Posted inଜାତୀୟ

ପିତାଙ୍କ ଅନ୍ତେ ଝିଅଙ୍କୁ ବି ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି, ହାଇକୋର୍ଟଙ୍କ ରାୟ…

ଜୟପୁର, ୧୯।୧ : ପରିବାରରେ ଝିଅ ଏବଂ ପୁଅଙ୍କ ମଧ୍ୟରେ ଭେଦଭାବ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ସେମାନେ ବିବାହ କରିଥାନ୍ତୁ ଅବା ଅବିବାହିତ ରହିଥାନ୍ତୁ, ସେମାନଙ୍କର ଅଧିକାର ପିତାଙ୍କ ସମ୍ପତ୍ତି ଉପରେ ରହିବ। ଜଣେ ମୃତ ବ୍ୟକ୍ତିଙ୍କ ବିବାହିତା ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ମାମଲାର ବିଚାର କରି ରାଜସ୍ଥାନ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି।

ବିଚାରପତି ଡ.ପୁଷ୍ପେନ୍ଦ୍ର ସିଂ ଭାଟିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ପରିବାରରେ ଝିଅ ଏବଂ ପୁଅଙ୍କ ମଧ୍ୟରେ ଭେଦଭାବ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ଏହା ଦ୍ୱାରା ଅନୁଚ୍ଛେଦ ୧୪,୧୫ ଏବଂ ୧୬ର ଉଲ୍ଲଂଘନ ହୋଇଥାଏ।

ବାହାଘର ପରେ ଝିଅ ବାପଘର ନୁହେଁ ସ୍ବାମୀଙ୍କ ଘରର ଅଂଶୀଦାର ବୋଲି ଚିନ୍ତା କରାଯିବା ଏକ ପୁରୁଣା ମାନସିକ ଦୃଷ୍ଟିକୋଣ। ପିତାଙ୍କ ସମସ୍ତ ସମ୍ପତ୍ତି ଉପରେ ବିବାହିତା ଝିଅଙ୍କର ମଧ୍ୟ ଅଧିକାର ରହିଛି। ତେଣୁ ପିତାଙ୍କ ଅନ୍ତେ ଝିଅଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ମିଳିବାରେ କୌଣସି ଅସୁବିଧା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ଯୋଧପୁର ବିଦ୍ୟୁତ୍‌୍‌ ସଞ୍ଚାରଣ ନିଗମ ଲିମିଟେଡ୍‌ରେ ଲାଇନମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କର ୨୦୧୬ ନଭେମ୍ବର ୫ରେ ଡ୍ୟୁଟିରେ ମୃତ୍ୟୁ ଘଟିଥିଲା। ପରିବାରରେ ସ୍ତ୍ରୀ ଶାନ୍ତି ଦେବୀ ଏବଂ ବିବାହିତା ଝିଅ ରହିଛନ୍ତି। ଏପରିସ୍ଥଳେ ପିତାଙ୍କ ସ୍ଥାନରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବିବାହିତା ଝିଅ ଆବେଦନ କରିଥିଲେ। ମାତ୍ର ଏହାର ପ୍ରତ୍ୟାଖାନ କରାଯାଇଥିଲା। ବିବାହିତା ଝିଅ ଆଶ୍ରିତ ଶ୍ରେଣୀଭୁକ୍ତ ହେବେ ନାହିଁ ବୋଲି ନିଗମ ପକ୍ଷରୁ କୁହାଯାଇଥିଲା। ଝିଅ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ ଏହାର ବିଚାର କରି କହିଥିଲେ ଯେ, ମାତାପିତାଙ୍କ ବୃଦ୍ଧାବସ୍ଥାରେ ଭରଣପୋଷଣ ଦାୟିତ୍ୱ ଉଭୟ ଝିଅ ଏବଂ ପୁଅଙ୍କର। ସେ କ୍ଷେତ୍ରରେ ବିବାହିତ ଅବା ଅବିବାହିତ ଝିଅ ପୁଅ ଉଭୟ ମାତା ପିତାଙ୍କ ଲାଗି ଉତ୍ତରଦାୟୀ। ତେଣୁ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ମଧ୍ୟ କୌଣସି ଭେଦଭାବ କରାଯାଇ ପାରିବ ନାହିଁ। ଏହା ସମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ଏହା ସହିତ ହାଇକୋର୍ଟ ଝିଅଙ୍କୁ ନିଯୁକ୍ତି ଦେବାକୁ ନିଗମକୁ ନିିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri