୩୦ ବର୍ଷ ପରେ ମା’ ଦକ୍ଷିଣକାଳୀ ପୀଠରେ ହେଲା ମହାଯଜ୍ଞ

ପୁରୁଷୋତ୍ତମପୁର,୧୫ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଜଳେଶ୍ବରଖଣ୍ଡି ଗ୍ରାମ ଋଷିକୂଲ୍ୟା ନଦୀତଟରେ ତାରାତାରିଣୀଙ୍କ ନିକଟରେ ପ୍ରତିଷ୍ଠିତ ଅନ୍ୟତମ ଶକ୍ତିପୀଠ ମା’ ଦକ୍ଷିଣକାଳୀଙ୍କ ପୀଠରେ ଦୀର୍ଘ ୩୦ ବର୍ଷ ପରେ ଅନୁଷ୍ଠିତ ହୋଇଛି ସପ୍ତସତୀ ଚଣ୍ଡୀ ମହାଯଜ୍ଞ। ମନ୍ଦିର ଟ୍ରଷ୍ଟି ସୁଦର୍ଶନ ନାୟକ ଓ ମୁଖ୍ୟ ପୁରୋହିତ ପଣ୍ଡିତ ବାସୁଦେବ ମିଶ୍ରଙ୍କ ତତ୍ତ୍ୱାବଧାନରେ ନୀତିକ୍ରାନ୍ତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଓ ଯଜ୍ଞ ଚାଲିଛି। ପ୍ରତ୍ୟହ ସୂର୍ଯ୍ୟ ପୂଜା,୧୦୮ ଚଣ୍ଡୀପାଠ, ନାମଯଜ୍ଞ, ଘୃତ ଯଜ୍ଞ, ଅନ୍ନଯଜ୍ଞମାନ ସହ ବିଭିନ୍ନ ପ୍ରକାରର ପୂଜାପାଠ ଚାଲିଛି। ଏଥିରେ ମୁଖ୍ୟ ପ୍ରଚାରକ ପଣ୍ଡିତ ସିମାଞ୍ଚଳ ତ୍ରିପାଠୀ, ବିଭୂତି ଭୂଷଣ ତ୍ରିପାଠୀଙ୍କ ସମେତ ୧୦୦୮ ଜଣ ପଣ୍ଡିତ ଯୋଗଦେଇଥିବା ବେଳେ କର୍ତ୍ତାଭାବରେ ରହିଛନ୍ତି। ଯଜ୍ଞ ଦେଖିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷା ଲାଗି ଭକ୍ତଙ୍କ ଭିଡ଼ ଲାଗିଥିବା ବେଳେ ଆଜି ସଂକ୍ରାନ୍ତି ହେତୁ ପ୍ରବଳଭିଡ଼ ଲାଗିରହିଛି। ଆସନ୍ତା ୨୦ ତାରିଖରେ ଏହ ଯଜ୍ଞର ଉଦ୍‌ଯାପନ ଘଟିବ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଝି ପଡ଼ିଆରେ ସଲମାନ ଆଗାଙ୍କ ସହ ‘ଖେଳ’ ହୋଇଗଲା! ରନ-ଆଉଟକୁ ନେଇ ହାସ୍ୟାସ୍ପଦ ପୋଷ୍ଟ ଭାଇରାଲ

ରାଓ୍ବଲପିଣ୍ଡି,୧୫।୩: ବର୍ତ୍ତମାନ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳାଯାଉଛି। ସିରିଜର ଦ୍ୱିତୀୟ ମ୍ୟାଚରେ, ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସଲମାନ ଅଲି…

ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ସ୍ବାମୀଙ୍କ ଆତ୍ମହତ୍ୟା, ଅନାଥ ହୋଇଗଲା ୨ ବର୍ଷର ଶିଶୁକନ୍ୟା 

ବାହାନଗା,୧୫।୩(ଅରୂପ କୁମାର ଦାସ):  ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ମହାରୁଦ୍ରପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସନ୍ଦେହ ଯୋଗୁ ଗୋଟିଏ ହସଖୁସିର ସଂସାର…

ନିର୍ବାଚନ ପୂର୍ବରୁ ମମତାଙ୍କ ମାଷ୍ଟରଷ୍ଟ୍ରୋକ୍‌, କଲେ ବଡ଼ ଘୋଷଣା

କୋଲକାତା,୧୫।୩: ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ମାଷ୍ଟରଷ୍ଟ୍ରୋକ୍‌ ମାରିଛନ୍ତି। ରବିବାର ଏକ ଘୋଷଣା କରି, ସେ କହିଛନ୍ତି ଯେ…

ବାହା ହେବେ ଅନୁଷ୍କା ସେଟ୍ଟୀ, ଜାଣନ୍ତି କିଏ ସେହି ଲକି ବୟ…?

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଅନୁଷ୍କା କେବେ ଏବଂ…

IRGCର ଧମକ: ‘ଜୀବିତ ଥିବା ଯାଏ ପିଛା କରିବୁ…, ସାରା ବିଶ୍ୱରେ ଚାଞ୍ଚଲ୍ୟ

ତେହେରାନ/ଜେରୁଜେଲମ,୧୫।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି। ରବିବାର ଇରାନର ଶକ୍ତିଶାଳୀ ସେନା ‘ରିଭୋଲ୍ୟୁସନାରୀ ଗାର୍ଡସ’ (IRGC) ଇସ୍ରାଏଲ…

ଗଛରେ ପିଟି ହେଲା କାର: ଆଖିବୁଜିଲେ ସ୍ତ୍ରୀ, ୨ ପିଲା

ପୋଲସରା,୧୫।୩: ଗଛରେ ପିଟି ହେଲା କାର। ସ୍ତ୍ରୀ ମୃତ, ସ୍ବାମୀ ଓ ୨ ପିଲା ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ତାକରଡ଼ା ଗାଁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କ୍ରିକେଟର, କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୩: ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରି ବୈଭବ ସୂର୍ଯ୍ୟବଂଶୀ ପୂର୍ବ IPL ସଂସ୍କରଣରେ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ IPLରେ ଦ୍ରୁତତମ ଭାରତୀୟ ଶତକ…

ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ଆରମ୍ଭ, ବେଳାଭୂମି ସଫେଇ ପାଇଁ…

ଗଞ୍ଜାମ,୧୫ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ନିକଟସ୍ଥ ଋଷିକୂଲ୍ୟା ବେଳାଭୂମିରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri