ଅମିତାଭ, ରେଖାଙ୍କ ପରେ ଜୋୟାଙ୍କ ଘର ହେଲା ସିଲ୍‌ !

ମୁମ୍ବାଇ: ବଲିଉଡ୍‌ରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ନିକଟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର ୪ ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏହାସହ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଖବର ଆସିବା ପରେ ଏମାନଙ୍କ ଘରକୁ ସିଲ୍‌ କରି ଦିଆଯାଇଛି। ଏବେ ଖବର ଆସିଛି କି ବଲିଉଡ୍‌ ନିର୍ଦ୍ଦେଶକ ଜୋୟା ଅଖତରଙ୍କ ଘରକୁ ମଧ୍ୟ ସିଲ୍‌ କରାଯାଇଛି। ସୂଚନା ମୁତାବକ ଜୋୟାଙ୍କ ଘର ରେଖାଙ୍କ ଘରକୁ ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ବିଏମ୍‌ସି ଜୋୟାଙ୍କ ଘରକୁ ମଧ୍ୟ ସିଲ୍‌ କରି ଦେଇଛି। ଏପର୍ଯ୍ୟନ୍ତ ଜୋୟା କି ତାଙ୍କ ପରିବାରର କୌଣସି ସଦସ୍ୟ କରୋନାରେ ପୀଡ଼ିତ ଥିବା ଜଣାପଡି ନାହିଁ।

Share