଗାନ୍‌, ଓ୍ବିସ୍କୋନ୍‌ସିନ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଟ୍ରମ୍ପ୍‌ଙ୍କ ବିଜୟ ତାଙ୍କୁ ଆମେରିକାର ସବୁଠୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତିର ମାନ୍ୟତା ପ୍ରଦାନ କରିଛି। ଊନବିଂଶ ଶତାବ୍ଦୀରେ ଗ୍ରୋଭର କ୍ଲେଭେଲାଣ୍ଡଙ୍କ ପରେ ଦେଶର କୌଣସି ପୂର୍ବତନ ରାଷ୍ଟ୍ରପତି କ୍ଷମତାକୁ ଫେରି ନ ଥିଲେ। ଦ୍ୱିତୀୟ ଥର ପାଇଁ ବିଶ୍ୱର ସବୁଠୁ ପ୍ରଭାବଶାଳୀ ରାଜନେତା ହେବାର ସୌଭାଗ୍ୟ ଲାଭ ପରେ ଫ୍ଲୋରିଡାସ୍ଥିତ ପାମ୍‌ ବିଚ୍‌ କାଉଣ୍ଟି କନ୍‌ଭେନ୍ସନ ସେଣ୍ଟରରେ ଟ୍ରମ୍ପ୍‌ ନିଜ ସମର୍ଥକମାନଙ୍କୁ ସମ୍ବୋଧିତକରି କହିଛନ୍ତି, ଆମେରିକା ଆମକୁ ଏକ ଅଭୂତପୂର୍ବ ଓ ଶକ୍ତିଶାଳୀ ଜନାଦେଶ ଦେଇଛି। ଇତିମଧ୍ୟରେ ବିଦାୟୀ ଉପରାଷ୍ଟ୍ରପତି ହାରିସ୍‌ ନିର୍ବାଚନରେ ନିଜ ପରାଜୟ ସ୍ବୀକାର କରିଛନ୍ତି। ନୂଆ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରାଯିବ ବୋଲି ହାରିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri