ଦମନ, ଗଦର ପରେ ଏବେ ସ୍ତ୍ରୀ-୨ ପାଇଲା ସଫଳତା, ଚର୍ଚ୍ଚାରେ ଦାରିଙ୍ଗବାଡ଼ିର ବରୁଣ

ଦାରିଙ୍ଗବାଡ଼ି,୧୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବରୁଣ ବିଶୋଇ ଜଣେ ସଫଳ ବଲିଉଡ୍‌ ଫଳି କଳାକାର ଭାବେ ଜଣାଶୁଣା। ସେ ଏବେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ଶତାଧିକ ବଲିଉଡ୍‌ ଫିଲ୍ମ ସମେତ ଓଡ଼ିଆ ଓ ଅନ୍ୟ ଭାଷାଭାଷୀ ଫିଲ୍ମରେ ଫଳି କଳାକାର ଭାବେ କାର୍ଯ୍ୟକରୀ ସଫଳତା ପାଇଛନ୍ତି। ଓଡ଼ିଆ ଫିଲ୍ମ ଦମନ ଏବେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ଗଦର-୨ ମଧ୍ୟ ଦେଶରେ ସଫଳତା ପାଇସାରିଛି। ଏବେ ସଫଳତାର ସହ ସ୍ତ୍ରୀ -୨ ଫିଲ୍ମ ଚର୍ଚ୍ଚାରେ ରହିଆସିଥିବା ବେଳେ ଦାରିଙ୍ଗବାଡ଼ିର ଯୁବ କଳାକାର ବରୁଣ ବିଶୋଇ ଏହି ଫିଲ୍ମରେ ଫଳି କଳାକାର ଭାବେ କାର୍ଯ୍ୟ କରିଛନ୍ତି।

ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେ ଏହି ଫିଲ୍ମକୁ ଶବ୍ଦ ସଂଯୋଜନା କରିବା ପାଇଁ ବହୁ ପରିଶ୍ରମ କରିଛନ୍ତି। ଏଥିରେ ତାଙ୍କ ସହକର୍ମୀ ଶିବଶମ୍ଭୁ ଦିଗାଲ ଏବଂ ଶ୍ରୀକ୍ଷେତ୍ର ଦିଗାଲ ତାଙ୍କୁ ସହାୟତା ପ୍ରଦାନ କରିଛନ୍ତି। ସେ କୁହନ୍ତି, ପ୍ରଥମେ ସ୍ତ୍ରୀ ଫିଲ୍ମଟି ଗତ ୨୦୧୮ରେ ରିଲିଜ୍‌ ହୋଇଥିଲା। ଦୀର୍ଘ ୬ ବର୍ଷ ପରେ ପୁଣି ସ୍ତ୍ରୀ -୨ ରିଲିଜ ହୋଇଛି। ତେଣୁ ପ୍ରଥମ ଫିଲ୍ମର ସାଉଣ୍ଡକୁ ନଜରରେ ରଖି ଦିତୀୟ ଫିଲ୍ମକୁ ବହୁ ପରିଶ୍ରମ କରାଯାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ବରୁଣ ଦୀର୍ଘ ୨୨ ବର୍ଷ ହେଲା ଦାରିଙ୍ଗବାଡ଼ିରୁ ଘର ଛାଡ଼ି ମୁମ୍ବାଇ ପହଞ୍ଚିଥିଲେ। ପ୍ରଥମେ ସେ ଜଣେ କ୍ୟାଣ୍ଟିନ୍‌ ବୟ ଭାବେ କାର୍ଯ୍ୟ ଆରମ୍ଭ କରି ସେଠାରେ ସେ ଫଳି କଳାକାର ଭାବେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ପିଲାଦିନରୁ ସଙ୍ଗୀତ ଗାନ କରିବା ସହ ଜଣେ ଭଲ କଳାକାର ହେବାକୁ ଇଚ୍ଛା ରଖିଥିଲେ। ଯାହାକି ଆଜି ତାଙ୍କୁ ସଫଳତା ଆଣିଦେଇଛି। ସେ ପୂର୍ବରୁ ଅନ୍ୟ ଷ୍ଟୁଡିଓରେ କାର୍ଯ୍ୟ କରୁଥିଲେ। ଏବେ ନିଜର ଷ୍ଟୁଡିଓରେ ସେ ଫଳି ରେକର୍ଡ କରୁଛନ୍ତି। ବଲିଉଡ୍‌ରେ ଅନେକ ଫିଲ୍ମ ରେକର୍ଡ କରିଥିବା ବେଳେ ଓଡ଼ିଆରେ ଦମନ ସମେତ କୁହୁଡି,ବିଗୁଲ ଆଦି ଫିଲ୍ମରେ ସେ ଫଳି ରେକର୍ଡ୍‌ର ଭାବେ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri