ଜବରଦଖଲ ଉଚ୍ଛେଦ ପରେ ସ୍ବାସ୍ଥ୍ୟକେନ୍ଦ୍ର ଚାରିପାଖେ ପଡ଼ିଥିଲା କୁଢ଼କୁଢ଼ ଅଳିଆ: ହାତରେ ଝାଡ଼ୁଧରି ସଫାକଲେ ଡାକ୍ତର    

ଦାରିଙ୍ଗବାଡ଼ି,୨୮।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବଜାରରେ ସ୍ବାସ୍ଥ୍ୟକେନ୍ଦ୍ରର ସମ୍ମୁଖରେ ଏକାଧିକ ହୋଟେଲ, ପନିପରିବା ଦୋକାନ ଆଦି ରହିଥିଲା।
ତେବେ ଜବର ଦଖଲ ଉଚ୍ଛେଦ ପରେ ଉଠାଦୋକାନୀ ସେଠାରେ ପକାଇଥିବା କୁଢ଼କୁଢ଼ ଅଳିଆକୁ ବୁଧବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କ ସମେତ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ୟ ଡାକ୍ତର ଏବଂ ସମସ୍ତ କର୍ମଚାରୀମାନେ ହାତରେ ଝାଡୁଧରି ସଫେଇ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ବାହାର ଚାରିପଟେ ଏବଂ ପରିସରକୁ ସଫେଇ କରାଯାଇଥିଲା।ମୁଖ୍ୟ ଫାଟକ ଓ ତାର ଆଖପାଖ ଅଞ୍ଚଳରେ ଉଠାଦୋକାନୀ ଓ ଯାତ୍ରୀମାନେ ଅଇଁଠା ଖଲିପତ୍ର, ପ୍ଲାଷ୍ଟିକ, ଚା’କପ ସମେତ ପଲିଥିନ ବର୍ଜ୍ୟବସ୍ତୁ ପକାଇ ପରିବେଶକୁ ଦୂଷିତ କରିରଖିଥିଲେ।
 ସେହିପରି ଯାତ୍ରୀବାହି ବସ୍‌ ଗୁଡିକ ସେଠାରେ ପାର୍କିଂ କରୁଥିବାରୁ ଯାତ୍ରୀମାନେ ସେଠାରେ ଦୂଷିତ ପରିବେଶରେ ବସ୍‌କୁ ଅପେକ୍ଷା କରୁଥିଲେ। ତେଣୁ ଏହାକୁ ସଫେଇ କରାଯିବାକୁ ପଦକ୍ଷେପ ନିଆଯାଇଥିଲା। ଆଗକୁ ଲୋକମାନେ ସ୍ବାସ୍ଥ୍ୟକେନ୍ଦ୍ରର ବାହାର ମୁଖ୍ୟ ଫାଟକ ସମେତ ଭିତର ପରିବେଶକୁ ସଫେଇ ରଖିବାକୁ ଇନଚାର୍ଜ ସାମନ୍ତରାୟ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବିପିଏମ୍‌ ଶାନ୍ତନୁ ସାହୁ ପରିଚାଳନା କରିଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

୬ଥର ପାଇଁ ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ

ଭୁବନେଶ୍ୱର,୧୬ା୯(ସୁନିତ୍‌ ମିଶ୍ର): ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କ ୨ପୁଅ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜେଲରୁ ମୁକ୍ତି ଦେବାକୁ କରାଯାଇଥିବା କ୍ଷମା ପ୍ରାର୍ଥନା ଉପରେ…

ଡିଜିପି ଚୟନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର, ୧୬।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ଭି.ମୋହନଙ୍କ…

ଶୁକ୍ରର ଉପଗ୍ରହ ମାଡ଼ହୋଇ ଧ୍ୱଂସ ପାଇଯାଇଛି

ନୂଆଦିଲ୍ଲୀ, ୧୬ା୯: ପୃଥିବୀର ଦ୍ରୁତ ଘୂର୍ଣ୍ଣନ ଯୋଗୁ ଚନ୍ଦ୍ର ଆମଠାରୁ ଦୂରେଇ ଯାଉଥିବା ବେଳେ ଶୁକ୍ର ଗ୍ରହର ମନ୍ଥର ଗତି ହିଁ ତା’ର ଉପଗ୍ରହ ପାଇଁ କାଳ…

ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା!ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ): ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାଦିନ ଭଳି ସକାଳୁ ଟାଇଁ ଟାଇଁ ଖରା ସାଧାରଣ…

ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୧୬।୯ (ରବିନାରାୟଣ ଜେନା): ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ରୀୟ ଅନୁଦାନ ହାର ବର୍ଷକୁ ବର୍ଷ କମୁଥିବାବେଳେ ରାଜ୍ୟର ନିଜସ୍ବ ଉତ୍ସରୁ କମ୍‌ ପରିମାଣ ରାଜସ୍ବ…

ଆସାମ, ମିଜୋରାମ, ମହାରାଷ୍ଟ୍ର ଯିବ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୬।୯(ତ୍ରିନାଥ ମହାନ୍ତି): ୨୦୨୨ ମସିହାରେ ଆସାମର କାଚାର ଜିଲାରୁ ୨ଟି ଶାବକ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲାରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?