Posted inଜାତୀୟ

ଭାଜପା କ୍ଷମତାକୁ ଆସିବା ପରେ ମଣିପୁର ସ୍ଥିତି ହୋଇଛି ଖରାପ…

ନୂଆଦିଲ୍ଲୀ,୪।୧୦ : ମଣିପୁରର ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ କଂଗ୍ରେସ ପୁଣି ଥରେ ପ୍ରଶ୍ନ କରିଛି। ଦଳ ଅଭିଯୋଗ କରିଛି ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏପରି ରାଜ୍ୟ କିମ୍ବା ଏହାର ଲୋକମାନଙ୍କୁ ଅଣଦେଖା କରିନାହାଁନ୍ତି। କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ୧୫ମାସ ପୂର୍ବରୁ ଭାଜପା କ୍ଷମତାକୁ ଆସିବା ପରେ ମଣିପୁରରେ ଏଭଳି ପରିସ୍ଥିତି ଏହାର ନୀତି ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା ଦର୍ଶାଉଛି।

ଭାଜପା କ୍ଷମତାକୁ ଆସିବା ପରେ ମଣିପୁର ସ୍ଥିତି ଖରାପ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟ ଗସ୍ତ କରିଛନ୍ତି। ତେବେ ସ୍ଥିତିରେ କୌଣସି ଉନ୍ନତି ଆସିନାହିଁ ବରଂ ସ୍ଥିତି ଅଧିକ ଖରାପ ହେବାରେ ଲାଗିଛି।
ରାଜ୍ୟର ସାମାଜିକ ସମନ୍ବୟ ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ପ୍ରତିଦିନ ହିଂସାତ୍ମକ ଅପରାଧର ଭୟାନକ ଖବର ପ୍ରକାଶ ପାଉଛି। ହଜାର ହଜାର ଲୋକ କ୍ୟାମ୍ପରେ ରହୁଛନ୍ତି। ସଶସ୍ତ୍ର ବାହିନୀ ଏବଂ ରାଜ୍ୟ ପୋଲିସ ମଧ୍ୟରେ ସଂଘର୍ଷ ସାଧାରଣ ଘଟଣାରେ ପରିଣତ ହୋଇଛି।

ତଥାପି ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତି। କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ରାଜ୍ୟରେ ଅବସ୍ଥା ଖରାପ ହେବାର କିଛି ଦିନ ପରେ ସେ କେବଳ ଶୋ ’ପାଇଁ ଅଗଷ୍ଟ ୧୦ ରେ ଲୋକସଭାରେ ନିଜର ୧୩୩ ମିନିଟର ଭାଷଣରେ ପାଞ୍ଚ ମିନିଟରୁ କମ ସମୟ ପାଇଁ ରାଜ୍ୟ ବିଷୟରେ କହି କେବଳ ଔପଚାରିକତା ଦେଇଛନ୍ତି।

ଅଧିକାଂଶ ଭାଜପା ବିଧାୟକ ମୁଖ୍ୟମନ୍ତ୍ରୀ ବିରୋନ ସିଂଙ୍କୁ ପଦରୁ ହଟାଇବାକୁ ଚାହୁଁଛନ୍ତି। ଏହା ସତ୍ତ୍ୱେ ସେ ଲଜ୍ଜାଜନକ ଭାବରେ ନିଜ ପଦବୀରେ ରହିଛନ୍ତି।

ଏହା ସହିତ ସେ କେତେକ ପ୍ରଶ୍ନ କରିଛନ୍ତି। ତାହା ହେଉଛି, ପ୍ରଧାନମନ୍ତ୍ରୀ ଗତଥର ମଣିପୁର ଗସ୍ତ କେବେ କରିଥିଲେ?
ମଣିପୁରର ଭାଜପା ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶେଷ ଥର କେବେ କଥା ହୋଇଥିଲେ?
ପ୍ରଧାନମନ୍ତ୍ରୀ ଶେଷରେ ମଣିପୁରର ଭାଜପା ବିଧାୟକଙ୍କୁ କେବେ ଭେଟିଥିଲେ?
ଶେଷ ଥର ପାଇଁ କେତେବେଳେ କ୍ୟାବିନେଟ ସହକର୍ମୀଙ୍କ ସହ ମଣିପୁର ରାଜ୍ୟ ବିଷୟରେ ଆଲୋଚନା ହୋଇଥିଲା?

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri