Posted inଜାତୀୟ

୨୩ ବର୍ଷର ଲଢ଼େଇ ପରେ ମିଳିଲା ଦାଉଦଙ୍କ ଦୋକାନର ମାଲିକାନା

ମୁମ୍ବାଇ, ୨।୧:ଦୀର୍ଘ ୨୩ ବର୍ଷର ଲଢ଼େଇ ପରେ ଉତ୍ତରପ୍ରଦେଶର ଫିରୋଜାବାଦ ନିବାସୀ ହେମନ୍ତ ଜୈନ(୭୦)ଙ୍କୁ ମୁମ୍ବାଇର ନାଗପଡ଼ା ଥାନା ଜାୟରାଜଭାଇ ଷ୍ଟ୍ରିଟ୍‌ସ୍ଥିତ ୧୪୪ ବର୍ଗ ଫୁଟ ବିଶିଷ୍ଟ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ଏକ ଦୋକାନର ମାଲିକାନା ଅଧିକାର ମିଳିଛି। ଜାୟରାଜଭାଇ ଷ୍ଟ୍ରିଟ୍‌ରେ ଥିବା ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମଙ୍କ ୨୩ଟି ସମ୍ପତ୍ତିକୁ ଆୟକର ବିଭାଗ ୨୦୦୧ରେ ଜବତ କରିଥିଲା। ଏଥିରେ ତାଙ୍କର ୧୪୪ ବର୍ଗଫୁଟ ବିଶିଷ୍ଟ ଏକ ଦୋକାନ ଗୃହ ରହିଥିଲା। ଉକ୍ତ ସମ୍ପତ୍ତିକୁ ନିଲାମ କରିବା ପାଇଁ ଆୟକର ବିଭାଗ ପକ୍ଷରୁ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା। ୨୦୦୧ ସେପ୍ଟେମ୍ବର ୨୦ରେ ହେମନ୍ତ ନିଲାମରେ ଯୋଗଦେଇ ୨ ଲକ୍ଷ ଟଙ୍କାରେ ଉକ୍ତ ଦୋକାନକୁ କିଣିଥିଲେ। ତେବେ ଏହାପରେ ମଧ୍ୟ ଦୋକାନର ମାଲିକାନା ଅଧିକାର ହେମନ୍ତଙ୍କୁ ମିଳି ନ ଥିଲା। ବିଭାଗୀୟ ପ୍ରକ୍ରିୟା ଏବଂ ସ୍ଥାନୀୟ ପ୍ରଶାସନର ବାଧା ଯୋଗୁ ଏହି ମାମଲା ବର୍ଷ ବର୍ଷ ଧରି ବିଚାରାଧୀନ ରହିଥିଲା। ହେମନ୍ତ ଏହି ସମ୍ପତ୍ତିକୁ ନିଜ ନାମରେ କରିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସମେତ ଅନେକ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ସମୟ ସମୟରେ ଏହାର ଉତ୍ତର ଦିଆଯାଉଥିଲେ ମଧ୍ୟ ତାଙ୍କ ନାମରେ ଦାଉଦଙ୍କ ଦୋକାନର ପଞ୍ଜୀକରଣ ହୋଇପାରି ନ ଥିଲା। ହେମନ୍ତ କହିଛନ୍ତି, ୨୦୧୭ରେ ଏହି ମାମଲା ସମ୍ବନ୍ଧିତ ଫାଇଲ ରେଜିଷ୍ଟ୍ରାର ଅଫିସରୁ ହଜିଯାଇଥିବା ନେଇ ତାଙ୍କୁ କୁହାଗଲା। ତେଣୁ ସେ ବାଧ୍ୟହୋଇ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଡିସେମ୍ବର ୧୯ରେ ଏହି ସମ୍ପତ୍ତି ତାଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। ଦୀର୍ଘ ୨୩ ବର୍ଷର ଲଢ଼େଇ ପରେ ତାଙ୍କୁ ସଫଳତା ମିଳିଥିଲା। ହେମନ୍ତ କହିଛନ୍ତି, ସେ ସମୟ ଆଗରେ ହାର୍‌ ମାନି ନ ଥିଲେ। ଦୀର୍ଘ ବର୍ଷର ଉଦ୍ୟମ ପରେ ତାଙ୍କୁ ଏହି ବିଜୟ ମିଳିଛି। ତାଙ୍କର ମୁମ୍ବାଇରେ କୌଣସି ବ୍ୟବସାୟ ନ ଥିଲା। ଦାଉଦ ଇବ୍ରାହିମଙ୍କ ଆଧିପତ୍ୟକୁ କମ୍‌ କରିବା ପାଇଁ ସେ ଏହି ସମ୍ପତ୍ତି କିଣିଥିଲେ ଓ ଆୟକର ବିଭାଗ ସହ ସମ୍ପର୍କ କରିଥିଲେ। ତେବେ ଏବେ ମଧ୍ୟ ତାଙ୍କର ବିଜୟ ଅଧୁରା ରହିଛି ବୋଲି ହେମନ୍ତ କହିଛନ୍ତି। ଉକ୍ତ ଦୋକାନଟି ଦାଉଦଙ୍କ କେତେଜଣ ସହଯୋଗୀଙ୍କ ନିୟନ୍ତ୍ରଣରେ ଏବେ ମଧ୍ୟ ରହିଛି। ସେମାନେ ଉକ୍ତ ସ୍ଥାନକୁ ଏକ ଲେଥ୍‌ ମେଶିନ କର୍ମଶାଳାରେ ପରିଣତ କରିଛନ୍ତି। ତେଣୁ ଉକ୍ତ କର୍ମଶାଳାକୁ ବନ୍ଦ କରିବା ପାଇଁ ସେ ପୋଲିସ ଓ ପ୍ରଶାସନକୁ ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri