୪ ଦଶନ୍ଧି ପରେ ପୂରଣ ହେବ ସ୍ବପ୍ନ! ବ୍ରାହ୍ମଣୀଗାଁରେ ବ୍ଲକ ସ୍ଥାପନ ହେବା ଆଶା ବୃଦ୍ଧି

ଦାରିଙ୍ଗବାଡି, ୨।୧ (ଅରୁଣ ସାହୁ):ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ସରକାର ଗଠନ କରିଛି। ସରକାରଙ୍କ ନୂଆ ନୂଆ ଯୋଜନା ପ୍ରସ୍ତୁତି ହେଉଛି, ଯାହାକି ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ଫାଇଦା ଦେବ। ନୂଆ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ପ୍ରକଟ ବୃଦ୍ଧି ପାଇଛି। ସରକାରଙ୍କ ବିଭିନ୍ନ ନିଷ୍ପତି ସାଧାରଣ ଲୋକଙ୍କୁ ସୁହାଉଛି। ଏବେ ରାଜ୍ୟ ସରକାର ରାଜ୍ୟରେ ନୂତନ ବ୍ଲକ ଗଠନ କରିବା ନିଷ୍ପତି ନେଇଛନ୍ତି। ଏଭଳି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ବାଗତଯୋଗ୍ୟ ପଦକ୍ଷେପ କୁହାଯାଉଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ପଞ୍ଚାୟତ ଏବେ ବ୍ଲକ ଗଠନ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଆଶା ଓ ବିଶ୍ୱାସ ବୃଦ୍ଧି ପାଇଛି।
ଗତ ୪ ଦଶନ୍ଧି ଧରି ବ୍ରାହ୍ମଣୀଗାଁକୁ ବ୍ଲକ ସ୍ଥାପନ କରିବାକୁ ଅଞ୍ଚଳବାସୀ ଦାବି କରିବା ସହ ଅନେକଥର ଆନ୍ଦୋଳନ, ବିକ୍ଷୋଭ ଆଉ ଏବେ ସାମାଜିକ ଗଣମାଧ୍ୟମରେ ପ୍ରତିବାଦ ଓ ଦାବି କରିବା ଭିଡିଓ ରାଜ୍ୟସରକାରଙ୍କ ନିକଟରେ ପହଞ୍ଚାଇବାକୁ ଅଞ୍ଚଳବାସୀ ଗତ କିଛି ଦିନ ହେଲା ଜାରୀ ରଖିଛନ୍ତି। ଅଞ୍ଚଳବାସୀ ଆଶା ଓ ବିଶ୍ବାସ ବର୍ତ୍ତମାନର ରାଜ୍ୟ ସରକାର ଏହା ଉପରେ ବିଚାର ବିମର୍ଶ କରି ବ୍ରାହ୍ମଣୀଗାଁକୁ ବ୍ଲକ ଭାବେ ସ୍ଥାପନା କରିବେ ଯାହାଫଳରେ ଅଞ୍ଚଳବାସୀ ଉପକୃତ ହେବେ।
ସୂଚନାଯୋଗ୍ୟ ଯେ, ବ୍ରାହ୍ମଣୀଗାଁରେ ଥାନା, ବନାଞ୍ଚଳ କାର୍ଯ୍ୟାଳୟ ସମେତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି। ୮ ଟି ପଞ୍ଚାୟତ ତଥା କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା, ବ୍ରାହ୍ମଣୀଗାଁ, ଗଦାପୁର, ହାତୀମୁଣ୍ଡା, ସରାମୁଳି ଓ ତାଜୁଙ୍ଗିଆ ପଞ୍ଚାୟତ ଦାରିଙ୍ଗବାଡି ବ୍ଲକ ହେଡକ୍ୱାଟର ଠାରୁ ୪୦ ରୁ ପର୍ଯ୍ୟନ୍ତ ଦୂରତାରେ ରହିଛି। ସେହିପରି ଉକ୍ତ ଅଞ୍ଚଳରୁ ଜିଲା ହେଡକ୍ୱାଟର ୧ ଶହ ୫୦ କିମି ରୁ ୨ ଶହ କିମି ପର୍ଯ୍ୟନ୍ତ ଦୂରତା ହେଉଛି ସେ ବ୍ଲକ ହେଉକି ଜିଲା ହେଡ୍‌କ୍ୱାର୍ଟର ଅଞ୍ଚଳବାସୀ ସରକାରୀ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଗଲେ ଗୋଟିଏ ଦିନରେ ନିଜ ଗାଁକୁ ଫେରିବା କଷ୍ଟ ହେଉଛି ଏବଂ କୌଣସି କାର୍ଯ୍ୟରେ ବାରମ୍ବାର ଯାତାୟତ ମଧ୍ୟ ସମ୍ଭବ ହେଉ ନ ଥିବା ଅଞ୍ଚକବାସୀ ଅଭିଯୋଗ କରିଆସୁଛନ୍ତି। ବ୍ଲକ, ତହସିଲ କାର୍ଯ୍ୟରେ ଅଞ୍ଚଳବାସୀ ଦାରିଙ୍ଗବାଡି ଆସି ବହୁତ ହଇରାଣ ଭୋଗୁଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ। ଏବେ ନୂତନ ସରକାର ବ୍ଲକ ପୁନର୍ଗଠନର ନିଷ୍ପତି ନେଇଛନ୍ତି। ଏହା ନିଶ୍ଚିତ ଭାବେ ଲୋକଙ୍କ ବଡ଼ ସମସ୍ୟାକୁ ଦେଖି ବ୍ରାହ୍ମଣୀଗାଁକୁ ବ୍ଲକ ସ୍ଥାପନ କରି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବେ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri