Posted inଜାତୀୟ

ସରକାରଙ୍କ ବଡ ନିଷ୍ପତ୍ତି: ଇରାନ ପରେ ଇସ୍ରାଏଲରୁ ଭାରତୀୟଙ୍କୁ କରିବେ ଉଦ୍ଧାର

ନୂଆଦିଲ୍ଲୀ,୧୯।୬: ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଗୁରୁବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ‘ଅପରେସନ ସିନ୍ଧୁ’ ଅଧୀନରେ ଇସ୍ରାଏଲରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ଘୋଷଣା କରିଛି।

ଏକ ବିବୃତିରେ, ଏମଇଏ କହିଛି ଯେ ବର୍ତ୍ତମାନ ଇସ୍ରାଏଲରେ ଥିବା ଏବଂ ଘରକୁ ଫେରିବାକୁ ଇଚ୍ଛୁକ ଭାରତୀୟ ନାଗରିକମାନଙ୍କୁ ତେଲ ଆବିବରେ ଥିବା ଭାରତୀୟ ଦୂତାବାସ ସହାୟତା କରିବ। ମନ୍ତ୍ରଣାଳୟ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି ବୋଲି ଆଶ୍ୱାସନା ଦେଇଛି।

ଏମଇଏ କହିଛି, “ତେଲ ଆବିବରେ ଥିବା ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରିବ। ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରାଯାଉଛି ଯେ ଯଦି ସେମାନେ ପୂର୍ବରୁ ନାମ ପଞ୍ଜିକରଣ କରି ନାହାନ୍ତି, ତେବେ ତେଲ ଆବିବରେ ଥିବା ଭାରତୀୟ ଦୂତାବାସରେ ନିଜକୁ ପଞ୍ଜିକରଣ କରନ୍ତୁ (https://www.indembassyisrael.gov.in/indian_national_reg)।

ଆହୁରି କୁହାଯାଇଛି ଯେ, “କୌଣସି ପ୍ରଶ୍ନ ଥାଏ, ସେମାନେ ତେଲ ଆବିବରେ ଥିବା ଭାରତୀୟ ଦୂତାବାସରେ ଥିବା ୨୪/୭ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିପାରିବେ: ଟେଲିଫୋନ ନମ୍ବର: +୯୭୨ ୫୪-୭୫୨୦୭୧୧; +୯୭୨ ୫୪-୩୨୭୮୩୯୨; ଇମେଲ: cons1.telaviv@mea.gov.in।”

ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ମଧ୍ୟ ପୂର୍ବରୁ ଜାରି କରିଥିବା ଚେତାବନୀକୁ ପୁନର୍ବାର ଦୋହରାଇଛି, ଦେଶରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଏବଂ ଇସ୍ରାଏଲୀୟ କର୍ତ୍ତୃପକ୍ଷ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରିଛି।

ଏମଇଏ କହିଛି, “ଭାରତ ସରକାର ବିଦେଶରେ ଥିବା ଭାରତୀୟ ନାଗରିକମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ସର୍ବୋଚ୍ଚ ଅଗ୍ରାଧିକାର ଦେଇଥାଏ। ସରକାର ପରିସ୍ଥିତିକୁ ନିରନ୍ତର ନୀରିକ୍ଷଣ କରିବେ। ଦୂତାବାସ ସମୁଦାୟ ସହିତ ନିରନ୍ତର ସମ୍ପର୍କରେ ରହି ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ।”

ଗୁରୁବାର ପୂର୍ବରୁ, ଉତ୍ତର ଇରାନରୁ ‘ଅପରେସନ ସିନ୍ଧୁ’ ଅଧୀନରେ ୧୧୦ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଭାରତକୁ ଆଣିଛି। ଗତ ସପ୍ତାହରେ ଶତ୍ରୁତା ଆରମ୍ଭ ହେବା ପରେ ଇସ୍ରାଏଲ ଏବଂ ଇରାନ ପରସ୍ପର ସଦ୍ଦରେ ଶହେରୁ ଅଧୁକ ମିସାଇଲ ଏବଂ ଡ୍ରୋନ ଦ୍ୱାରା ସୈନ୍ୟ ଏବଂ ନ୍ୟୁକ୍ଲିୟର କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri