ଜିଲା ଗଠନର ୨୮ ବର୍ଷ ପରେ ବି ପଛୁଆ

ଖୋର୍ଦ୍ଧା ଅଫିସ,୭ା୩: ଲାଲ୍‌ମାଟିର ଗଡ଼ ଖୋର୍ଦ୍ଧା। ଐତିହ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ସମେତ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଖୋର୍ଦ୍ଧାର ଯେପରି ସ୍ବତନ୍ତ୍ର ପରିଚୟ ରହିଛି, ଖୋର୍ଦ୍ଧା ନାଲି ଗାମୁଛାର ସେହିପରି ପ୍ରସିଦ୍ଧି ରହିଛି। ଏହାସତ୍ତ୍ୱେ ବିକାଶ କ୍ଷେତ୍ରରେ ଖୋର୍ଦ୍ଧା ଜିଲା ପଛରେ ପଡ଼ିଛି। ଜିଲା ଗଠନ ହେବାର ୨୮ ବର୍ଷ ବିତିଗଲାଣିି। ଅଥଚ ଆଖିଦୃଶିଆ ବିକାଶ ହୋଇପାରି ନ ଥିବା କୁହାଯାଉଛି।
ପାହାଡ଼ ଉପରୁ ଶ୍ରୀମନ୍ଦିର ନୀଳଚକ୍ର ଦୃଶ୍ୟମାନ ହୁଏ ବୋଲି କୁହାଯାଏ। ଗବେଷକ ଗୋପାଳକୃଷ୍ଣ ଦାସଙ୍କ ମତରେ ଏଠାରେ ଦୁଇହଜାର ବର୍ଷ ତଳର ଓଡ଼ିଆରେ ଲେଖାଯାଇଥିବା ଶିଳାଲେଖ, ବୌଦ୍ଧ କୀର୍ତ୍ତିରାଜି ରହିଛି। ଅଥଚ ଏହି ପାହାଡ଼ର ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ। ଇତିହାସର ପଦଚିହ୍ନ ଗଡ଼ଖୋର୍ଦ୍ଧା ଓ ସଂଲଗ୍ନ ପାର୍ଶ୍ୱରେ ଥିବା ଐତିହ୍ୟ ମଠ, ମନ୍ଦିର, ପୋଖରୀ ନଷ୍ଟ ହେବାକୁ ବସିଛି। ରାଜ୍ୟର ପ୍ରତିଷ୍ଠିତ ବିଦ୍ୟାଳୟ ମଧ୍ୟରେ ଖୋର୍ଦ୍ଧାସ୍ଥିତ ବିଜେବି ହାଇସ୍କୁଲ ଅନ୍ୟତମ। ବହୁ ଜନନାୟକ, ରାଜନୈତିଜ୍ଞ, ପ୍ରଶାସନିକ ଅଧିକାରୀ, ସାହିତି୍ୟକ ପ୍ରମୁଖ ଏହି ବିଦ୍ୟାଳୟରୁ ଶିକ୍ଷାଦାନ କରି ଏହାର ଗୌରବ ବୃଦ୍ଧି କରିଛନ୍ତି। ଏହି ଶିକ୍ଷାନୁଷ୍ଠାନକୁ ଜାତୀୟସ୍ତରୀୟ ବିଦ୍ୟାଳୟ ମାନ୍ୟତା ଦେବାକୁ ବାରମ୍ବାର ଦାବି ସତ୍ତ୍ୱେ ପଦକ୍ଷେପ ନିଆଯାଇନାହିଁ। ବିଦ୍ୟାଳୟର ଖେଳ ପଡ଼ିଆ ଏକ ଘରୋଇ ଅନୁଷ୍ଠାନ ହାତରେ ରହିଛି। ପୁରୁଣା ଛାତ୍ରାବାସ ଖୋର୍ଦ୍ଧା ପୋଲିସ କାମରେ ଲାଗିଛି। ଇତିହାସକୁ ଜାବୋଡ଼ି ରଖିଥିବା ଏହି ବିଦ୍ୟାଳୟ ଅସ୍ତିତ୍ୱ ହରାଇବାକୁ ବସିଲାଣି। ଶିକ୍ଷାର ପ୍ରଗତି ପାଇଁ ସ୍ବାଧିନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ଏଠାରେ ମହାବିଦ୍ୟାଳୟ ଆରମ୍ଭ କରିଥିଲେ। ଏହା ପ୍ରାଣନାଥ କଲେଜ ଭାବେ ପରିଚିତ। ଏହାକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଦାବି ହୋଇଆସୁଥିଲେ ବି ସରକାର କର୍ଣ୍ଣପାତ କରୁ ନାହାନ୍ତି। ଓଡ଼ିଆ ଜାତିର ଅସ୍ମିତା ପାଇକ ବିଦ୍ରୋହର ଦ୍ୱିଶତ ବାର୍ଷିକୀ ଅବସରରେ ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଳାନ୍ୟାସ କରିଥିଲେ। ୩ବର୍ଷ ବିତିବାକୁ ବସିଲାଣି, ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ। ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ କାର୍ଯ୍ୟ ଆଗେଇପାରିନାହିଁ। ଖୋର୍ଦ୍ଧା ମୁଖ୍ୟ ଚିକିିତ୍ସାଳୟରେ ରୋଗୀଙ୍କୁ ଉନ୍ନତ ସେବା ମିଳିପାରୁନାହିଁ। ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ଦୀର୍ଘ ବର୍ଷ ଧରି କ୍ୟାବିନ ଉଚ୍ଛେଦ ପାଇଁ ଚାଲିଥିବା ପ୍ରସ୍ତାବ କାଗଜକଲମରେ ସୀମିତ ରହିଛି। ଜିଲା ସଦର ମହାକୁମା ଖୋର୍ଦ୍ଧା ହୋଇଥିଲେ ବି ରାଜଧାନୀ ଭୁବନେଶ୍ୱରରେ ରହିଛି ଅଧିକାଂଶ କାର୍ଯ୍ୟାଳୟ। ସହରର ମୁଖ୍ୟ ସମସ୍ୟା ଡ୍ରେନେଜ ବ୍ୟବସ୍ଥା। ବର୍ଷ ବର୍ଷ ଧରି ଡ୍ରେନ ସଫା ନ ହେବାରୁ ପୋତି ହେବାକୁ ବସିଲାଣି। ମୁକ୍ତା ଯୋଜନାରେ କେତୋଟି ପ୍ରକଳ୍ପ ଚାଲିଛି। କାମ ନିମ୍ନମାନର ହେଉଥିବା ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହାକୁ ଖଣ୍ଡନ କରିବା ସହ ଖୋର୍ଦ୍ଧା ସହରର ସର୍ବାଙ୍ଗୀନ ବିକାଶ ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି ବୋଲି ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri