କୋରାପୁଟରୁ ପୁଣି ସୁସ୍ଥ ହେଲେ ୯ କରୋନା ଆକ୍ରାନ୍ତ

କୋରାପୁଟ,୧୮ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ସଂଖ୍ୟା ୮୪କୁ ବୃଦ୍ଧି ପାଇଛି ା
ଜିଲା ପ୍ରଶାସନର ସୂଚନା ଅନୁଯାୟୀ, ଶନିବାର ସୁଦ୍ଧା ଜିଲାରେ ମୋଟ୍‌ ୧୧ ହଜାର ୬୫୪ ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିବାବେଳେ ଏଥିରୁ ୧୦ ହଜାର ୫୩୪ ଜଣଙ୍କର ରିପୋର୍ଟ ମିଳିଛି ା ଏମାନଙ୍କ ମଧ୍ୟରେ ୨୨୨ ଜଣ ପଜିଟିଭ୍‌ ରହିଥିବାବେଳେ ବାକି ସବୁ ନେଗେଟିଭ୍‌ ରହିଛି ା କରୋନା ସଂକ୍ରମିତ ହୋଇଥିବା ୨୨୨ ଜଣଙ୍କ ମଧ୍ୟରୁ ୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।