ଦୀର୍ଘକାଳ ବୁଡ଼ିଥିଲେ, ଏବେ ଉଠିଲେ

ଓ୍ବାଶିଂଟନ,୩୦।୧୦: ପ୍ରଶାନ୍ତ ମହାସାଗରରେ ଅତଳ ଜଳରାଶି ମଧ୍ୟରୁ ଉପରକୁ ଉଠିଛି ୨ ଡଜନ ଘୋଷ୍ଟ ଶିପ୍‌। ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ଏହି ଜାହାଜଗୁଡ଼ିକ ଉଠିଆସିଥିବା ଜଣାପଡ଼ିଛି। ଏସବୁର ଫଟୋ ଓ ଭିଡିଓ ଫୁଟେଜ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିଶ୍ୱଯୁଦ୍ଧ ବେଳେ ଅଶାନ୍ତ ସମୁଦ୍ରରେ ବୁଡ଼ିଯାଇଥିବା ଯୁଦ୍ଧଜାହାଜଗୁଡ଼ିକୁ ଏବେ ଟୋକିଓ ଉପକୂଳରୁ ୮୦୦ ମାଇଲ ଦୂରରେ ଦେଖିବାକୁ ମିଳିଛି। ୧୯୪୫ରେ ଇଓ୍ବୋ ଜିମା ଯୁଦ୍ଧ ସମୟରେ ଏହି ଜାପାନୀ ଜାହାଜଗୁଡ଼ିକୁ ଆମେରିକା ନୌସେନା ନିଜ କବ୍‌ଜାକୁ ନେଇଥିଲା ବୋଲି କୁହାଯାଉଛି। ଏଭଳି ଦୃଶ୍ୟ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁ ଦେଖିବାକୁ ମିଳିଛି।
ସମୁଦ୍ର ତଳେ ହୋଇଥିବା ଫୁକୁଟୋକୁ-ଓକାନୋବା ନାମକ ଏହି ଆଗ୍ନେୟଗିରିର ଭୂକମ୍ପ ସମ୍ପର୍କିତ ଗତିବିଧି ଏକ ନୂଆ ‘ସି’ ଆକୃତିର ଦ୍ୱୀପ ସୃଷ୍ଟି କରିଛି। ପ୍ରଥମେ ଏହି ଛୋଟ ଦ୍ୱୀପର ଆୟତନ ପ୍ରାୟ ୧ କି.ମି. ଥିଲା। ତେବେ ଦ୍ୱୀପଟି ସାମ୍ନାକୁ ଆସିବା ପରେ କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି। ମୂଳ ଆକାରରୁ ଏବେ ଏହା ଏକ-ତୃତୀୟାଂଶ ଛୋଟ ହୋଇଯାଇଛି। ଜାପାନୀ ତଟରକ୍ଷୀଙ୍କ ମତରେ ଏହି କ୍ଷୁଦ୍ର ଦ୍ୱୀପ ଆଗ୍ନେୟଗିରିରୁ ଉଦ୍‌ଗୀରଣ ହୋଇଥିବା ଲାଭା ଓ ପାଉଁଶ ଯୋଗୁ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ଉଦ୍‌ଗିରଣ ଫଳରେ ୨୪ଟି ଜାହାଜ ପାଣି ଉପରକୁ ଉଠିଛି, ଯାହାକି ୧୯୪୯ ଇଓ୍ବୋ ଜିମା ଯୁଦ୍ଧ ବେଳେ ବୁଡ଼ିଯାଇଥିଲା। ଯୁଦ୍ଧ ଚାଲିଥିବାବେଳେ ୭୦,୦୦୦ ଆମେରିକୀୟ ମରିନ୍‌ ଦ୍ୱୀପର ବଙ୍କରଗୁଡ଼ିକରେ ଆମତ୍ଗୋପନ କରିଥିବା ୨୦,୦୦୦ ଜାପାନୀ ସୈନ୍ୟଙ୍କ ବିରୋଧରେ ଲଢ଼େଇ କରିଥିଲେ। ଯୁଦ୍ଧ ଶେଷ ହେବାବେଳକୁ ପ୍ରାୟ ୭,୦୦୦ ମରିନଙ୍କ ଜୀବନ ଯାଇଥିବାବେଳେ ୨୦,୦୦୦ ଆହତ ହୋଇଥିଲେ। ଆମେରିକୀୟଙ୍କ ଆକ୍ରମଣରେ ଜାପାନର ପ୍ରାୟ ସମସ୍ତ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ଆମେରିକା ନୌସେନା ଉକ୍ତ ଜାହାଜଗୁଡ଼ିକୁ ଦଖଲ କରିଥିଲେ। ଇଓ୍ବୋ ଜିମାରେ କୌଣସି ବନ୍ଦର ନ ଥିବାରୁ ସେଗୁଡ଼ିକ ସମୁଦ୍ରରେ ବୁଡ଼ିଯାଇଥିଲା ବୋଲି ଆମେରିକାର ନ୍ୟାଶନାଲ ଆର୍କାଇଭ୍ସ ପକ୍ଷରୁ କୁହାଯାଇଛି। ସମୁଦ୍ରରେ ଭୂତ ଜାହାଜ ଦୃଶ୍ୟମାନ ହେବାର ଏହା ପ୍ରଥମ ଘଟଣା ନୁହେଁ। ୩୫ ବର୍ଷ ପୂର୍ବେ ମଧ୍ୟ ସମୁଦ୍ର ଭିତରେ ସେସ୍‌ମିକ୍‌ ଗତିବିଧି ଯୋଗୁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri