କ୍ଷୀରରେ ଗାଧୋଇବା ପରେ ପ୍ୟାକ୍‌ କରି ବଜାରରେ କରାଯାଉଛି ବିକ୍ରି!

ଭିଟାମିନ୍‌ରେ ଭରପୂର କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାର ଉପକାର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। ତେବେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ୟାକେଟ କ୍ଷୀର ଉପରେ ନିର୍ଭରଶୀଳ। ମାତ୍ର ତୁର୍କୀର ଦୁଗ୍ଧ କାରଖାନାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବଭାଇରାଲ ହୋଇଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଭିଡିଓରେ ଜଣେ ବ୍ୟକ୍ତି କାରଖାନାର କ୍ଷୀର ଭର୍ତ୍ତି ଟବ୍‌ରେ ଗାଧୋଉଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ତୁର୍କୀର ସେଣ୍ଟ୍ରାଲ ଆଣ୍ଟୋଲିଆନ ପ୍ରଦେଶର କୋନିଆର। ପରେ ଏହି କ୍ଷୀରକୁ ପ୍ୟାକ କରାଯାଇ ବଜାରରେ ବିକ୍ରି ହେଉଛି। ଭିଡିଓକୁ ଆଧାର କରି ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ତାଙ୍କୁ ପୋଲିସ ଗିରଫ କରିଛି। ଏହା ସହିତ ଭିଡିଓ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

ଏ ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କିଛି କର୍ମଚାରୀ କମ୍ପାନୀକୁ ବଦ୍‌ନାମ କରିବା ପାଇଁ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି। ବ୍ୟକ୍ତି ଜଣକ ଯେଉଁଥିରେ ଗାଧୋଉଛନ୍ତି ତାହା କ୍ଷୀର ନାହିଁ, ସର୍ଫ ପାଣି। ମାମଲାର ତଦନ୍ତ ନ ହେବା ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉକ୍ତ କମ୍ପାନୀକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି।

 

Share