Posted inଜାତୀୟ

ସରକାରଙ୍କ ବଡ ନିଷ୍ପତ୍ତି: ଇରାନ ପରେ ଇସ୍ରାଏଲରୁ ଭାରତୀୟଙ୍କୁ କରିବେ ଉଦ୍ଧାର

ନୂଆଦିଲ୍ଲୀ,୧୯।୬: ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଗୁରୁବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ‘ଅପରେସନ ସିନ୍ଧୁ’ ଅଧୀନରେ ଇସ୍ରାଏଲରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ଘୋଷଣା କରିଛି।

ଏକ ବିବୃତିରେ, ଏମଇଏ କହିଛି ଯେ ବର୍ତ୍ତମାନ ଇସ୍ରାଏଲରେ ଥିବା ଏବଂ ଘରକୁ ଫେରିବାକୁ ଇଚ୍ଛୁକ ଭାରତୀୟ ନାଗରିକମାନଙ୍କୁ ତେଲ ଆବିବରେ ଥିବା ଭାରତୀୟ ଦୂତାବାସ ସହାୟତା କରିବ। ମନ୍ତ୍ରଣାଳୟ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି ବୋଲି ଆଶ୍ୱାସନା ଦେଇଛି।

ଏମଇଏ କହିଛି, “ତେଲ ଆବିବରେ ଥିବା ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରିବ। ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରାଯାଉଛି ଯେ ଯଦି ସେମାନେ ପୂର୍ବରୁ ନାମ ପଞ୍ଜିକରଣ କରି ନାହାନ୍ତି, ତେବେ ତେଲ ଆବିବରେ ଥିବା ଭାରତୀୟ ଦୂତାବାସରେ ନିଜକୁ ପଞ୍ଜିକରଣ କରନ୍ତୁ (https://www.indembassyisrael.gov.in/indian_national_reg)।

ଆହୁରି କୁହାଯାଇଛି ଯେ, “କୌଣସି ପ୍ରଶ୍ନ ଥାଏ, ସେମାନେ ତେଲ ଆବିବରେ ଥିବା ଭାରତୀୟ ଦୂତାବାସରେ ଥିବା ୨୪/୭ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିପାରିବେ: ଟେଲିଫୋନ ନମ୍ବର: +୯୭୨ ୫୪-୭୫୨୦୭୧୧; +୯୭୨ ୫୪-୩୨୭୮୩୯୨; ଇମେଲ: cons1.telaviv@mea.gov.in।”

ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ମଧ୍ୟ ପୂର୍ବରୁ ଜାରି କରିଥିବା ଚେତାବନୀକୁ ପୁନର୍ବାର ଦୋହରାଇଛି, ଦେଶରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଏବଂ ଇସ୍ରାଏଲୀୟ କର୍ତ୍ତୃପକ୍ଷ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରିଛି।

ଏମଇଏ କହିଛି, “ଭାରତ ସରକାର ବିଦେଶରେ ଥିବା ଭାରତୀୟ ନାଗରିକମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ସର୍ବୋଚ୍ଚ ଅଗ୍ରାଧିକାର ଦେଇଥାଏ। ସରକାର ପରିସ୍ଥିତିକୁ ନିରନ୍ତର ନୀରିକ୍ଷଣ କରିବେ। ଦୂତାବାସ ସମୁଦାୟ ସହିତ ନିରନ୍ତର ସମ୍ପର୍କରେ ରହି ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ।”

ଗୁରୁବାର ପୂର୍ବରୁ, ଉତ୍ତର ଇରାନରୁ ‘ଅପରେସନ ସିନ୍ଧୁ’ ଅଧୀନରେ ୧୧୦ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଭାରତକୁ ଆଣିଛି। ଗତ ସପ୍ତାହରେ ଶତ୍ରୁତା ଆରମ୍ଭ ହେବା ପରେ ଇସ୍ରାଏଲ ଏବଂ ଇରାନ ପରସ୍ପର ସଦ୍ଦରେ ଶହେରୁ ଅଧୁକ ମିସାଇଲ ଏବଂ ଡ୍ରୋନ ଦ୍ୱାରା ସୈନ୍ୟ ଏବଂ ନ୍ୟୁକ୍ଲିୟର କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ନୀତିନ ନବୀନ କହିଲେ ରାଜନୀତି ଲଙ୍ଗ ମାରାଥନ, ଏଠି ସ୍ପିଡ ନୁହେଁ ଷ୍ଟାମିନାର ଟେଷ୍ଟ ହୋଇଥାଏ

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ପ୍ରଥମ ଥର ପାଇଁ ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri