ପଟ୍ଟାମୁଣ୍ଡାଇ,୬।୮: କେନ୍ଦ୍ରାପଡ଼ରା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଘର ଭିତରେ ଜଣେ ଯୁବତୀ ଜିଅନ୍ତା ଜଳିଯାଇଛନ୍ତି। ତେବେ ଯୁବତୀ ଜଣଙ୍କ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ। କେହି ଜଣେ ବ୍ଲାକ୍ମେଲିଂ କରୁଥିବା ତାଙ୍କ ବାପା ଅଭିଯୋଗ ଆଧାରରେ ଜଣାଇଛନ୍ତି। ପୋଲିସ ପହଞ୍ଚି ନ ଥିବାରୁ ଘଟଣା ସମ୍ପର୍କରେ କିଛି ଜଣାପଡ଼ି ନାହିଁ।


