ପୁଅ ହେଲା ପର: ଘର ଛାଡ଼ି ମା’ବାପା ଅନ୍ୟତ୍ର କଲେ ବିବାହ

ମହାକାଳପଡ଼ା, ୧୩ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ପ୍ରେମ ବୁଝେନା ବୟସ, ଜାତି କି ଗୋତ୍ର। ରଙ୍ଗ୍‌ ଫୋନ ନମ୍ବରରୁ ପ୍ରେମ ଉଜାଡ଼ି ଦେଲା ସୁଖର ସଂସାର। ଉଭୟ ସ୍ତ୍ରୀ ସ୍ବାମୀ ନିଜ ଜନ୍ମ କଲା ପୁତ୍ର ସ୍ନେହ ଛାଡ଼ି ପ୍ରେମରେ ହେଲେ ବାଇଆ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତର ଶବରପଡ଼ା ଗଁାରେ। ଗଁାର ମଣିଆ ଭକ୍ତା (୩୮) ବାଲେଶ୍ୱର ଅଞ୍ଚଳର ଲକ୍ଷ୍ମୀ ଭକ୍ତା (୨୮)ଙ୍କୁ ବିବାହ କରିଥିଲେ। ବିବାହର କିଛିବର୍ଷ ପର୍ଯ୍ୟନ୍ତ ପରିବାର ମଧ୍ୟରେ ଖୁବ୍‌ ଖୁସିରେ ଚଳୁଥିଲେ। ସେମାନଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ଲାଭ ହୋଇଥିଲା। ପୁତ୍ର ସନ୍ତାନ ଜନ୍ମ ଲାଭ ପରେ ବୈବାହିକ ଜୀବନରେ ସୃଷ୍ଟି ହେଲା ଝଡ଼। ଏହି ସମୟରେ ଏକ ଅଜଣା ରଙ୍ଗ୍‌ ନମ୍ବରରୁ ଫୋନ କଲ୍‌ ସୃଷ୍ଟି କଲା ପରିବାର ମଧ୍ୟରେ ଫାଟ। ସ୍ବାମୀ ମଣିଆ ଘରେ ଅନୁପସ୍ଥିତ ଥିବା ବେଳେ ଲକ୍ଷ୍ମୀ ଏହି ରଙ୍ଗ୍‌ ନମ୍ବରରୁ ଯୁବକଙ୍କ ସହ ପ୍ରେମାଳାପରୁ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେଲା। ଏହି ଘଟଣା ସ୍ବାମୀ ଜାଣିବା ପରେ ଉଭୟ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମାନମନାନ୍ତର ସୃଷ୍ଟି ହେଲା। ସ୍ବାମୀ ସ୍ତ୍ରୀଙ୍କୁ ସନ୍ଦେହ କରିବାରୁ ପରିବାରରେ ଅଶାନ୍ତି ଲାଗି ରହିଲା। ଶେଷରେ ନିଜର ଜନ୍ମ କଲା ୮ବର୍ଷର ପୁଅକୁ ଛାଡ଼ି ମା’ ଲକ୍ଷ୍ମୀ ବାରିପଦା ଅଞ୍ଚଳର ଜଣେ ଯୁବକଙ୍କ ସହ ଫେରାର ହୋଇଗଲେ। ଅନ୍ୟପକ୍ଷରେ ମଣିଆ କିଛିବର୍ଷ ପରେ ନିଜ ପୁଅ ମୋହ ଛାଡ଼ି ସେ ମଧ୍ୟ ବାଲେଶ୍ୱର ଅଞ୍ଚଳର ଜଣେ ଯୁବତୀଙ୍କୁ ସାଙ୍ଗରେ ଧରି ପଳାଇ ଗଲେ। ଏପଟେ ୮ବର୍ଷର ପୁଅ ମା’ବାପା ସ୍ନେହ ଆଦରରୁ ବଞ୍ଚତ୍ତ ହେଲା। ମା’ ବାପା ଅନ୍ୟତ୍ର ବିବାହ କରିବା ପରେ ମଣିଆ ଭକ୍ତାଙ୍କ ଭାଉଜ କାଞ୍ଚନ ଭକ୍ତା (୬୫) ଭିନ୍ନକ୍ଷମ ହୋଇ ମଧ୍ୟ ଭିକ ମାଗି ପୁତୁରା ମୁହଁରେ ଆହର ଦେଉଛନ୍ତି। ଅଭାବୀ ଜନଜାତି ପରିବାରର କାଞ୍ଚନ ପରିଣତ ବୟସରେ ଆଉ କେତେଦିନ ପୁତୁରା ମୁହଁରେ ଆହାର ଦେବେ ସେହି ଚିନ୍ତା ଏବେ ତାଙ୍କୁ ଘାରିଛି। ପୁତୁରା ମୁହଁକୁ ଚାହିଁ ସବୁ ଦୁଃଖ କଷ୍ଟ ଭୁଲିଯାଏ ବୋଲି କହିଛନ୍ତି ବଡ଼ ମା’ କାଞ୍ଚନ। ଅନ୍ୟ ପକ୍ଷରେ ମା’ର ପୁରୁଣା ଫଟୋକୁ ଦେଖି ଗୁମୁରି ଗୁମୁରି କାନ୍ଦି ଆଖିରୁ ଲୁହ ନିଗାଡୁଛି ପୁଅ । ମା’କୁ ନେହୁରା ହୋଇ କହୁଛି ମା’ ତୁ ଫେରି ଆ। ବଡ଼ ମା’ କାଞ୍ଚନ କହିବା କଥା ପୁତୁରାକୁ ସରକାରୀ ଆବାସିକ ବିଦ୍ୟାଳୟରେ ତା’ର ପାଠ ପଢା ସହ ଖାଇବା ପିଇବା ବନ୍ଦୋବସ୍ତ କରି ଦିଆ ଗଲେ ସେ ନିଶ୍ଚିନ୍ତ ହୁଅନ୍ତେ । ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ପବିତ୍ର କୁମାର ବେହେରାଙ୍କ କହିବା କଥା ଜିଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ବେସାହାରା ବାଳକଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ମତାମତ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri