ଦୁର୍ନୀତି ଅଭିଯୋଗ ପରେ ବଣ୍ଟାହେଲା ରାଶନ ଚାଉଳ

କେସିଙ୍ଗା,୮।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ମହାଗା, ଜାମଜୋର, ମାଟିଆ, ଦେଓଗାଁ ଗ୍ରାମର ରାଶନ ଚାଉଳ ବଣ୍ଟନରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଥିଲା। ଏପରିକି ସେଲ୍‌ସମ୍ୟାନ ଗତ ଜାନୁଆରୀ ମାସର ଚାଉଳ ହିତାଧିକାରୀଙ୍କୁ ଦେଇ ନ ଥିବା ଗତ ବୁଧବାର ଜିଲାପାଳଙ୍କ ନିକଟରେ ୫୦ରୁ ଊଦ୍ଧର୍‌ବ ହିତାଧିକାରୀମାନେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ଜିଲାପାଳ ଜିଲା ଯୋଗାଣ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ତୁରନ୍ତ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବା ପାଇଁ ସିଏସ୍‌ଓଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ଦେଓଗାଁ ପଞ୍ଚାୟତ ସେଲ୍‌ସମ୍ୟାନ ସରପଞ୍ଚ ଡମ୍ବରୁ ଧର ପଟ୍ଟନାୟକଙ୍କ ଉପସ୍ଥିତରେ ମହଗାଁରେ ଚାଉଳ ବଣ୍ଟନ କରିଛନ୍ତି।