Posted inଜାତୀୟ

୧୦ବର୍ଷ ପରେ ଲୋକ ସଭା ପାଇବ ବିରୋଧୀ ଦଳ ନେତା, ପୂର୍ବରୁ କିଏ ଥିଲେ

ନୂଆଦିଲ୍ଲୀ,୨୩।୬: ନିକଟରେ ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକରେ କହିଥିଲେ ଯେ, ତାଙ୍କ ଦଶ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଏକ ସଶକ୍ତ ବିରୋଧୀ ପାଇ ନାହାନ୍ତି। ଯାହା ତାଙ୍କୁ ଗଭୀର ଆଘାତ ଦେଇଛି। କିନ୍ତୁ ମୋଦିଙ୍କ ଏହି ଯନ୍ତ୍ରଣା କମେଇ ଦେଇଛନ୍ତି ଜନତା ଜନାର୍ଦ୍ଦନ। ଜନସାଧାରଣ ଚଳିତ ନିର୍ବାଚନରେ ଦେଶରେ ବିରୋଧୀଙ୍କୁ ସଶକ୍ତ କରିଛନ୍ତି। କହିରଖୁଛୁ କି, ମୋଦି ସମ୍ପୂର୍ଣ୍ଣ ଭାବେ ଠିକ କହିଥିଲେ ଯେ, ଗତ ୧୦ବର୍ଷ ଧରି ଲୋକ ସଭାରେ ବିରୋଧୀ ଦଳର ନେତାଙ୍କ ଅଭାବ ରହିଛି। ୧୯୮୦ରୁ ୧୯୮୯ ଏବଂ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ପଦବୀ ଖାଲି ରହିଛି। କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ଯାଏଁ ବିରୋଧୀ ଦଳ ନେତା ନ ଥିଲେ। ସେ ଲୋକ ସଭାରେ ଲୋକ ଲେଖା ସମିତିର ଅଧ୍ୟକ୍ଷ ରହି ଆସୁଥିଲେ। ତେଣୁ ଆଜିକୁ ୧୦ବର୍ଷ ଯାଏଁ ଏହି ପଦ ଖାଲି ରହି ଆସୁଥିଲା। ଯାହା ଚଳିତ ବର୍ଷ ପୂରଣ ହେବାକୁ ଯାଉଛି। ବିରୋଧୀଙ୍କ ସମେତ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ନାଁ ସୁପାରିଶ କରିଛି। ତେବେ ରାହୁଲଙ୍କ ପକ୍ଷରୁ କୌଣସି ସୂଚନା ମିଳି ନ ଥିବାବେଳେ ବିରୋଧୀ ଦଳ ନେତା କିଏ ହେବ ତା’ନେଇ ଚର୍ଚ୍ଚା ଲାଗି ରହିଛି।

ଏହି ଲୋକ ଲେଖା ସମିତି ପ୍ରତିବର୍ଷ ପରିବର୍ତ୍ତନ ହୋଇଥାଏ। ୨୦୨୩-୨୪ ପାଇଁ ଏହି ପଦରେ ଅଧୀରଙ୍କୁ ନିଯୁକ୍ତି କରାଯାଇଛି। ଏହି ସମିତିରେ ବିରୋଧୀଙ୍କ ବ୍ୟତୀତ କ୍ଷମତାସୀନ ଦଳର ନେତା ମଧ୍ୟ ସଦସ୍ୟ ଭାବରେ ମନୋନୀତ ହୁଅନ୍ତି। ଏମାନେ ସରକାରଙ୍କ ବୀତ୍ତୀୟ ବ୍ୟୟ ଓ କରଦାତାଙ୍କ ଟଙ୍କା ଯାଞ୍ଚ କରନ୍ତି।

ଯଦି ରାହୁଲ ରାଜି ହୁଅନ୍ତି ତେବେ ସେ ଲୋକ ସଭାର ବିରୋଧୀ ଦଳ ନେତା ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ। ଏଥର ୫ବର୍ଷ ପାଇଁ ସରକାରଙ୍କ ଆଗରେ ଏକ ବଳିଷ୍ଠ ଓ ଦୃଢ ବିରୋଧୀ ଉଭା ହେବେ। ତେବେ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ ୨୪ ଅର୍ଥାତ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଜୁଲାଇ ୩ରେ ଶେଷ ହେବ। ୯ ଦିନିଆ ସ୍ବତନ୍ତ୍ର ଅଧିବେଶନରେ ଲୋକ ସଭା ବାଚସ୍ପତି ନିର୍ବାଚିତ ହେବେ ଏବଂ ନୂଆ ଏମପିମାନେ ଶପଥ ଗ୍ରହଣ କରିବେ। ଏହାରି ଭିତରେ ସଂସଦ ମଧ୍ୟ ୧୦ ବର୍ଷ ପରେ ବିରୋଧୀ ଦଳ ନେତା ପାଇବ। ଶେଷ ଥର ପାଇଁ ସୁଷମା ସ୍ବରାଜ ୨୦୦୯ରୁ ୨୦୧୪ପର୍ଯ୍ୟନ୍ତ ଲୋକ ସଭାରେ ବିରୋଧୀ ଦଳର ନେତା ଥିଲେ। କିନ୍ତୁ ୨୦୧୪ ଏବଂ ୨୦୧୯ ନିର୍ବାଚନରେ କୌଣସି ବିରୋଧୀ ଦଳ ସଂସଦରେ ୫୪ ଏମପି ଜିତି ପାରି ନ ଥିଲେ। ନିୟମ ଅନୁଯାୟୀ, ବିରୋଧୀଦଳର ନେତା ହେବାକୁ ହେଲେ ଲୋକ ସଭାର ମୋଟ ସଂଖ୍ୟାର ୧୦ ପ୍ରତିଶତ ଅର୍ଥାତ ୫୪ ଏମପି ରହିବା ଆବଶ୍ୟକ। ଏଥର କଂଗ୍ରେସକୁ ଏହି ପଦ ମିଳିବ। କାରଣ କଂଗ୍ରେସ ଚଳିତ ନିର୍ବାଚନରେ ସର୍ବାଧିକ ୯୯ଟି ଏମପି ପଦ ପାଇଛି। ଆଉ ଦେଶର ସବୁଠାରୁ ବଡ଼ ବିରୋଧୀ ଦଳ ନେତା ହୋଇପାରିଛି। ତେବେ ରାହୁଲ ଗାନ୍ଧୀ ଲୋକ ସଭାରେ ବିରୋଧୀ ଦଳର ନେତା ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି।

ଜବାହରଲାଲ ନେହେରୁ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ସୀକୃତିପ୍ରାପ୍ତ ବିରୋଧୀ ନେତା ନ ଥିଲେ। ଯଦିଓ ସେହି ଦିନମାନଙ୍କରେ ବିରୋଧୀ ପଦରେ ବଡ଼ ବଡ଼ ଭେଟେରାନ ନେତା ଥିଲେ। ହେଲେ ସେମାନେ ନେତୃତ୍ୱ ନେଉଥିବା ଦଳଗୁଡିକ ଖୁବ୍‌ ଛୋଟ ଥିଲା। ୧୯୫୨ର ସାଧାରଣ ନିର୍ବାଚନରେ ୪୮୯ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିମଧ୍ୟରୁ କଂଗ୍ରେସ ୩୬୪ଟି ଆସନ ଜିତିଥିବାବେଳେ ଦ୍ୱିତୀୟ ବୃହତ୍ତମ ଦଳ ସିପିଆଇ ହୋଇଥିଲା। ଏଥର ଲୋକ ସଭା ନିର୍ବାଚନରେ ଭାଜପା ସର୍ବାଧିକ ୨୪୦ଟି ଆସନ ଜିତିଛି। ଯେଉଁଠାରେ କଂଗ୍ରେସ ୯୯ଟି ଆସନ ପାଇଛି। ଗତ ଦଶ ବର୍ଷ ମଧ୍ୟରେ ଏହା କଂଗ୍ରେସର ସର୍ବୋତ୍ତମ ପ୍ରଦର୍ଶନ। ୧୮ତମ ଲୋକ ସଭାରେ କଂଗ୍ରେସ ଏମପିଙ୍କ ସଂଖ୍ୟା ମୋଟ ସଂଖ୍ୟାର ୧୮ପ୍ରତିଶତ ଅଟେ।

୧୯୬୯ରେ କଂଗ୍ରେସ ବିଭାଜିତ ହେବା ପରେ ବିରୋଧୀଦଳର ନେତା ପଦବୀ ସୃଷ୍ଟି ହୋଇଥିଲା। ସେତେବେଳେ କଂଗ୍ରେସ (ଓ) ର ରାମ ସୁଭାଗ ସିଂ ଏହି ପଦ ପାଇଁ ଦାବି କରିଥିଲେ। ୧୯୭୭ରେ ସଂସଦର ଏକ ଅଧିନିୟମ ଦ୍ୱାରା ବିରୋଧୀ ଦଳର ନେତା ପଦବୀକୁ ଆଇନଗତ ମାନ୍ୟତା ଦିଆଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ବିରୋଧୀ ଦଳ ନେତା ହେବା ପାଇଁ ଗୃହର ଅତି କମରେ ଏକ ଦଶମାଂଶ ଉପରେ ନିୟନ୍ତ୍ରଣ ରହିବା ଉଚିତ। ଯେପରିକି ଏହି ବିରୋଧୀ ଦଳର ନେତା ପଦବୀ ପାଇଁ ସୁବିଧା ଏବଂ ଦରମା ମିଳି ପାରିବ।

ରାମ ସୁଭାଗ ସିଂ ଦେଶର ଇତିହାସରେ ପ୍ରଥମ ବିରୋଧୀ ଦଳ ନେତା ଥିଲେ। ସେ ୧୯୪୨ରେ ମହାତ୍ମା ଗାନ୍ଧୀଙ୍କ ସହ ଭାରତ ଛାଡ ଆନ୍ଦୋଳନରେ ଭାଗ ନେଇଥିଲେ। ସେ ଜବାହରଲାଲ ନେହେରୁଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ୧୯୫୨ରେ ବିହାର ରାଜ୍ୟର ସାସରାମ ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ କଂଗ୍ରେସ ଦଳର ନେତୃତ୍ୱରେ କେନ୍ଦ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। କିନ୍ତୁ ୧୯୬୯ରେ କଂଗ୍ରେସ ପାର୍ଟି ବିଭାଜନ ପରେ ଏହା ଜାତୀୟ କଂଗ୍ରେସ (ସଂଗଠନ) ରେ ଯୋଗ ଦେଇଥିଲା। କଂଗ୍ରେସ (ଓ) ତାଙ୍କୁ ଲୋକ ସଭାରେ ବିରୋଧୀ ଦଳର ନେତା କରିଥିଲେ।

କ୍ରମାଗତ ୨୨ବର୍ଷରୁ ଅଧିକ ସମୟ ଧରି ରାମ ସୁଭଗ ସିଂ କେନ୍ଦ୍ରୀୟ ବିଧାନସଭାର ସଦସ୍ୟ ଥିଲେ। ଚାରିଥର ସଂସଦର ସଦସ୍ୟ ହେବା ବ୍ୟତୀତ ସେ ସଂସଦରେ କଂଗ୍ରେସ ଦଳର ସଚିବ ମଧ୍ୟ ଥିଲେ। ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିୟରରେ ସେ କେନ୍ଦ୍ର ଖାଦ୍ୟ ଓ କୃଷି ମନ୍ତ୍ରୀ, କେନ୍ଦ୍ର ସାମାଜିକ ସୁରକ୍ଷା ଏବଂ କୁଟୀର ଶିଳ୍ପ ମନ୍ତ୍ରୀ, ରେଳ ବିଭାଗର କେନ୍ଦ୍ର ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଥିଲେ। ସେ ୧୯୬୯-୧୯୭୦ରେ ଲୋକ ସଭାରେ ବିରୋଧୀ ଦଳର ପ୍ରଥମ ନେତା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri