Posted inଜାତୀୟ

୧୦ବର୍ଷ ପରେ ଲୋକ ସଭା ପାଇବ ବିରୋଧୀ ଦଳ ନେତା, ପୂର୍ବରୁ କିଏ ଥିଲେ

ନୂଆଦିଲ୍ଲୀ,୨୩।୬: ନିକଟରେ ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକରେ କହିଥିଲେ ଯେ, ତାଙ୍କ ଦଶ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଏକ ସଶକ୍ତ ବିରୋଧୀ ପାଇ ନାହାନ୍ତି। ଯାହା ତାଙ୍କୁ ଗଭୀର ଆଘାତ ଦେଇଛି। କିନ୍ତୁ ମୋଦିଙ୍କ ଏହି ଯନ୍ତ୍ରଣା କମେଇ ଦେଇଛନ୍ତି ଜନତା ଜନାର୍ଦ୍ଦନ। ଜନସାଧାରଣ ଚଳିତ ନିର୍ବାଚନରେ ଦେଶରେ ବିରୋଧୀଙ୍କୁ ସଶକ୍ତ କରିଛନ୍ତି। କହିରଖୁଛୁ କି, ମୋଦି ସମ୍ପୂର୍ଣ୍ଣ ଭାବେ ଠିକ କହିଥିଲେ ଯେ, ଗତ ୧୦ବର୍ଷ ଧରି ଲୋକ ସଭାରେ ବିରୋଧୀ ଦଳର ନେତାଙ୍କ ଅଭାବ ରହିଛି। ୧୯୮୦ରୁ ୧୯୮୯ ଏବଂ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ପଦବୀ ଖାଲି ରହିଛି। କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ଯାଏଁ ବିରୋଧୀ ଦଳ ନେତା ନ ଥିଲେ। ସେ ଲୋକ ସଭାରେ ଲୋକ ଲେଖା ସମିତିର ଅଧ୍ୟକ୍ଷ ରହି ଆସୁଥିଲେ। ତେଣୁ ଆଜିକୁ ୧୦ବର୍ଷ ଯାଏଁ ଏହି ପଦ ଖାଲି ରହି ଆସୁଥିଲା। ଯାହା ଚଳିତ ବର୍ଷ ପୂରଣ ହେବାକୁ ଯାଉଛି। ବିରୋଧୀଙ୍କ ସମେତ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ନାଁ ସୁପାରିଶ କରିଛି। ତେବେ ରାହୁଲଙ୍କ ପକ୍ଷରୁ କୌଣସି ସୂଚନା ମିଳି ନ ଥିବାବେଳେ ବିରୋଧୀ ଦଳ ନେତା କିଏ ହେବ ତା’ନେଇ ଚର୍ଚ୍ଚା ଲାଗି ରହିଛି।

ଏହି ଲୋକ ଲେଖା ସମିତି ପ୍ରତିବର୍ଷ ପରିବର୍ତ୍ତନ ହୋଇଥାଏ। ୨୦୨୩-୨୪ ପାଇଁ ଏହି ପଦରେ ଅଧୀରଙ୍କୁ ନିଯୁକ୍ତି କରାଯାଇଛି। ଏହି ସମିତିରେ ବିରୋଧୀଙ୍କ ବ୍ୟତୀତ କ୍ଷମତାସୀନ ଦଳର ନେତା ମଧ୍ୟ ସଦସ୍ୟ ଭାବରେ ମନୋନୀତ ହୁଅନ୍ତି। ଏମାନେ ସରକାରଙ୍କ ବୀତ୍ତୀୟ ବ୍ୟୟ ଓ କରଦାତାଙ୍କ ଟଙ୍କା ଯାଞ୍ଚ କରନ୍ତି।

ଯଦି ରାହୁଲ ରାଜି ହୁଅନ୍ତି ତେବେ ସେ ଲୋକ ସଭାର ବିରୋଧୀ ଦଳ ନେତା ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ। ଏଥର ୫ବର୍ଷ ପାଇଁ ସରକାରଙ୍କ ଆଗରେ ଏକ ବଳିଷ୍ଠ ଓ ଦୃଢ ବିରୋଧୀ ଉଭା ହେବେ। ତେବେ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ ୨୪ ଅର୍ଥାତ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଜୁଲାଇ ୩ରେ ଶେଷ ହେବ। ୯ ଦିନିଆ ସ୍ବତନ୍ତ୍ର ଅଧିବେଶନରେ ଲୋକ ସଭା ବାଚସ୍ପତି ନିର୍ବାଚିତ ହେବେ ଏବଂ ନୂଆ ଏମପିମାନେ ଶପଥ ଗ୍ରହଣ କରିବେ। ଏହାରି ଭିତରେ ସଂସଦ ମଧ୍ୟ ୧୦ ବର୍ଷ ପରେ ବିରୋଧୀ ଦଳ ନେତା ପାଇବ। ଶେଷ ଥର ପାଇଁ ସୁଷମା ସ୍ବରାଜ ୨୦୦୯ରୁ ୨୦୧୪ପର୍ଯ୍ୟନ୍ତ ଲୋକ ସଭାରେ ବିରୋଧୀ ଦଳର ନେତା ଥିଲେ। କିନ୍ତୁ ୨୦୧୪ ଏବଂ ୨୦୧୯ ନିର୍ବାଚନରେ କୌଣସି ବିରୋଧୀ ଦଳ ସଂସଦରେ ୫୪ ଏମପି ଜିତି ପାରି ନ ଥିଲେ। ନିୟମ ଅନୁଯାୟୀ, ବିରୋଧୀଦଳର ନେତା ହେବାକୁ ହେଲେ ଲୋକ ସଭାର ମୋଟ ସଂଖ୍ୟାର ୧୦ ପ୍ରତିଶତ ଅର୍ଥାତ ୫୪ ଏମପି ରହିବା ଆବଶ୍ୟକ। ଏଥର କଂଗ୍ରେସକୁ ଏହି ପଦ ମିଳିବ। କାରଣ କଂଗ୍ରେସ ଚଳିତ ନିର୍ବାଚନରେ ସର୍ବାଧିକ ୯୯ଟି ଏମପି ପଦ ପାଇଛି। ଆଉ ଦେଶର ସବୁଠାରୁ ବଡ଼ ବିରୋଧୀ ଦଳ ନେତା ହୋଇପାରିଛି। ତେବେ ରାହୁଲ ଗାନ୍ଧୀ ଲୋକ ସଭାରେ ବିରୋଧୀ ଦଳର ନେତା ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି।

ଜବାହରଲାଲ ନେହେରୁ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ସୀକୃତିପ୍ରାପ୍ତ ବିରୋଧୀ ନେତା ନ ଥିଲେ। ଯଦିଓ ସେହି ଦିନମାନଙ୍କରେ ବିରୋଧୀ ପଦରେ ବଡ଼ ବଡ଼ ଭେଟେରାନ ନେତା ଥିଲେ। ହେଲେ ସେମାନେ ନେତୃତ୍ୱ ନେଉଥିବା ଦଳଗୁଡିକ ଖୁବ୍‌ ଛୋଟ ଥିଲା। ୧୯୫୨ର ସାଧାରଣ ନିର୍ବାଚନରେ ୪୮୯ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିମଧ୍ୟରୁ କଂଗ୍ରେସ ୩୬୪ଟି ଆସନ ଜିତିଥିବାବେଳେ ଦ୍ୱିତୀୟ ବୃହତ୍ତମ ଦଳ ସିପିଆଇ ହୋଇଥିଲା। ଏଥର ଲୋକ ସଭା ନିର୍ବାଚନରେ ଭାଜପା ସର୍ବାଧିକ ୨୪୦ଟି ଆସନ ଜିତିଛି। ଯେଉଁଠାରେ କଂଗ୍ରେସ ୯୯ଟି ଆସନ ପାଇଛି। ଗତ ଦଶ ବର୍ଷ ମଧ୍ୟରେ ଏହା କଂଗ୍ରେସର ସର୍ବୋତ୍ତମ ପ୍ରଦର୍ଶନ। ୧୮ତମ ଲୋକ ସଭାରେ କଂଗ୍ରେସ ଏମପିଙ୍କ ସଂଖ୍ୟା ମୋଟ ସଂଖ୍ୟାର ୧୮ପ୍ରତିଶତ ଅଟେ।

୧୯୬୯ରେ କଂଗ୍ରେସ ବିଭାଜିତ ହେବା ପରେ ବିରୋଧୀଦଳର ନେତା ପଦବୀ ସୃଷ୍ଟି ହୋଇଥିଲା। ସେତେବେଳେ କଂଗ୍ରେସ (ଓ) ର ରାମ ସୁଭାଗ ସିଂ ଏହି ପଦ ପାଇଁ ଦାବି କରିଥିଲେ। ୧୯୭୭ରେ ସଂସଦର ଏକ ଅଧିନିୟମ ଦ୍ୱାରା ବିରୋଧୀ ଦଳର ନେତା ପଦବୀକୁ ଆଇନଗତ ମାନ୍ୟତା ଦିଆଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ବିରୋଧୀ ଦଳ ନେତା ହେବା ପାଇଁ ଗୃହର ଅତି କମରେ ଏକ ଦଶମାଂଶ ଉପରେ ନିୟନ୍ତ୍ରଣ ରହିବା ଉଚିତ। ଯେପରିକି ଏହି ବିରୋଧୀ ଦଳର ନେତା ପଦବୀ ପାଇଁ ସୁବିଧା ଏବଂ ଦରମା ମିଳି ପାରିବ।

ରାମ ସୁଭାଗ ସିଂ ଦେଶର ଇତିହାସରେ ପ୍ରଥମ ବିରୋଧୀ ଦଳ ନେତା ଥିଲେ। ସେ ୧୯୪୨ରେ ମହାତ୍ମା ଗାନ୍ଧୀଙ୍କ ସହ ଭାରତ ଛାଡ ଆନ୍ଦୋଳନରେ ଭାଗ ନେଇଥିଲେ। ସେ ଜବାହରଲାଲ ନେହେରୁଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ୧୯୫୨ରେ ବିହାର ରାଜ୍ୟର ସାସରାମ ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ କଂଗ୍ରେସ ଦଳର ନେତୃତ୍ୱରେ କେନ୍ଦ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। କିନ୍ତୁ ୧୯୬୯ରେ କଂଗ୍ରେସ ପାର୍ଟି ବିଭାଜନ ପରେ ଏହା ଜାତୀୟ କଂଗ୍ରେସ (ସଂଗଠନ) ରେ ଯୋଗ ଦେଇଥିଲା। କଂଗ୍ରେସ (ଓ) ତାଙ୍କୁ ଲୋକ ସଭାରେ ବିରୋଧୀ ଦଳର ନେତା କରିଥିଲେ।

କ୍ରମାଗତ ୨୨ବର୍ଷରୁ ଅଧିକ ସମୟ ଧରି ରାମ ସୁଭଗ ସିଂ କେନ୍ଦ୍ରୀୟ ବିଧାନସଭାର ସଦସ୍ୟ ଥିଲେ। ଚାରିଥର ସଂସଦର ସଦସ୍ୟ ହେବା ବ୍ୟତୀତ ସେ ସଂସଦରେ କଂଗ୍ରେସ ଦଳର ସଚିବ ମଧ୍ୟ ଥିଲେ। ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିୟରରେ ସେ କେନ୍ଦ୍ର ଖାଦ୍ୟ ଓ କୃଷି ମନ୍ତ୍ରୀ, କେନ୍ଦ୍ର ସାମାଜିକ ସୁରକ୍ଷା ଏବଂ କୁଟୀର ଶିଳ୍ପ ମନ୍ତ୍ରୀ, ରେଳ ବିଭାଗର କେନ୍ଦ୍ର ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଥିଲେ। ସେ ୧୯୬୯-୧୯୭୦ରେ ଲୋକ ସଭାରେ ବିରୋଧୀ ଦଳର ପ୍ରଥମ ନେତା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୦ରେ ବଜେଟ

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ବଜେଟ ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬। ଏପ୍ରିଲ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri