୫ ବର୍ଷ ପରେ ‘କୋଠରି’ରୁ ବାହାରିଲେ ଆଲିବାବାର ପ୍ରତିଷ୍ଠାତା: ଚାଇନାରେ ହେବ ପରିବର୍ତ୍ତନ

ବେଜିଂ,୨୧।୨: ଚାଇନାର ସବୁଠାରୁ ପ୍ରସିଦ୍ଧ ତଥା ପ୍ରଭାବଶାଳୀ ଉଦ୍ୟୋଗୀ ଜ୍ୟାକ ମା ପାଞ୍ଚ ବର୍ଷ ପରେ ଶେଷରେ ସାଧାରଣ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ଏକଦା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ବିବେଚିତ ହେଉଥିବା ଆଲିବାବାର ପ୍ରତିଷ୍ଠାତା ଜ୍ୟାକ ମା ୨୦୨୦ ମସିହାରୁ ହଠାତ୍‌ ଗାଏବ ହୋଇଯାଇଥିଲେ। ତାଙ୍କ ନିଖୋଜର କାରଣ ଥିଲା ଚାଇନାର ଆର୍ଥିକ ବ୍ୟବସ୍ଥା ପ୍ରତି ତାଙ୍କର ଖୋଲା ସମାଲୋଚନା, ଯାହା ବେଜିଂ ସରକାରଙ୍କୁ ଚିନ୍ତିତ କରିଥିଲା।
ଏହା ପରେ, ସରକାର ତାଙ୍କ କମ୍ପାନୀଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏବଂ ଜ୍ୟାକ ମା ନିଜକୁ ସାର୍ବଜନୀନ ଜୀବନରୁ ଦୂରେଇ ରଖିଲେ। କିନ୍ତୁ ଏବେ, ତାଙ୍କର ପ୍ରତ୍ୟାବର୍ତ୍ତନ ଅନେକ ନୂତନ ସଙ୍କେତ ଦେଉଛି। ପ୍ରଶ୍ନ ହେଉଛି ଏହା କ’ଣ ଚାଇନା ସରକାର ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ସମାଧାନର ସଙ୍କେତ, ନା ଏକ ନୂତନ ରଣନୀତି।
ଗତ ସପ୍ତାହରେ, ଜ୍ୟାକ ମାଙ୍କୁ ବେଜିଂରେ ଶୀର୍ଷ ଚାଇନା ଶିଳ୍ପପତି ଏବଂ ଘରୋଇ କ୍ଷେତ୍ର ପ୍ରତିନିଧିଙ୍କ ସହ ଏକ ବୈଠକରେ ପ୍ରଥମ ଥର ପାଇଁ ସାଧାରଣରେ ଦେଖାଯାଇଥିଲା। ଏହି ବୈଠକରେ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଉପସ୍ଥିତ ଥିଲେ। ଫଟୋଗୁଡ଼ିକରେ, ଜ୍ୟାକ ମାଙ୍କୁ ଆଗ ଧାଡିରେ ବସିଥିବାର ଦେଖାଯାଇଥିଲା, ଯଦିଓ ସେ କୌଣସି ଭାଷଣ ଦେଇ ନ ଥିଲେ।
ଚାଇନା ସରକାର ଏବେ ବଡ଼ ଘରୋଇ କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସହିତ ସମ୍ପର୍କ ଉନ୍ନତ କରିବାକୁ ଚେଷ୍ଟା କରୁଛି। ଜ୍ୟାକ ମାଙ୍କ ସୋସିଆଲ ମିଡିଆରେ ଫେରିବା ଏକ ସକାରାତ୍ମକ ପରିବର୍ତ୍ତନ ଭାବରେ ଦେଖାଯାଉଛି।
ସି ଜିନପିଙ୍ଗ ଏହି ବୈଠକରେ କହିଥିଲେ ଯେ, ଘରୋଇ କ୍ଷେତ୍ର ଏବେ ଖୋଲାଖୋଲି ଭାବରେ ଆଗକୁ ଆସିବା ଉଚିତ ଏବଂ ଚାଇନାର ଆର୍ଥିକ ଚ୍ୟାଲେଞ୍ଜର ମୁକାବିଲା କରିବାରେ ଯୋଗଦାନ ଦେବା ଉଚିତ। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଚାଇନାର ଅର୍ଥନୀତି ମାନ୍ଦାବସ୍ଥାର ଶିକାର ହେଉଛି, ବେକାରି ବୃଦ୍ଧି ପାଉଛି ଏବଂ ନିବେଶକଙ୍କ ବିଶ୍ୱାସ ଦୁର୍ବଳ ହେଉଛି।

ଚାଇନାର ଅର୍ଥନୀତିରେ ଘରୋଇ କ୍ଷେତ୍ରର ଅବଦାନ ୫୦%ରୁ ଅଧିକ, ଏବଂ ଏହା ସହରାଞ୍ଚଳ ନିଯୁକ୍ତି ଏବଂ ଟିକସ ରାଜସ୍ବର ଏକ ପ୍ରମୁଖ ଉତ୍ସ। ଜ୍ୟାକ ମାଙ୍କ ପ୍ରତ୍ୟାବର୍ତ୍ତନ ସୂଚାଇ ଦେଉଛି ଯେ, ଚାଇନା ସରକାର ଏବେ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ଘରୋଇ କ୍ଷେତ୍ରର ବଡ଼ ଉଦ୍ୟୋଗୀମାନଙ୍କୁ ପୁନଃ ଉତ୍ସାହିତ କରିବାକୁ ଚାହୁଁଛି। ଏହି ଖବର ପରେ, ଆଲିବାବାର ଶେୟାରରେ ବୃଦ୍ଧି ଦେଖିବାକୁ ମିଳିଥିଲା, ଯାହା ବଜାରର ସକାରାତ୍ମକ ପ୍ରତିକ୍ରିୟାକୁ ପ୍ରତିଫଳିତ କରେ।


Enter your email to get our daily news in your inbox.

All Right Reserved By Dharitri.Com

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ସୁନା-ରୂପା ପରି ବଢିଚାଲିଛି ଏହି ଧାତୁର ଦାମ୍‌! ଏବେଠୁ କିଣି ନିଅନ୍ତୁ…

ନୂଆଦିଲ୍ଲୀ,୩୧।୧: ଯଦି ଆପଣଙ୍କର ଧ୍ୟାନ କେବଳ ସୁନା ଏବଂ ରୂପା ଉପରେ ରହିଛି, ତେବେ ବଜାରକୁ ପୁନଃପରୀକ୍ଷଣ କରିବାର ସମୟ ଆସିଛି। ବିଶ୍ୱ ସାମଗ୍ରୀ ବଜାରରେ ଏକ…

ହଠାତ୍‌ ନବୀନ ନିବାସରେ ପହଞ୍ଚିଲେ କଳିକେଶ, ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୩୧।୧: ନବୀନ ନିବାସରେ ପହଞ୍ଚିଲେ କଳିକେଶ ନାରାୟଣ ସିଂହଦେଓ।କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା, ବାହାରୁ ସମର୍ଥନ ଭିତରେ ବିରୋଧ

ଭୁବନେଶ୍ୱର,୩୧ା୧: ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ…

Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ

ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଇ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri