୨ ବର୍ଷ ଯାଉନି, ହେଉଛି ମରାମତି

ଯାଜପୁର,୨୩ା୬(ହର୍ଷବର୍ଦ୍ଧନ ବେହେରା): ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ଓ ମରାମତି ନାମରେ ପିସି କାରବାର ସହ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯାଜପୁର ଜିଲାରେ ଅଣାୟତ୍ତ ହେବାରେ ଲାଗିଛି। ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ ରାସ୍ତା ଦୀର୍ଘସ୍ଥାୟୀ ହୋଇ ପାରୁନାହିଁ ବୋଲି ମତପ୍ରକାଶ ପାଇଛି। ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ) ସମ୍ପୂର୍ଣ୍ଣ ହେବାର ୫ ବର୍ଷ ବି ତିଷ୍ଠି ପାରୁନାହିଁ। ଏହି ୫ ବର୍ଷରେ ମରାମତି ନାମରେ ବିପୁଳ ଅର୍ଥ ମଞ୍ଜୁର କରି ଆତ୍ମସାତ୍‌ ହେଉଥିବା ଅଭିଯୋଗ ହୋଇ ଆସୁଛି। ଏପରି କି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସମ୍ପୃକ୍ତ ଠିକାଦାର ଓ ଅଧିକାରୀଙ୍କୁ ମରାମତି ନାମରେ ଅନିୟମିତତା ସଂକ୍ରାନ୍ତରେ ପୂର୍ବରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଛି। ତଥାପି ସମ୍ପୃକ୍ତ ଠିକାଦାର ଏବଂ ଯନ୍ତ୍ରୀଙ୍କ ଉପରେ ପ୍ରଭାବଶାଳୀ ନେତାଙ୍କ ସହଯୋଗ ରହୁଥିବାରୁ କୌଣସି ତାଗିଦା କାର୍ଯ୍ୟକାରୀ ହେଉନାହିଁ ବୋଲି କୁହାଯାଉଛି। ଇତିମଧ୍ୟରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ୬ଟି ପିଏମ୍‌ଜିଏସୱାଇ ରାସ୍ତାର ରୁଟିନ ମରାମତି ପାଇଁ ୧୧ ଲକ୍ଷ ୪୭ ହଜାର ୭୬୦ ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଏହି ୬ଟି ରାସ୍ତା ମଧ୍ୟରୁ ୩ଟି ରାସ୍ତା ଶେଷ ହେବାର ୨ ବର୍ଷ ୨ ମାସରେ ମରାମତିର ଆବଶ୍ୟକତା ରହିଥିବା ରିପୋର୍ଟରୁ ଜଣାପଡିଛି। ଏଥିରୁ ରାସ୍ତା କେଉଁ ମାନରେ ନିର୍ମାଣ ହେଉଛି ତାହା ସ୍ପଷ୍ଟ ଜଣାପଡୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣର ସମ୍ପୂର୍ଣ୍ଣ ହେବାର ୫ ବର୍ଷ ମଧ୍ୟରେ ରକ୍ଷଣାବେକ୍ଷଣ ବାଧ୍ୟତାମୂଳକ ଏବଂ ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥାଏ। ଏହିକ୍ରମରେ ଜିଲାର ଏକାଧିକ ରାସ୍ତାର ରକ୍ଷଣାବେକ୍ଷଣ ହେଉ ନ ଥିବା ଅଭିଯୋଗ ହେଉଥିଲା। କେତେଜଣ ପିଏମଜିଏସ୍‌ୱାଇ ରାସ୍ତା କାମ ସମ୍ପୂର୍ଣ୍ଣ ନ କରି ଠିକାଦାର ଫେରାର ହୋଇ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଏଠାରେ ରଗଡି-କିଆପଦା ଭାୟା କୋରାବନ୍ଦୀ ରାସ୍ତାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ରାସ୍ତାର ପ୍ରାୟ ୧ କିମି ବାକି ଥିବାବେଳେ ନିର୍ମାଣ ସମ୍ପୂର୍ଣ୍ଣ ନ କରି ସଂପୃକ୍ତ ଠିକାଦାର କାମ ବନ୍ଦ କରି ଫେରାର ହୋଇ ଯାଇଛନ୍ତି। ଏହାସହ ରାସ୍ତା ନିର୍ମାଣ ପରିମାଣଠାରୁ ଢେର ଗୁଣ ଅଧିକ ବିଲ ଯନ୍ତ୍ରୀଙ୍କ ସହାୟତାରେ ଉଠାଇ ନେଇଥିବା ମଧ୍ୟ କୁହାଯାଉଛି। ଅନ୍ୟପକ୍ଷେ ଲକ୍ଷ୍ମୀନାରାୟଣ କନଷ୍ଟ୍ରକ୍ସନ ଦ୍ୱାରା ସାସନ୍ଦାଠାରୁ ବରୁଣ ରାସ୍ତା ୭ା୫ା୨୦୨୨ରେ ନିର୍ମାଣ ଶେଷ ହୋଇଥିଲା। ଏହି ରାସ୍ତା ନିର୍ମାଣ ହେବାର ୧ ବର୍ଷ ୧ ମାସ ମାତ୍ର ଅତିକ୍ରାନ୍ତ ହୋଇଛି। ହେଲେ ଏବେଠାରୁ ରାସ୍ତା ମରାମତିର ଆବଶ୍ୟକତା ପଡିଛି। ଏଥିରେ ୭୦ ହଜାର ଟଙ୍କା ଆବଶ୍ୟକ ଅଛି ବୋଲି ନିର୍ବାହୀ ଯନ୍ତ୍ରୀ ରିପୋର୍ଟ ଦାଖଲ କରିଛନ୍ତି। ସେହିପରି ଠିକାଦାର ଶୀତଳ ଚନ୍ଦ୍ର ସାହାଣୀଙ୍କ ଦ୍ୱାରା ନିର୍ମିତ ଶ୍ରୀଧରପୁର ଛକ ଠାରୁ ବୃନ୍ଦାବନପୁର ରାସ୍ତା କାର୍ଯ୍ୟକୁ ଶେଷ ହେବାର ୫ ବର୍ଷ ୧ ମାସ ପୁରିଛି। ଏହି ରାସ୍ତା ମରାମତି ପାଇଁ ୩ ଲକ୍ଷ ୨୦ ହଜାର ୭୬୦ ଟଙ୍କାର ଆବଶ୍ୟକତା ରହିଛି। ଅଜୟ କିଶୋର ରାଉତରାୟଙ୍କ ଦ୍ୱାରା ନିର୍ମିତ କସପାଠାରୁ ମଲ୍ଲିକାପୁର ରାସ୍ତା ଏବଂ ବଳଦାଠାରୁ ଧୋବାବିଲ ଭାୟା ଶ୍ୟାମସୁନ୍ଦରପୁର ରାସ୍ତାକୁ ବର୍ଷ ୨ ମାସ ଲେଖାଏଁ ହୋଇଛି। ଏହି ଦୁଇ ରାସ୍ତାର ମରାମତି ପାଇଁ ୧ ଲକ୍ଷ ୨୭ ହଜାର ଏବଂ ୧ ଲକ୍ଷ ୭୩ ହଜାର ଟଙ୍କା ପାଇଁ ଆବେଦନ କରାଯାଇଛି। ଠିକାଦାର ଭରତ ଜେନାଙ୍କ ଦ୍ୱାରା ନିର୍ମିତ ଚିକଣାଠାରୁ ଉତ୍ତଙ୍ଗରା ଏବଂ ପୂର୍ତ୍ତ ବିଭାଗ ରାସ୍ତାଠାରୁ କାଣ୍ଡିସାହି ରାସ୍ତା କାାର୍ଯ୍ୟ ୩ ବର୍ଷ ୫ ମାସ ହେଲା ସମ୍ପୂର୍ଣ୍ଣ ହୋଇଛି। ଏହି ଦୁଇ ରାସ୍ତାର ମରାମତି କାର୍ଯ୍ୟ ପାଇଁ ୩ ଲକ୍ଷ ୮୦ ହଜାର ଓ ୭୭ ହଜାର ଟଙ୍କା ଆବଶ୍ୟକ ରହିଛି। ଏଭଳି ଭାବେ ବର୍ଷକୁ ବର୍ଷ ମରାମତି ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ତଥାପି ରାସ୍ତାର ଅବସ୍ଥା ସୁଧୁରି ପାରୁନାହିଁ। ଅଳ୍ପ ଦିନ ମଧ୍ୟରେ ଉପରୋକ୍ତ ରାସ୍ତାଗୁଡିକରେ ବଡ ବଡ ଫାଟ ହୋଇଥିବାବେଳେ କେଉଁଠି ଦବି ଯାଇ ଗର୍ତ୍ତ ସୃଷ୍ଟି ହୋଇଛି। ଏହି ଯୋଜନାରେ ୫ବର୍ଷ ପାଇଁ ରାସ୍ତାର ଖରାପ ସ୍ଥାନଗୁଡିକୁ ମରାମତି କରିବା ଦାୟିତ୍ୱ ଠିକାଦାରଙ୍କ ଉପରେ ନ୍ୟସ୍ତ ଥିଲେ ମଧ୍ୟ ସଂପୃକ୍ତ ଠିକାଦାର ବିଭାଗୀୟ କର୍ମଚାରୀଙ୍କୁ ହାତବାରିସୀ କରି ଯେନତେନ ଉପାୟରେ ବର୍ଷକୁ ବର୍ଷ ମରାମତି ପାଇଁ ଥିବା ପାଣ୍ଠିକୁ ହଡପ କରିବାରେ ଲାଗିଛନ୍ତି। ତେବେ ରାସ୍ତା ଦବିବା ଏବଂ ଫାଟିବାକୁ ଘୋଡାଇବାକୁ ଯାଇ ସମ୍ପ୍ରତି ଠିକାଦାରମାନେ ବିଭିନ୍ନ ପ୍ରକାଳ ଆଳ ଦେଖାଇ ବର୍ତ୍ତି ଯାଉଛନ୍ତି।
ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ପିଏମ୍‌ଜିଏସ୍‌ୱାଇ ରାସ୍ତାର ରୁଟିନ ମରାମତି ପାଇଁ ପାଣ୍ଠି ରହିଛି। ତେଣୁ ଯେଉଁଠି ରାସ୍ତା ଖରାପ ହେଉଛି ସେଇଠି ଆବଶ୍ୟକତା ଅନୁସାରେ ପାଣ୍ଠି ଆଣି ମରାମତି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri