ଜିଲା ଗଠନର ୨୮ ବର୍ଷ ପରେ ବି ପଛୁଆ

ଖୋର୍ଦ୍ଧା ଅଫିସ,୭ା୩: ଲାଲ୍‌ମାଟିର ଗଡ଼ ଖୋର୍ଦ୍ଧା। ଐତିହ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ସମେତ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଖୋର୍ଦ୍ଧାର ଯେପରି ସ୍ବତନ୍ତ୍ର ପରିଚୟ ରହିଛି, ଖୋର୍ଦ୍ଧା ନାଲି ଗାମୁଛାର ସେହିପରି ପ୍ରସିଦ୍ଧି ରହିଛି। ଏହାସତ୍ତ୍ୱେ ବିକାଶ କ୍ଷେତ୍ରରେ ଖୋର୍ଦ୍ଧା ଜିଲା ପଛରେ ପଡ଼ିଛି। ଜିଲା ଗଠନ ହେବାର ୨୮ ବର୍ଷ ବିତିଗଲାଣିି। ଅଥଚ ଆଖିଦୃଶିଆ ବିକାଶ ହୋଇପାରି ନ ଥିବା କୁହାଯାଉଛି।
ପାହାଡ଼ ଉପରୁ ଶ୍ରୀମନ୍ଦିର ନୀଳଚକ୍ର ଦୃଶ୍ୟମାନ ହୁଏ ବୋଲି କୁହାଯାଏ। ଗବେଷକ ଗୋପାଳକୃଷ୍ଣ ଦାସଙ୍କ ମତରେ ଏଠାରେ ଦୁଇହଜାର ବର୍ଷ ତଳର ଓଡ଼ିଆରେ ଲେଖାଯାଇଥିବା ଶିଳାଲେଖ, ବୌଦ୍ଧ କୀର୍ତ୍ତିରାଜି ରହିଛି। ଅଥଚ ଏହି ପାହାଡ଼ର ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ। ଇତିହାସର ପଦଚିହ୍ନ ଗଡ଼ଖୋର୍ଦ୍ଧା ଓ ସଂଲଗ୍ନ ପାର୍ଶ୍ୱରେ ଥିବା ଐତିହ୍ୟ ମଠ, ମନ୍ଦିର, ପୋଖରୀ ନଷ୍ଟ ହେବାକୁ ବସିଛି। ରାଜ୍ୟର ପ୍ରତିଷ୍ଠିତ ବିଦ୍ୟାଳୟ ମଧ୍ୟରେ ଖୋର୍ଦ୍ଧାସ୍ଥିତ ବିଜେବି ହାଇସ୍କୁଲ ଅନ୍ୟତମ। ବହୁ ଜନନାୟକ, ରାଜନୈତିଜ୍ଞ, ପ୍ରଶାସନିକ ଅଧିକାରୀ, ସାହିତି୍ୟକ ପ୍ରମୁଖ ଏହି ବିଦ୍ୟାଳୟରୁ ଶିକ୍ଷାଦାନ କରି ଏହାର ଗୌରବ ବୃଦ୍ଧି କରିଛନ୍ତି। ଏହି ଶିକ୍ଷାନୁଷ୍ଠାନକୁ ଜାତୀୟସ୍ତରୀୟ ବିଦ୍ୟାଳୟ ମାନ୍ୟତା ଦେବାକୁ ବାରମ୍ବାର ଦାବି ସତ୍ତ୍ୱେ ପଦକ୍ଷେପ ନିଆଯାଇନାହିଁ। ବିଦ୍ୟାଳୟର ଖେଳ ପଡ଼ିଆ ଏକ ଘରୋଇ ଅନୁଷ୍ଠାନ ହାତରେ ରହିଛି। ପୁରୁଣା ଛାତ୍ରାବାସ ଖୋର୍ଦ୍ଧା ପୋଲିସ କାମରେ ଲାଗିଛି। ଇତିହାସକୁ ଜାବୋଡ଼ି ରଖିଥିବା ଏହି ବିଦ୍ୟାଳୟ ଅସ୍ତିତ୍ୱ ହରାଇବାକୁ ବସିଲାଣି। ଶିକ୍ଷାର ପ୍ରଗତି ପାଇଁ ସ୍ବାଧିନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ଏଠାରେ ମହାବିଦ୍ୟାଳୟ ଆରମ୍ଭ କରିଥିଲେ। ଏହା ପ୍ରାଣନାଥ କଲେଜ ଭାବେ ପରିଚିତ। ଏହାକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଦାବି ହୋଇଆସୁଥିଲେ ବି ସରକାର କର୍ଣ୍ଣପାତ କରୁ ନାହାନ୍ତି। ଓଡ଼ିଆ ଜାତିର ଅସ୍ମିତା ପାଇକ ବିଦ୍ରୋହର ଦ୍ୱିଶତ ବାର୍ଷିକୀ ଅବସରରେ ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଳାନ୍ୟାସ କରିଥିଲେ। ୩ବର୍ଷ ବିତିବାକୁ ବସିଲାଣି, ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ। ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ କାର୍ଯ୍ୟ ଆଗେଇପାରିନାହିଁ। ଖୋର୍ଦ୍ଧା ମୁଖ୍ୟ ଚିକିିତ୍ସାଳୟରେ ରୋଗୀଙ୍କୁ ଉନ୍ନତ ସେବା ମିଳିପାରୁନାହିଁ। ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ଦୀର୍ଘ ବର୍ଷ ଧରି କ୍ୟାବିନ ଉଚ୍ଛେଦ ପାଇଁ ଚାଲିଥିବା ପ୍ରସ୍ତାବ କାଗଜକଲମରେ ସୀମିତ ରହିଛି। ଜିଲା ସଦର ମହାକୁମା ଖୋର୍ଦ୍ଧା ହୋଇଥିଲେ ବି ରାଜଧାନୀ ଭୁବନେଶ୍ୱରରେ ରହିଛି ଅଧିକାଂଶ କାର୍ଯ୍ୟାଳୟ। ସହରର ମୁଖ୍ୟ ସମସ୍ୟା ଡ୍ରେନେଜ ବ୍ୟବସ୍ଥା। ବର୍ଷ ବର୍ଷ ଧରି ଡ୍ରେନ ସଫା ନ ହେବାରୁ ପୋତି ହେବାକୁ ବସିଲାଣି। ମୁକ୍ତା ଯୋଜନାରେ କେତୋଟି ପ୍ରକଳ୍ପ ଚାଲିଛି। କାମ ନିମ୍ନମାନର ହେଉଥିବା ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହାକୁ ଖଣ୍ଡନ କରିବା ସହ ଖୋର୍ଦ୍ଧା ସହରର ସର୍ବାଙ୍ଗୀନ ବିକାଶ ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି ବୋଲି ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri