୪ଦିନ ପରେ ଦୋଳଯାତ୍ରା: ବ୍ୟବସାୟୀଙ୍କ କବଜାରେ ରାସ୍ତା ଦେଖାଦେବ ଟ୍ରାଫିକ ସମସ୍ୟା

ଗଞ୍ଜାମ,୭ା୩(ବିଦ୍ୟାଧର ସାହୁ): ଆଉ ଚାରି ଦିନ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା। କେଉଁ ଆବାହନ କାଳରୁ ଏଠାରେ ଏହି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ୧୧ରୁ ଆରମ୍ଭ ହେଉଥିବା ଏହି ଯାତ୍ରାରେ ସମସ୍ତ ସାହିର ପ୍ରାୟ ସୁସଜ୍ଜିତ ଷୋହଳଟି ଦୋଳ ବିମାନ ମେଢ଼ ବଜାରକୁ ଆସିବେ। ପ୍ରଥମେ ସ୍ଥାନ ଚି଼ହ୍ନଟ ପାଇଁ ପୂର୍ବାହ୍ନରେ ବାରଟି ମେଢ଼ ବଜାରକୁ ଆସି ନିଜ ନିଜ ସ୍ଥାନ ଚିହ୍ନଟ କରି ପୁଣି ନିଜ ସାହିକୁ ଫେରିବେ ଠାକୁର। ବିଭିନ୍ନ ସାହି ମେଢ଼ ବିରାଟ ଶୋଭାଯାତ୍ରାରେ ନାଚ ଗୀତରେ ସ୍ଥାନ ଚିହ୍ନଟ ପାଇ ଆସୁଥିବା ହେତୁ ବଜାର ସେହି ସମୟରେ ଜନଗହଳି ରହିବ। ବର୍ତ୍ତମାନ କିଛି ବ୍ୟବସାୟୀ ଦୋକାନ ଆଗକୁ ଆଣିବା ସହ ହୋଡିଂ ଏବଂ କିଛି ଦୋକାନ ସାମଗ୍ରୀ ରାସ୍ତା ଉପରେ ରଖୁଥିବା ଯୋଗୁଁ ନିଶ୍ଚିତ ଟ୍ରାଫିକ ସମସ୍ୟା ସୃଷ୍ଟି କରିବ। ଏହି ଯାତ୍ରା ପାଇଁ ଏନଏସି ପ୍ରଶାସନ ଓ ଥାନା ପୋଲିସ ପକ୍ଷରୁ ଦୁଇ ଦୁଇ ଥର ଶାନ୍ତି କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସେତେବେଳେ ଏହି ସମସ୍ୟା ସୃଷ୍ଟି ହେବ ବୋଲି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ପ୍ରଶାସନ ଏଯାବତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ କିମ୍ବା ଉକ୍ତ ଦୋକାନୀ ମାନଙ୍କୁ ନୋଟିସ ମଧ୍ୟ ହୋଇନାହିଁ। ଏହି ଯାତ୍ରା ତିନି ଦିନ ଧରି ଅନୁଷ୍ଠିତ ହେବ। ପ୍ରତିବର୍ଷ ପ୍ରାୟ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଛି। ତ୍ରିବେଣୀ ଛକ ଠାରୁ ସାନ ବଜାର ପର୍ଯ୍ୟନ୍ତ ହଜାର ହଜାର ବିଭିନ୍ନ ପସରା ପଡୁଛି। ଅନ୍ୟପଟେ ବିଭିନ୍ନ ସାହିରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟଗୁଡ଼ିକ ଜଳୁନଥିବା ବେଳେ ଏହା ଯାତ୍ରା ପୂର୍ବରୁ ସଜଡ଼ାଯିବ କି ନାହିଁ ସନ୍ଧେହ ଘେରରେ ରହିଛି। ତେଣୁ ଯାତ୍ରା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri