Categories: ଖେଳ

୯ ମାସ ପରେ ପ୍ରଥମ ମ୍ୟାଚ୍‌ ଜିତିଲେ ଏହି ମହାନ୍‌ ଖେଳାଳି

ନ୍ୟୁୟର୍କ,୨୩।୮ (ଏପି): ବ୍ରିଟେନ ଟେନିସ ତାରକା ଆଣ୍ଡି ମୁରେ ଦୀର୍ଘ ୯ ମାସ ପରେ ପ୍ରଥମ ମ୍ୟାଚ୍‌ ଖେଳିଛନ୍ତି ଓ ଏଥିରେ ବିଜୟୀ ହୋଇଛନ୍ତି। ୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ମୁରେ ଏଠାରେ ଆରମ୍ଭ ହୋଇଥିବା ଓ୍ବେଷ୍ଟର୍ନ ଓ ସଦର୍ନ ଓପନ୍‌ର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଫ୍ରାନ୍‌ସେସ୍‌ ଟିଆଫୋଙ୍କୁ ଭେଟିଥିଲେ। ଟିଆଫୋଙ୍କୁ ସେ ୭-୬. ୩-୬, ୬-୧ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶାରୀରିକ ଭାବେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ଟୁର୍ନାମେଣ୍ଟ ମାର୍ଚ୍ଚରେ ବାତିଲ ହୋଇଥିଲା। ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ଓହିଓରୁ ନ୍ୟୁୟର୍କକୁ ସ୍ଥାନାନ୍ତର ହୋଇଥିଲା। ଦ୍ୱିତୀୟ ରାଉଣ୍ଡରେ ମୁରେ ଏବେ ପଞ୍ଚମ ସିଡ୍‌ ଆଲେକଜାଣ୍ଡର ଜେଭ୍‌ରେଭଙ୍କୁ ଭେଟିବେ। ଶନିବାର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ଅନ୍ୟ ଖେଳାଳିମାନେ ହେଲେ କେଭିନ ଆଣ୍ଡରସନ, କାନାଡାର ମିଲୋସ ରାଓନିକ୍‌, ଫେଲିକ୍ସ ଅଗର-ଅଲିଆଜିମ ଓ ଡେନିସ୍‌ ଶାପାଲୋଭ ଏବଂ ଆମେରିକାର ଟେଲଣ ଫ୍ରଜ୍‌ ଓ ରିଲେି ଓପେଲ୍‌କା। ୨୦୧୮ରେ ମୁରେ ଅଣ୍ଟାରେ ଅସ୍ତ୍ରୋପଚାର କରାଇବା ପରେ ପୁଣି ଥରେ ୨୦୧୯ରେ କରାଇଥିଲେ।

Share