Posted inଖେଳ

ଜୟସ୍ବାଲ, ଗିଲ୍‌ଙ୍କ ପରେ ଋଷଭ ପନ୍ତ ମାରିଲେ ଶତକ

ଲିଡ୍ସ,୨୧।୬: ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଶନିବାର ଦ୍ୱିତୀୟ ଦିନରେ ଭାରତ ଏକ ବିଶାଳ ସ୍କୋର ଆଡ଼କୁ ଗତି କରୁଛି। ଯଶସ୍ବୀ ଜୟସ୍ବାଲ ଏବଂ ଅଧିନାୟକ ଶବମନ୍‌ ଗିଲଙ୍କ ଶତକ ପରେ ଋଷଭ ପନ୍ତ ମଧ୍ୟ ଶତକ ହାସଲ କରିଛନ୍ତି।

ସୂଚନା ମୁତାବକ, ଭାରତ ୫ ଉଇକେଟ ହରାଇ ୪୫୩ ରନ୍‌ କରିଛି। ଋଷଭ ପନ୍ତ ୧୪୬ ବଲରୁ ଶତକ ଅର୍ଜନ କରିଛନ୍ତି। ୧୪୬ଟି ବଲରୁ ୧୦ଟି ଚୌକା ଓ ୪ ଛକା ସହାୟତାରେ ପନ୍ତ ଏହି ଶତକ ହାସଲ କରିଛନ୍ତି। ଏପରିକି ପନ୍ତ ଛକା ମାରି କ୍ୟାରିଅରର ସପ୍ତମ ଶତକ ହାସଲ କରିବା ସହ ଭାରତୀୟ ଉଇକେଟ କିପର ଭାବେ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରି ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଦଳର ଅଧିନାୟକ ବେନ୍‌ ଷ୍ଟୋକ୍ସ। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ କେଏଲ୍‌ ରାହୁଲ ବ୍ୟାଟିଂ ଓପନ କରିଥିଲେ। କେଏଲ୍‌ ରାହୁଲ ୪୨ ରନ୍‌ କରି ଆଉଟ ହୋଇଥିବା ବେଳେ ଜୟସ୍ବାଲ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ। ତେବେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ସାଇ ସୁଦର୍ଶନ ଖାତା ଖୋଲିପାରି ନ ଥିଲେ ।

ତାଙ୍କ ପରେ ଆସିଥିବା ଶୁବମନ ଗିଲ ସତର୍କତାର ସହ ବ୍ୟାଟିଂ କରି ଜୟସ୍ବାଲଙ୍କ ସହ ଏକ ଭଲ ପାର୍ଟନରଶିପ କରିଥିଲେ । ଜୟସ୍ବାଲ ମାତ୍ର ୧୫୬ ବଲରେ ଶତକ ପୂରଣ କରିଥିଲେ । ଜୟସ୍ବାଲ ୧୦୧ ରନ୍‌ କରି ଆଉଟ ହେବା ପରେ ଶୁବମନ ଲଢୁଆ ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ସେ ଋଷଭ ପନ୍ତଙ୍କ ସହ ମିଶି ଏକ ଭଲ ପାର୍ଟନରଶିିପ କରିଥିଲେ । ମ୍ୟାଚର ଦ୍ବିତୀୟ ଦିନରେ ଉଭୟ ବ୍ୟାଟ୍ସମ୍ୟାନ ଭାରତୀୟ ଇନିଂସକୁ ଆଗେଇ ନେବା ସହ ଦଳୀୟ ସ୍କୋରକୁ ୪୦୦ ପାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri