ପୁଅ ହେଲା ପର: ଘର ଛାଡ଼ି ମା’ବାପା ଅନ୍ୟତ୍ର କଲେ ବିବାହ

ମହାକାଳପଡ଼ା, ୧୩ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ପ୍ରେମ ବୁଝେନା ବୟସ, ଜାତି କି ଗୋତ୍ର। ରଙ୍ଗ୍‌ ଫୋନ ନମ୍ବରରୁ ପ୍ରେମ ଉଜାଡ଼ି ଦେଲା ସୁଖର ସଂସାର। ଉଭୟ ସ୍ତ୍ରୀ ସ୍ବାମୀ ନିଜ ଜନ୍ମ କଲା ପୁତ୍ର ସ୍ନେହ ଛାଡ଼ି ପ୍ରେମରେ ହେଲେ ବାଇଆ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତର ଶବରପଡ଼ା ଗଁାରେ। ଗଁାର ମଣିଆ ଭକ୍ତା (୩୮) ବାଲେଶ୍ୱର ଅଞ୍ଚଳର ଲକ୍ଷ୍ମୀ ଭକ୍ତା (୨୮)ଙ୍କୁ ବିବାହ କରିଥିଲେ। ବିବାହର କିଛିବର୍ଷ ପର୍ଯ୍ୟନ୍ତ ପରିବାର ମଧ୍ୟରେ ଖୁବ୍‌ ଖୁସିରେ ଚଳୁଥିଲେ। ସେମାନଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ଲାଭ ହୋଇଥିଲା। ପୁତ୍ର ସନ୍ତାନ ଜନ୍ମ ଲାଭ ପରେ ବୈବାହିକ ଜୀବନରେ ସୃଷ୍ଟି ହେଲା ଝଡ଼। ଏହି ସମୟରେ ଏକ ଅଜଣା ରଙ୍ଗ୍‌ ନମ୍ବରରୁ ଫୋନ କଲ୍‌ ସୃଷ୍ଟି କଲା ପରିବାର ମଧ୍ୟରେ ଫାଟ। ସ୍ବାମୀ ମଣିଆ ଘରେ ଅନୁପସ୍ଥିତ ଥିବା ବେଳେ ଲକ୍ଷ୍ମୀ ଏହି ରଙ୍ଗ୍‌ ନମ୍ବରରୁ ଯୁବକଙ୍କ ସହ ପ୍ରେମାଳାପରୁ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେଲା। ଏହି ଘଟଣା ସ୍ବାମୀ ଜାଣିବା ପରେ ଉଭୟ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମାନମନାନ୍ତର ସୃଷ୍ଟି ହେଲା। ସ୍ବାମୀ ସ୍ତ୍ରୀଙ୍କୁ ସନ୍ଦେହ କରିବାରୁ ପରିବାରରେ ଅଶାନ୍ତି ଲାଗି ରହିଲା। ଶେଷରେ ନିଜର ଜନ୍ମ କଲା ୮ବର୍ଷର ପୁଅକୁ ଛାଡ଼ି ମା’ ଲକ୍ଷ୍ମୀ ବାରିପଦା ଅଞ୍ଚଳର ଜଣେ ଯୁବକଙ୍କ ସହ ଫେରାର ହୋଇଗଲେ। ଅନ୍ୟପକ୍ଷରେ ମଣିଆ କିଛିବର୍ଷ ପରେ ନିଜ ପୁଅ ମୋହ ଛାଡ଼ି ସେ ମଧ୍ୟ ବାଲେଶ୍ୱର ଅଞ୍ଚଳର ଜଣେ ଯୁବତୀଙ୍କୁ ସାଙ୍ଗରେ ଧରି ପଳାଇ ଗଲେ। ଏପଟେ ୮ବର୍ଷର ପୁଅ ମା’ବାପା ସ୍ନେହ ଆଦରରୁ ବଞ୍ଚତ୍ତ ହେଲା। ମା’ ବାପା ଅନ୍ୟତ୍ର ବିବାହ କରିବା ପରେ ମଣିଆ ଭକ୍ତାଙ୍କ ଭାଉଜ କାଞ୍ଚନ ଭକ୍ତା (୬୫) ଭିନ୍ନକ୍ଷମ ହୋଇ ମଧ୍ୟ ଭିକ ମାଗି ପୁତୁରା ମୁହଁରେ ଆହର ଦେଉଛନ୍ତି। ଅଭାବୀ ଜନଜାତି ପରିବାରର କାଞ୍ଚନ ପରିଣତ ବୟସରେ ଆଉ କେତେଦିନ ପୁତୁରା ମୁହଁରେ ଆହାର ଦେବେ ସେହି ଚିନ୍ତା ଏବେ ତାଙ୍କୁ ଘାରିଛି। ପୁତୁରା ମୁହଁକୁ ଚାହିଁ ସବୁ ଦୁଃଖ କଷ୍ଟ ଭୁଲିଯାଏ ବୋଲି କହିଛନ୍ତି ବଡ଼ ମା’ କାଞ୍ଚନ। ଅନ୍ୟ ପକ୍ଷରେ ମା’ର ପୁରୁଣା ଫଟୋକୁ ଦେଖି ଗୁମୁରି ଗୁମୁରି କାନ୍ଦି ଆଖିରୁ ଲୁହ ନିଗାଡୁଛି ପୁଅ । ମା’କୁ ନେହୁରା ହୋଇ କହୁଛି ମା’ ତୁ ଫେରି ଆ। ବଡ଼ ମା’ କାଞ୍ଚନ କହିବା କଥା ପୁତୁରାକୁ ସରକାରୀ ଆବାସିକ ବିଦ୍ୟାଳୟରେ ତା’ର ପାଠ ପଢା ସହ ଖାଇବା ପିଇବା ବନ୍ଦୋବସ୍ତ କରି ଦିଆ ଗଲେ ସେ ନିଶ୍ଚିନ୍ତ ହୁଅନ୍ତେ । ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ପବିତ୍ର କୁମାର ବେହେରାଙ୍କ କହିବା କଥା ଜିଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ବେସାହାରା ବାଳକଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ମତାମତ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri