ନାମାଙ୍କନ ଭରିବା ପରେ ବିସ୍ଫୋରକ ବୟାନ ଦେଲେ ଦେବାଶିଷ, ବିଜେଡିକୁ ନେଇ କହିଲେ ଏତେ ବଡ଼ କଥା; ରାଜ୍ୟରେ ଚହଳ

ଭୁବନେଶ୍ୱର, ୫।୬: ରାଜ୍ୟ ସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଦେବାଶିଷ ସାମନ୍ତରାୟ। ଭାଜପା ପ୍ରାର୍ଥୀ ଭାବେ ସେ ଶୁକ୍ରବାର ନାମାଙ୍କନ ଭରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ତେବେ ନାମାଙ୍କନ ଦାଖଲ କରିବା ପରେ ଦେବାଶିଷ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,ବିଜେଡି ଭାଡ଼ି ଖାଲି ହେଉଛି । ଆଗାମୀ ଦିନରେ କ’ଣ ହେଉଛି ଦେଖନ୍ତୁ। ଅଧିକରୁ ଅଧିକ ନେତା ଭାଜପାକୁ ଆସିବେ, ଏଠି ଅଧିକ ସୁଯୋଗ ଅଛି। ଲୋକଙ୍କୁ ସେବା କରିବାର ସୁଯୋଗ ଭାଜପାରେ ଅଧିକ ଅଛି।ଡବଲ ଇଞ୍ଜିନ ସରକାର ଥିବାରୁ ଏଠାରେ ଅଧିକ କାମ କରିପାରିବି ବୋଲି ଦେବାଶିଷ କହିଛନ୍ତି।

ସେପଟେ ବିଜେଡି ଏବେ ବିଲୟ ମୁହାଁ ବୋଲି କହି ଟାର୍ଗେଟ କରିଛନ୍ତି ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପୂର୍ବରୁ ମଧ୍ୟ ଅନେକ ଦଳ ଜନ୍ମ ନେଇ ସମାପ୍ତ ହୋଇଛନ୍ତି। ଯେଉଁଭଳି ନେତା ମାନେ ବିଜେଡି ଛାଡୁଛନ୍ତି ଏହା ଏବେ ବିଲୟ ମୁହାଁ।ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟୁଛି, ଖୁବ ଶୀଘ୍ର ଅଲଆଉଟ। ବିନା ବିଚାରଧାରାରେ କ୍ଷମତା ସର୍ବସ୍ବ ଦଳ କେବେ ଦୀର୍ଘାୟୁ ହୋଇନାହିଁ’ ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନ୍ନାମଲାଇ ଦଳ ଛାଡିବା ପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା, କହିଲା ସେ ଦଳ ଛାଡିଲେ କିଛି…

ନୂଆଦିଲ୍ଲୀ,୫।୬: ତାମିଲନାଡୁ ଭାଜପାର ଅନ୍ୟତମ ପ୍ରମୁଖ ନେତା କେ. ଆନ୍ନାମଲାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦିନକର କଳ୍ପନାଜଳ୍ପନା ପରେ, ଭାଜପା ଶୁକ୍ରବାର ତାଙ୍କ ଇସ୍ତଫା…

ମହିଳାଙ୍କୁ ବଳାତ୍କାର: ଧରାପଡ଼ିଲେ ମୌଲାନା

କଟକ,୫।୬(ପ୍ରଭୁ କଲ୍ୟାଣ ପାଲ): ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଶୁକ୍ରବାର ଜଣେ ମୌଲାନାଙ୍କୁ ଗିରଫ କରିଛି। ସେ ହେଲେ ଏସ୍‌.କେ ନାଜମୁଲ ଆରଫିନ…

ମାତ୍ର ୧୫ ବର୍ଷ ବୟସରେ ଏତିକି କୋଟି ଟଙ୍କାର ମାଲିକ ବୈଭବ ସୂର୍ଯ୍ୟବଂଶୀ: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୫।୬:ନିକଟରେ ଶେଷ ହୋଇଥିବା IPLରେ ଚମତ୍କାର ପ୍ରଦର୍ଶନ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଥମୁନି ଚର୍ଚ୍ଚା। କେବଳ ଲୋକପ୍ରିୟତା ନୁହେଁ ବରଂ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ…

ସତନ୍ତ୍ର ସଘନ ସଂଶୋଧନରେ ଯାଇଥିବା ବିଏଲଓଙ୍କୁ ଠେଲାପେଲା କରିବା ଘଟଣା: ଜନସାଧାରଣଙ୍କୁ ଏମିତି ନିବେଦନ କଲା ଜିଲା ପ୍ରଶାସନ

ପାଟଣା,୫।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ସତନ୍ତ୍ର ସଘନ ସଂଶୋଧନ ଗୁରୁବାର ପୂର୍ବାହ୍ନରେ ଚାଲିଥିବାବେଳେ ବିଏଲଓ ସଦାନନ୍ଦ ସେଠୀଙ୍କୁ ଠେଲାପେଲା…

ପଞ୍ଚାୟତ ନିର୍ବାଚନ ପାଇଁ ୬ ମାସ ଥିବାବେଳେ ଅଣ୍ଟାଭିଡିଲେ ଏନଏସି ଯୁବମୋର୍ଚ୍ଚା: ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ…

ଗଞ୍ଜାମ ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସିର ଯୁବ ମୋର୍ଚ୍ଚାର ଏକ ସାଙ୍ଘଠନିକ ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଏନଏସି ମଣ୍ଡଳ ସଭାପତି…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜୁନିଅର୍‌ ଆସିଷ୍ଟାଣ୍ଟ

ଭଦ୍ରକ,୫।୬(ସନାତନ ରାଉତ): ଏକ ଘରୋଇ ସ୍କୁଲକୁ ଏନ୍‌ଓସି ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭଦ୍ରକ ଜିଲା…

ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ଦାବି ନେଇ ଦହସିଲଦାରଙ୍କୁ ଦାବିପତ୍ର

ଅମରପାଲି,୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତର ଦେଉଳମୁଣ୍ଡା ଗ୍ରାମରେ ଗୋଚର ଓ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri