୨ ବର୍ଷ ଯାଉନି, ହେଉଛି ମରାମତି

ଯାଜପୁର,୨୩ା୬(ହର୍ଷବର୍ଦ୍ଧନ ବେହେରା): ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ଓ ମରାମତି ନାମରେ ପିସି କାରବାର ସହ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯାଜପୁର ଜିଲାରେ ଅଣାୟତ୍ତ ହେବାରେ ଲାଗିଛି। ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ ରାସ୍ତା ଦୀର୍ଘସ୍ଥାୟୀ ହୋଇ ପାରୁନାହିଁ ବୋଲି ମତପ୍ରକାଶ ପାଇଛି। ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ) ସମ୍ପୂର୍ଣ୍ଣ ହେବାର ୫ ବର୍ଷ ବି ତିଷ୍ଠି ପାରୁନାହିଁ। ଏହି ୫ ବର୍ଷରେ ମରାମତି ନାମରେ ବିପୁଳ ଅର୍ଥ ମଞ୍ଜୁର କରି ଆତ୍ମସାତ୍‌ ହେଉଥିବା ଅଭିଯୋଗ ହୋଇ ଆସୁଛି। ଏପରି କି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସମ୍ପୃକ୍ତ ଠିକାଦାର ଓ ଅଧିକାରୀଙ୍କୁ ମରାମତି ନାମରେ ଅନିୟମିତତା ସଂକ୍ରାନ୍ତରେ ପୂର୍ବରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଛି। ତଥାପି ସମ୍ପୃକ୍ତ ଠିକାଦାର ଏବଂ ଯନ୍ତ୍ରୀଙ୍କ ଉପରେ ପ୍ରଭାବଶାଳୀ ନେତାଙ୍କ ସହଯୋଗ ରହୁଥିବାରୁ କୌଣସି ତାଗିଦା କାର୍ଯ୍ୟକାରୀ ହେଉନାହିଁ ବୋଲି କୁହାଯାଉଛି। ଇତିମଧ୍ୟରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ୬ଟି ପିଏମ୍‌ଜିଏସୱାଇ ରାସ୍ତାର ରୁଟିନ ମରାମତି ପାଇଁ ୧୧ ଲକ୍ଷ ୪୭ ହଜାର ୭୬୦ ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଏହି ୬ଟି ରାସ୍ତା ମଧ୍ୟରୁ ୩ଟି ରାସ୍ତା ଶେଷ ହେବାର ୨ ବର୍ଷ ୨ ମାସରେ ମରାମତିର ଆବଶ୍ୟକତା ରହିଥିବା ରିପୋର୍ଟରୁ ଜଣାପଡିଛି। ଏଥିରୁ ରାସ୍ତା କେଉଁ ମାନରେ ନିର୍ମାଣ ହେଉଛି ତାହା ସ୍ପଷ୍ଟ ଜଣାପଡୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣର ସମ୍ପୂର୍ଣ୍ଣ ହେବାର ୫ ବର୍ଷ ମଧ୍ୟରେ ରକ୍ଷଣାବେକ୍ଷଣ ବାଧ୍ୟତାମୂଳକ ଏବଂ ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥାଏ। ଏହିକ୍ରମରେ ଜିଲାର ଏକାଧିକ ରାସ୍ତାର ରକ୍ଷଣାବେକ୍ଷଣ ହେଉ ନ ଥିବା ଅଭିଯୋଗ ହେଉଥିଲା। କେତେଜଣ ପିଏମଜିଏସ୍‌ୱାଇ ରାସ୍ତା କାମ ସମ୍ପୂର୍ଣ୍ଣ ନ କରି ଠିକାଦାର ଫେରାର ହୋଇ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଏଠାରେ ରଗଡି-କିଆପଦା ଭାୟା କୋରାବନ୍ଦୀ ରାସ୍ତାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ରାସ୍ତାର ପ୍ରାୟ ୧ କିମି ବାକି ଥିବାବେଳେ ନିର୍ମାଣ ସମ୍ପୂର୍ଣ୍ଣ ନ କରି ସଂପୃକ୍ତ ଠିକାଦାର କାମ ବନ୍ଦ କରି ଫେରାର ହୋଇ ଯାଇଛନ୍ତି। ଏହାସହ ରାସ୍ତା ନିର୍ମାଣ ପରିମାଣଠାରୁ ଢେର ଗୁଣ ଅଧିକ ବିଲ ଯନ୍ତ୍ରୀଙ୍କ ସହାୟତାରେ ଉଠାଇ ନେଇଥିବା ମଧ୍ୟ କୁହାଯାଉଛି। ଅନ୍ୟପକ୍ଷେ ଲକ୍ଷ୍ମୀନାରାୟଣ କନଷ୍ଟ୍ରକ୍ସନ ଦ୍ୱାରା ସାସନ୍ଦାଠାରୁ ବରୁଣ ରାସ୍ତା ୭ା୫ା୨୦୨୨ରେ ନିର୍ମାଣ ଶେଷ ହୋଇଥିଲା। ଏହି ରାସ୍ତା ନିର୍ମାଣ ହେବାର ୧ ବର୍ଷ ୧ ମାସ ମାତ୍ର ଅତିକ୍ରାନ୍ତ ହୋଇଛି। ହେଲେ ଏବେଠାରୁ ରାସ୍ତା ମରାମତିର ଆବଶ୍ୟକତା ପଡିଛି। ଏଥିରେ ୭୦ ହଜାର ଟଙ୍କା ଆବଶ୍ୟକ ଅଛି ବୋଲି ନିର୍ବାହୀ ଯନ୍ତ୍ରୀ ରିପୋର୍ଟ ଦାଖଲ କରିଛନ୍ତି। ସେହିପରି ଠିକାଦାର ଶୀତଳ ଚନ୍ଦ୍ର ସାହାଣୀଙ୍କ ଦ୍ୱାରା ନିର୍ମିତ ଶ୍ରୀଧରପୁର ଛକ ଠାରୁ ବୃନ୍ଦାବନପୁର ରାସ୍ତା କାର୍ଯ୍ୟକୁ ଶେଷ ହେବାର ୫ ବର୍ଷ ୧ ମାସ ପୁରିଛି। ଏହି ରାସ୍ତା ମରାମତି ପାଇଁ ୩ ଲକ୍ଷ ୨୦ ହଜାର ୭୬୦ ଟଙ୍କାର ଆବଶ୍ୟକତା ରହିଛି। ଅଜୟ କିଶୋର ରାଉତରାୟଙ୍କ ଦ୍ୱାରା ନିର୍ମିତ କସପାଠାରୁ ମଲ୍ଲିକାପୁର ରାସ୍ତା ଏବଂ ବଳଦାଠାରୁ ଧୋବାବିଲ ଭାୟା ଶ୍ୟାମସୁନ୍ଦରପୁର ରାସ୍ତାକୁ ବର୍ଷ ୨ ମାସ ଲେଖାଏଁ ହୋଇଛି। ଏହି ଦୁଇ ରାସ୍ତାର ମରାମତି ପାଇଁ ୧ ଲକ୍ଷ ୨୭ ହଜାର ଏବଂ ୧ ଲକ୍ଷ ୭୩ ହଜାର ଟଙ୍କା ପାଇଁ ଆବେଦନ କରାଯାଇଛି। ଠିକାଦାର ଭରତ ଜେନାଙ୍କ ଦ୍ୱାରା ନିର୍ମିତ ଚିକଣାଠାରୁ ଉତ୍ତଙ୍ଗରା ଏବଂ ପୂର୍ତ୍ତ ବିଭାଗ ରାସ୍ତାଠାରୁ କାଣ୍ଡିସାହି ରାସ୍ତା କାାର୍ଯ୍ୟ ୩ ବର୍ଷ ୫ ମାସ ହେଲା ସମ୍ପୂର୍ଣ୍ଣ ହୋଇଛି। ଏହି ଦୁଇ ରାସ୍ତାର ମରାମତି କାର୍ଯ୍ୟ ପାଇଁ ୩ ଲକ୍ଷ ୮୦ ହଜାର ଓ ୭୭ ହଜାର ଟଙ୍କା ଆବଶ୍ୟକ ରହିଛି। ଏଭଳି ଭାବେ ବର୍ଷକୁ ବର୍ଷ ମରାମତି ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ତଥାପି ରାସ୍ତାର ଅବସ୍ଥା ସୁଧୁରି ପାରୁନାହିଁ। ଅଳ୍ପ ଦିନ ମଧ୍ୟରେ ଉପରୋକ୍ତ ରାସ୍ତାଗୁଡିକରେ ବଡ ବଡ ଫାଟ ହୋଇଥିବାବେଳେ କେଉଁଠି ଦବି ଯାଇ ଗର୍ତ୍ତ ସୃଷ୍ଟି ହୋଇଛି। ଏହି ଯୋଜନାରେ ୫ବର୍ଷ ପାଇଁ ରାସ୍ତାର ଖରାପ ସ୍ଥାନଗୁଡିକୁ ମରାମତି କରିବା ଦାୟିତ୍ୱ ଠିକାଦାରଙ୍କ ଉପରେ ନ୍ୟସ୍ତ ଥିଲେ ମଧ୍ୟ ସଂପୃକ୍ତ ଠିକାଦାର ବିଭାଗୀୟ କର୍ମଚାରୀଙ୍କୁ ହାତବାରିସୀ କରି ଯେନତେନ ଉପାୟରେ ବର୍ଷକୁ ବର୍ଷ ମରାମତି ପାଇଁ ଥିବା ପାଣ୍ଠିକୁ ହଡପ କରିବାରେ ଲାଗିଛନ୍ତି। ତେବେ ରାସ୍ତା ଦବିବା ଏବଂ ଫାଟିବାକୁ ଘୋଡାଇବାକୁ ଯାଇ ସମ୍ପ୍ରତି ଠିକାଦାରମାନେ ବିଭିନ୍ନ ପ୍ରକାଳ ଆଳ ଦେଖାଇ ବର୍ତ୍ତି ଯାଉଛନ୍ତି।
ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ପିଏମ୍‌ଜିଏସ୍‌ୱାଇ ରାସ୍ତାର ରୁଟିନ ମରାମତି ପାଇଁ ପାଣ୍ଠି ରହିଛି। ତେଣୁ ଯେଉଁଠି ରାସ୍ତା ଖରାପ ହେଉଛି ସେଇଠି ଆବଶ୍ୟକତା ଅନୁସାରେ ପାଣ୍ଠି ଆଣି ମରାମତି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri