ମୁମ୍ବାଇକୁ ହରାଇବା ପରେ ଏହି ବଡ଼ ରେକର୍ଡର ଅଧିକାରୀ ହେବେ ଧୋନୀ

ଆବୁଧାବି, ୧୯।୯: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ର ୧୩ତମ ସଂସ୍କରଣ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍‌କୁ ଭାରତ ପରିବେର୍ତ୍ତ ୟୁଏଇରେ ଆୟୋଜିତ କରାଯାଉଛି। ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ଆବୁଧାବିରେ ଓପନିଂ ମ୍ୟାଚ୍‌ ଖେଳାଯିବ। ଯଦି ଓପନିଂ ମ୍ୟାଚ୍‌କୁ ଚେନ୍ନାଇ ଜିତିନିଏ ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ର ଏକ ବଡ଼ ରେକର୍ଡର ଅଧିକାରୀ ହେବେ।
ତାଙ୍କ ନେତୃତ୍ୱରେ ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୯୯ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ଯଦି ଶନିବାରର ମ୍ୟାଚ୍‌ରେ ମୁମ୍ବାଇ ପରାସ୍ତ ହୁଏ ତେବେ ଧୋନୀଙ୍କ ଅଧିନାୟକତ୍ୱରେ ସୁପର୍‌ କିଙ୍ଗ୍ସ ୧୦୦ ମ୍ୟାଚ୍‌ ଜିତିବ। ଅଧିନାୟକ ଭାବେ କୌଣସି ଫ୍ରାଞ୍ଚାଇଜକୁ ୧୦୦ ବିଜୟ ଦେବାରେ ସେ ପ୍ରଥମ ଖେଳାଳି ହୋଇପାରିବେ। ଆଇପିଏଲ୍‌ ଇତିହାସରେ ବର୍ତ୍ତମାନ ସୁଦ୍ଧା କୌଣସି ଖେଳାଳି ନିଜର ନେତୃତ୍ୱ ବଳରେ ଗୋଟିଏ ଫ୍ରାଞ୍ଚାଇଜକୁ ୧୦୦ ମ୍ୟାଚ୍‌ ଜିତାଇ ପାରିନାହାନ୍ତି। ଅପରପକ୍ଷରେ ଅଧିନାୟକ ଭାବେ ଧୋନୀ ଆଇପିଏଲ୍‌ରେ ଧୋନୀ ୧୦୦ ମ୍ୟାଚ୍‌ ଜିତିସାରିଛନ୍ତି। ଧୋନୀ ଚେନ୍ନାଇ ବାଦ୍‌ ପୁନେ ସୁପର୍‌ ଜିଆଣ୍ଟ୍‌ସର ମଧ୍ୟ ନେତୃତ୍ୱ ନେଇଥିଲେ।

Share