ଦେବଗଡ଼ ପରେ ଅନୁଗୋଳରେ ମହାବଳ ବାଘର ପାଦ ଚିହ୍ନ

ଛେଣ୍ଡିପଦା,୧।୧୦(ଅଜିତ ଧଳ): ଦେବଗଡ଼ ପରେ ଏବେ ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ତା ଜଙ୍ଗଲରେ ଦେଖିବାକୁ ମିଳିଛି। ପାଦ ଚିହ୍ନକୁ ନେଇ ବନବିଭାଗ ଛାନ୍‌ ଭିନ୍‌ ଆରମ୍ଭ କରିଥିବା ବେଳେ ପାଦ ଚିହ୍ନ ମହାବଳ ବାଘର ହୋଇଥିବା ସନ୍ଦେହ କରାଯାଉଛି।

ସୋମବାର ଦେବଗଡ଼ ବନାଞ୍ଚଳ ବାଘବର ନିକଟରେ ବାଘ ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଠିକ୍‌ ସେହିପରି ମଙ୍ଗଳବାର ଛେଣ୍ଡିପଦା ବନାଞ୍ଚଳର କଂକୁରପାଳ ଗାଁ ନିକଟ ଦେଇ ଏକ ମହାବଳ ବାଘ ଗଉନାଳ ପାରି ହୋଇ ସଂରକ୍ଷିତ ଜଙ୍ଗଲକୁ ଯାଉଥିବା ସମ୍ପୃକ୍ତ ପାଦ ଚିହ୍ନରୁ ଜଣାପଡିଛି।

ଫଳରେ ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡିକରେ ଭୟର ବାତାବରଣ ଖେଳି ଯାଇଛି। ଏ ନେଇ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦ ଚିହ୍ନର ଫୋଟୋ ପ୍ରିଣ୍ଟ ନେବା ପରେ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ପାଦ ଚିହ୍ନକୁ ଲିଭେଇ ଦିଆଯାଇଛି।

ବୁଧବାର ସକାଳେ ବାଘଟି କଙ୍କୁରପାଳ ଗାଁ ଦେଇ ନାଳପାର ହୋଇ ଯାଇଥିବା ସ୍ଥାନୀୟ ପ୍ରତ୍ୟକ୍ଷ ଦର୍ଶୀ ପ୍ରକାଶ କରିଛନ୍ତି l ସାଇଣ୍ଟିଫିକ ଏକ୍ସପଟ ଦ୍ବାରା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏପରିକି ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡିକରେ ଲୋକଙ୍କୁ ସଚେତନ କରାଯାଉଥିବା ବନାଞ୍ଚଳ ଅଧିକାରୀ ଶୁଭ୍ରାଶୁ ଚିସ୍ମିତା ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗଳା ନିର୍ବାଚନର ସବୁଠାରୁ ଭାଗ୍ୟବାନ ପ୍ରାର୍ଥୀ: SIRରେ କଟିଯାଇଥିଲା ନାଁ, ଏବେ ହେଲେ ବିଧାୟକ

କୋଲକାତା,୬।୫: ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନେକ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ, ଭାଜପା ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତ। ମମତା…

କେନ୍ଦୁଝର ଜିଲା କାର୍ଯ୍ୟକାରୀ ସଭାପତି ହେଲେ ପ୍ରମୋଦ ପଟ୍ଟନାୟକ: ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

କେନ୍ଦୁଝର,୬।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ବିଜେଡି ନେତା ପ୍ରମୋଦ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ…

ଯଦି ମମତା ବାନାର୍ଜୀ ଇସ୍ତଫା ନ ଦିଅନ୍ତି, ତେବେ ପୋଲିସ ପଠାଇ… ଆଇନଗତ ରାସ୍ତା କହିଲେ ସୁପ୍ରିମକୋର୍ଟର ଓକିଲ

ନୂଆଦିଲ୍ଲୀ,୬।୫: ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ, ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି, ଯାହା ରାଜ୍ୟରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି…

ବିରଳ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ: ସମୁଦ୍ର ମୁହାଁ ହଜାର ହଜାର ଛୁଆ କଇଁଛ

ଗଞ୍ଜାମ,୬।୫:(ବିଦ୍ୟାଧର ସାହୁ ): ସାମୁଦ୍ରିକ କଇଁଛଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣ ବେଳାଭୂମିରୁ ସକାଳ ଓ ସନ୍ଧ୍ୟାରେ ଥଣ୍ଡା ପରିବେଶରେ ବିସ୍ତୃତ ବାଲୁକା…

ମନ୍ଦିର ପାଇଁ ମଞ୍ଜୁର ଟଙ୍କାରେ ଘର ତିଆରି ଅଭିଯୋଗ: ବିଧାୟକ ପାଣ୍ଠିର ଦୁରୁପଯୋଗ 

ଗୁଣପୁର,୬।୫(ସଂକେତ ପାତ୍ର): ରାୟଗଡ଼ା  ଜିଲା ଗୁଣପୁର ବ୍ଲକ ଅଧୀନ ମେରିଙ୍ଗି ଗ୍ରାମରେ ଅବସ୍ଥିତ ମାତାରବନମ୍‌ ମନ୍ଦିର ଉନ୍ନତି ପାଇଁ ମଞ୍ଜୁରି ହୋଇଥିବା ବିଧାୟକ ପାଣ୍ଠିର ଦୁରୁପଯୋଗ ହୋଇଥିବା…

ଡବଲ ଚାଲ୍‌ ଚଲାଇଲେ ବିଜୟ, ସରକାର ଗଠନ କରିବା ପାଇଁ ଟିଭିକେର ଦୁଇ ହାତରେ ଲଡ଼ୁ, ପରଦା ପଛରେ ଘଟୁଛି…

ଚେନ୍ନାଇ,୬।୫: ତାମିଲନାଡୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ଚାଲିଛି। ହେଲେ ବିଧାନସଭା ଫଳାଫଳ ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟାକୁ ବାଧା…

ବଢୁଛି ମୋହନଙ୍କ ପତିଆରା: ଗୋଟିଏ ପରେ ଗୋଟିଏ ଗୁରୁଦାୟିତ୍ୱ ଦେଉଛି ଭାଜପା

ଭୁବନେଶ୍ୱର,୬ା୫(ସୁନିତ୍‌ ମିଶ୍ର):ପଶ୍ଚିମବଙ୍ଗରେ ଭାଜପା ଏକାକୀ ସରକାର ଗଠନ କରିବାକୁ ଯାଉଛି। ଭାଜପା ବିଧାୟକ ଦଳ ନେତା ବାଛିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ…

ବଙ୍ଗଳା ଜିତିବା ପରେ ମଧ୍ୟ ଭାଜପାକୁ ମିଳିବନି ରାଜ୍ୟ ସଭାର ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୬।୫: ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରି ଭାଜପା ଦ୍ୱିଶତକ ହାସଲ କରି ଇତିହାସ ସୃଷ୍ଟି କରିଥିବା ବେଳେ, କିନ୍ତୁ ରାଜ୍ୟ ସଭାର ଗଣିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri