Posted inଖେଳ

ଜୟସ୍ବାଲ, ଗିଲ୍‌ଙ୍କ ପରେ ଋଷଭ ପନ୍ତ ମାରିଲେ ଶତକ

ଲିଡ୍ସ,୨୧।୬: ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଶନିବାର ଦ୍ୱିତୀୟ ଦିନରେ ଭାରତ ଏକ ବିଶାଳ ସ୍କୋର ଆଡ଼କୁ ଗତି କରୁଛି। ଯଶସ୍ବୀ ଜୟସ୍ବାଲ ଏବଂ ଅଧିନାୟକ ଶବମନ୍‌ ଗିଲଙ୍କ ଶତକ ପରେ ଋଷଭ ପନ୍ତ ମଧ୍ୟ ଶତକ ହାସଲ କରିଛନ୍ତି।

ସୂଚନା ମୁତାବକ, ଭାରତ ୫ ଉଇକେଟ ହରାଇ ୪୫୩ ରନ୍‌ କରିଛି। ଋଷଭ ପନ୍ତ ୧୪୬ ବଲରୁ ଶତକ ଅର୍ଜନ କରିଛନ୍ତି। ୧୪୬ଟି ବଲରୁ ୧୦ଟି ଚୌକା ଓ ୪ ଛକା ସହାୟତାରେ ପନ୍ତ ଏହି ଶତକ ହାସଲ କରିଛନ୍ତି। ଏପରିକି ପନ୍ତ ଛକା ମାରି କ୍ୟାରିଅରର ସପ୍ତମ ଶତକ ହାସଲ କରିବା ସହ ଭାରତୀୟ ଉଇକେଟ କିପର ଭାବେ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରି ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଦଳର ଅଧିନାୟକ ବେନ୍‌ ଷ୍ଟୋକ୍ସ। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ କେଏଲ୍‌ ରାହୁଲ ବ୍ୟାଟିଂ ଓପନ କରିଥିଲେ। କେଏଲ୍‌ ରାହୁଲ ୪୨ ରନ୍‌ କରି ଆଉଟ ହୋଇଥିବା ବେଳେ ଜୟସ୍ବାଲ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ। ତେବେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ସାଇ ସୁଦର୍ଶନ ଖାତା ଖୋଲିପାରି ନ ଥିଲେ ।

ତାଙ୍କ ପରେ ଆସିଥିବା ଶୁବମନ ଗିଲ ସତର୍କତାର ସହ ବ୍ୟାଟିଂ କରି ଜୟସ୍ବାଲଙ୍କ ସହ ଏକ ଭଲ ପାର୍ଟନରଶିପ କରିଥିଲେ । ଜୟସ୍ବାଲ ମାତ୍ର ୧୫୬ ବଲରେ ଶତକ ପୂରଣ କରିଥିଲେ । ଜୟସ୍ବାଲ ୧୦୧ ରନ୍‌ କରି ଆଉଟ ହେବା ପରେ ଶୁବମନ ଲଢୁଆ ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ସେ ଋଷଭ ପନ୍ତଙ୍କ ସହ ମିଶି ଏକ ଭଲ ପାର୍ଟନରଶିିପ କରିଥିଲେ । ମ୍ୟାଚର ଦ୍ବିତୀୟ ଦିନରେ ଉଭୟ ବ୍ୟାଟ୍ସମ୍ୟାନ ଭାରତୀୟ ଇନିଂସକୁ ଆଗେଇ ନେବା ସହ ଦଳୀୟ ସ୍କୋରକୁ ୪୦୦ ପାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri