Posted inଜାତୀୟ

୨୩ ବର୍ଷର ଲଢ଼େଇ ପରେ ମିଳିଲା ଦାଉଦଙ୍କ ଦୋକାନର ମାଲିକାନା

ମୁମ୍ବାଇ, ୨।୧:ଦୀର୍ଘ ୨୩ ବର୍ଷର ଲଢ଼େଇ ପରେ ଉତ୍ତରପ୍ରଦେଶର ଫିରୋଜାବାଦ ନିବାସୀ ହେମନ୍ତ ଜୈନ(୭୦)ଙ୍କୁ ମୁମ୍ବାଇର ନାଗପଡ଼ା ଥାନା ଜାୟରାଜଭାଇ ଷ୍ଟ୍ରିଟ୍‌ସ୍ଥିତ ୧୪୪ ବର୍ଗ ଫୁଟ ବିଶିଷ୍ଟ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ଏକ ଦୋକାନର ମାଲିକାନା ଅଧିକାର ମିଳିଛି। ଜାୟରାଜଭାଇ ଷ୍ଟ୍ରିଟ୍‌ରେ ଥିବା ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମଙ୍କ ୨୩ଟି ସମ୍ପତ୍ତିକୁ ଆୟକର ବିଭାଗ ୨୦୦୧ରେ ଜବତ କରିଥିଲା। ଏଥିରେ ତାଙ୍କର ୧୪୪ ବର୍ଗଫୁଟ ବିଶିଷ୍ଟ ଏକ ଦୋକାନ ଗୃହ ରହିଥିଲା। ଉକ୍ତ ସମ୍ପତ୍ତିକୁ ନିଲାମ କରିବା ପାଇଁ ଆୟକର ବିଭାଗ ପକ୍ଷରୁ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା। ୨୦୦୧ ସେପ୍ଟେମ୍ବର ୨୦ରେ ହେମନ୍ତ ନିଲାମରେ ଯୋଗଦେଇ ୨ ଲକ୍ଷ ଟଙ୍କାରେ ଉକ୍ତ ଦୋକାନକୁ କିଣିଥିଲେ। ତେବେ ଏହାପରେ ମଧ୍ୟ ଦୋକାନର ମାଲିକାନା ଅଧିକାର ହେମନ୍ତଙ୍କୁ ମିଳି ନ ଥିଲା। ବିଭାଗୀୟ ପ୍ରକ୍ରିୟା ଏବଂ ସ୍ଥାନୀୟ ପ୍ରଶାସନର ବାଧା ଯୋଗୁ ଏହି ମାମଲା ବର୍ଷ ବର୍ଷ ଧରି ବିଚାରାଧୀନ ରହିଥିଲା। ହେମନ୍ତ ଏହି ସମ୍ପତ୍ତିକୁ ନିଜ ନାମରେ କରିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସମେତ ଅନେକ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ସମୟ ସମୟରେ ଏହାର ଉତ୍ତର ଦିଆଯାଉଥିଲେ ମଧ୍ୟ ତାଙ୍କ ନାମରେ ଦାଉଦଙ୍କ ଦୋକାନର ପଞ୍ଜୀକରଣ ହୋଇପାରି ନ ଥିଲା। ହେମନ୍ତ କହିଛନ୍ତି, ୨୦୧୭ରେ ଏହି ମାମଲା ସମ୍ବନ୍ଧିତ ଫାଇଲ ରେଜିଷ୍ଟ୍ରାର ଅଫିସରୁ ହଜିଯାଇଥିବା ନେଇ ତାଙ୍କୁ କୁହାଗଲା। ତେଣୁ ସେ ବାଧ୍ୟହୋଇ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଡିସେମ୍ବର ୧୯ରେ ଏହି ସମ୍ପତ୍ତି ତାଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। ଦୀର୍ଘ ୨୩ ବର୍ଷର ଲଢ଼େଇ ପରେ ତାଙ୍କୁ ସଫଳତା ମିଳିଥିଲା। ହେମନ୍ତ କହିଛନ୍ତି, ସେ ସମୟ ଆଗରେ ହାର୍‌ ମାନି ନ ଥିଲେ। ଦୀର୍ଘ ବର୍ଷର ଉଦ୍ୟମ ପରେ ତାଙ୍କୁ ଏହି ବିଜୟ ମିଳିଛି। ତାଙ୍କର ମୁମ୍ବାଇରେ କୌଣସି ବ୍ୟବସାୟ ନ ଥିଲା। ଦାଉଦ ଇବ୍ରାହିମଙ୍କ ଆଧିପତ୍ୟକୁ କମ୍‌ କରିବା ପାଇଁ ସେ ଏହି ସମ୍ପତ୍ତି କିଣିଥିଲେ ଓ ଆୟକର ବିଭାଗ ସହ ସମ୍ପର୍କ କରିଥିଲେ। ତେବେ ଏବେ ମଧ୍ୟ ତାଙ୍କର ବିଜୟ ଅଧୁରା ରହିଛି ବୋଲି ହେମନ୍ତ କହିଛନ୍ତି। ଉକ୍ତ ଦୋକାନଟି ଦାଉଦଙ୍କ କେତେଜଣ ସହଯୋଗୀଙ୍କ ନିୟନ୍ତ୍ରଣରେ ଏବେ ମଧ୍ୟ ରହିଛି। ସେମାନେ ଉକ୍ତ ସ୍ଥାନକୁ ଏକ ଲେଥ୍‌ ମେଶିନ କର୍ମଶାଳାରେ ପରିଣତ କରିଛନ୍ତି। ତେଣୁ ଉକ୍ତ କର୍ମଶାଳାକୁ ବନ୍ଦ କରିବା ପାଇଁ ସେ ପୋଲିସ ଓ ପ୍ରଶାସନକୁ ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?