Posted inଜାତୀୟ

ହରିୟାଣା ପରାଜୟ ପରେ କଂଗ୍ରେସକୁ ଆଖି ଦେଖାଇଲେ ଅଖିଳେଶ, ମହାରାଷ୍ଟ୍ରକୁ ନେଇ କରିଦେଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୧୧।୧୦: ହରିୟାଣା ନିର୍ବାଚନ ପରେ କଂଗ୍ରେସରେ ଅନ୍ତକନ୍ଦଳ ଆହୁରି ବଢିଥିବାର ଦେଖାଦେଇଛି। ଯାହାଯୋଗୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ଟାର୍ଗେଟ କରିଛନ୍ତି। ଶିବସେନା ଏବଂ ଏନସିପି ପରେ ଏସପି ମହାରାଷ୍ଟ୍ରରେ କଂଗ୍ରେସ ଉପରେ ଚାପ ପକାଇବା ଆରମ୍ଭ କରିଛି। ସମାଜବାଦୀ ପାର୍ଟି ମହାରାଷ୍ଟ୍ରରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୧୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି।

ସମାଜବାଦୀ ପାର୍ଟି ମହାରାଷ୍ଟ୍ରର ୧୨ଟି ବିଧାନସଭା ଆସନ ଚୟନ କରି ଏହି ତାଲିକା କଂଗ୍ରେସକୁ ପଠାଇଛି। ମେଣ୍ଟ ନ ହେଲେ ଏସପି ମହାରାଷ୍ଟ୍ରରେ ଏକାକୀ ଲଢିବ ବୋଲି ମଧ୍ୟ ଶୁଣାଇ ଦେଇଛି। ମଧ୍ୟପ୍ରଦେଶ ଏବଂ ହରିୟାଣାରେ ଏସପି ମେଣ୍ଟ କରିବାକୁ ଚାହୁଁଥିଲେ। ହେଲେ ଉଭୟ ରାଜ୍ୟରେ ସମାଜବାଦୀ ପାର୍ଟିକୁ କଂଗ୍ରେସ ଗୁରୁତ୍ୱ ଦେଇ ନଥିଲା। ଉଭୟ ରାଜ୍ୟର ଫଳାଫଳ ପରେ ମହାରାଷ୍ଟ୍ରକୁ ଅସନ୍ତୁଷ୍ଟ ନ କରିବାକୁ ଏସପି ନିଷ୍ପତ୍ତି ନେଇଛି।

ହରିୟାଣାରେ ପରାଜୟ ପରେ ମହାରାଷ୍ଟ୍ରରେ କଂଗ୍ରେସକୁ ସାହସର ସହିତ ଆଗକୁ ବଢିବାକୁ ପଡିବ। ହରିୟାଣାରେ କେବଳ କଂଗ୍ରେସ ଦଳ ୮୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। କିନ୍ତୁ ତାକୁ ପରାଜୟର ସାମ୍ନା କରିବାକୁ ପଡିଲା। ୧୦ ବର୍ଷ ପରେ ହରିୟାଣାରେ କଂଗ୍ରେସ ସରକାର କରିବ ବୋଲି ସମ୍ଭାବନା ଥିଲା କିନ୍ତୁ ଏହା ହୋଇ ନାହିଁ। ବର୍ତ୍ତମାନ ଏବେ ମହାରାଷ୍ଟ୍ର ପାଳି। ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଦଳ ଏବଂ ଏନସିପି ଶରଦ ପାୱାର ଦଳ ସହ କଂଗ୍ରେସର ଏକ ମେଣ୍ଟ ରହିଛି।

ଏଭଳି ପରିସ୍ଥିତିରେ କଂଗ୍ରେସ ସେହି ୧୨ଟି ଆସନ ଏସପିଙ୍କୁ ଦେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ହରିୟାଣାରେ ପରାଜୟ ପରେ ଇଣ୍ଡିଆ ମେଣ୍ଟ କଂଗ୍ରେସକୁ ଯେପରି ଟାର୍ଗେଟ କରୁଛି। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି କେଉଁଠି ନା କେଉଁଠି ସହଯୋଗୀମାନେ କଂଗ୍ରେସ ଉପରେ ରାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri