Posted inଖେଳ

‘ଆଫ୍ରିଦୀଙ୍କୁ ଅଫ୍‌ ଷ୍ଟମ୍ପ ବାହାରେ ପକାଇବାର ଥିଲା’

କରାଚୀ,୧୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ପରାଜୟ ପାଇଁ ସାରା ପାକିସ୍ତାନରେ ଦେଖା ଦେଇଛି ନୈରାଶ୍ୟ। ପରାଜୟ ପାଇଁ କିଏ ଦାୟୀ ସେ ନେଇ ତର୍ଜମା ମଧ୍ୟ ଚାଲିଛି। ଏବେ ଏହିଧାରାରେ ଯୋଡ଼ି ହୋଇଛନ୍ତି ପୂର୍ବତନ ଅଲରାଉଣ୍ଡର ଶହିଦ ଆଫ୍ରିଦୀ।

ପାକିସ୍ତାନର ମୁଖ୍ୟ ତଥା ଷ୍ଟ୍ରାଇକ୍‌ ପେସର ଶାହିନ ଶାହା ଆଫ୍ରିଦୀଙ୍କ ବୋଲିଂ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ପରୋକ୍ଷରେ ପରାଜୟ ପାଇଁ ଶାହିନଙ୍କୁ ଦାୟୀ କରିଛନ୍ତି ରୋକ୍‌ଠୋକ କଥା କହିବା ନେଇ ବେଶ୍‌ ଜଣାଶୁଣା ଥିବା ପୂର୍ବତନ ଅଧିନାୟକଙ୍କୁ। ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ବିଜୟ ପାଇଁ ଅନ୍ତିମ ଦୁଇ ଓଭରରେ ଅଷ୍ଟ୍ରେଲିଆକୁ ଦରକାର ଥିଲା ୨୨ ରନ। ତେବେ ୧୯ତମ ଓଭରରେ ଶାହିନ ୨୨ ରନ ବୟ କରିଥିଲେ। ଏହି ଓଭରର ଅନ୍ତିମ ୩ଟି ବଲ୍‌ରେ ମାଥ୍ୟୁ ଓ୍ବେଡ କ୍ରମାଗତ ୩ଟି ଛକା ମାରି ଅଷ୍ଟ୍ରେଲିଆକୁ ଜିତାଇଥିଲେ।

”ଠିକଣା ସମୟରେ ଶାହିନ ଭଲ ବୋଲିଂ କରିବାରେ ବିଫଳ ହୋଇିଛନ୍ତି। ତାଙ୍କ ପ୍ରଦର୍ଶନରେ ମୁଁ ଆଦୌ ଖୁସି ନୁହଁ। ଠିକ୍‌ ଅଛି ହାସନ ଅଲି ଓ୍ବେଡ୍‌ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ହାତଛଡ଼ା କରିଥିଲେ। ତା ମାନେ ନୁହେଁ ଯେ, ଶାହିନ ୩ ବଲରେ କ୍ରମାଗତ ୩ ଛକା ଦେବେ। ତେଣୁ ଶାହିନଙ୍କ ଅନ୍ତିମ ୩ଟି ବଲ୍‌ରେ ଖରାପ ବୋଲିଂ କରିଥିଲେ। ତାଙ୍କ ପାଖରେ ଅଫ୍‌ ଷ୍ଟାମ୍ପ ବାହାରେ ପକାଇବାର ବିକଳ୍ପ ଥିଲା। କିନ୍ତୁ ଛକା ଖାଇବା ପରେ ମଧ୍ୟ ସେ ଉଇକେଟକୁ ହିଁ ବୋଲିଂ କରିଥିଲେ। ତାଙ୍କ ଭଳି ଜଣେ ଉଚ୍ଚକୋଟିର ବୋଲର ଏଭଳି ଖରାପ ବୋଲିଂ କଲେ ହଜମ ହେବା କଷ୍ଟକର। ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରୁ ଶାହିନ ବହୁତ କିଛି ଶିକ୍ଷା କରିଥିବେ ଓ ଏହା ଭବିଷ୍ୟତରେ ତାଙ୍କର କାର୍ଯ୍ୟରେ ଆସିବ। ସେ ସାରା ଟୁର୍ନାମେଣ୍ଟରେ ନୂଆ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କ ପୂର୍ବରୁ ଓ୍ବାସିମ ଆକ୍ରମ ଓ ମହମ୍ମଦ ଆମୀର ନୂଆ ବଲରେ ଏଭଳି ବୋଲିଂ କରୁଥିଲେ। ଏହି ଅଭିଜ୍ଞତା ଶାହିନଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ“ ବୋଲି ଆଫ୍ରିଦୀ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri