Posted inଖେଳ

‘ଆଫ୍ରିଦୀଙ୍କୁ ଅଫ୍‌ ଷ୍ଟମ୍ପ ବାହାରେ ପକାଇବାର ଥିଲା’

କରାଚୀ,୧୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ପରାଜୟ ପାଇଁ ସାରା ପାକିସ୍ତାନରେ ଦେଖା ଦେଇଛି ନୈରାଶ୍ୟ। ପରାଜୟ ପାଇଁ କିଏ ଦାୟୀ ସେ ନେଇ ତର୍ଜମା ମଧ୍ୟ ଚାଲିଛି। ଏବେ ଏହିଧାରାରେ ଯୋଡ଼ି ହୋଇଛନ୍ତି ପୂର୍ବତନ ଅଲରାଉଣ୍ଡର ଶହିଦ ଆଫ୍ରିଦୀ।

ପାକିସ୍ତାନର ମୁଖ୍ୟ ତଥା ଷ୍ଟ୍ରାଇକ୍‌ ପେସର ଶାହିନ ଶାହା ଆଫ୍ରିଦୀଙ୍କ ବୋଲିଂ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ପରୋକ୍ଷରେ ପରାଜୟ ପାଇଁ ଶାହିନଙ୍କୁ ଦାୟୀ କରିଛନ୍ତି ରୋକ୍‌ଠୋକ କଥା କହିବା ନେଇ ବେଶ୍‌ ଜଣାଶୁଣା ଥିବା ପୂର୍ବତନ ଅଧିନାୟକଙ୍କୁ। ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ବିଜୟ ପାଇଁ ଅନ୍ତିମ ଦୁଇ ଓଭରରେ ଅଷ୍ଟ୍ରେଲିଆକୁ ଦରକାର ଥିଲା ୨୨ ରନ। ତେବେ ୧୯ତମ ଓଭରରେ ଶାହିନ ୨୨ ରନ ବୟ କରିଥିଲେ। ଏହି ଓଭରର ଅନ୍ତିମ ୩ଟି ବଲ୍‌ରେ ମାଥ୍ୟୁ ଓ୍ବେଡ କ୍ରମାଗତ ୩ଟି ଛକା ମାରି ଅଷ୍ଟ୍ରେଲିଆକୁ ଜିତାଇଥିଲେ।

”ଠିକଣା ସମୟରେ ଶାହିନ ଭଲ ବୋଲିଂ କରିବାରେ ବିଫଳ ହୋଇିଛନ୍ତି। ତାଙ୍କ ପ୍ରଦର୍ଶନରେ ମୁଁ ଆଦୌ ଖୁସି ନୁହଁ। ଠିକ୍‌ ଅଛି ହାସନ ଅଲି ଓ୍ବେଡ୍‌ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ହାତଛଡ଼ା କରିଥିଲେ। ତା ମାନେ ନୁହେଁ ଯେ, ଶାହିନ ୩ ବଲରେ କ୍ରମାଗତ ୩ ଛକା ଦେବେ। ତେଣୁ ଶାହିନଙ୍କ ଅନ୍ତିମ ୩ଟି ବଲ୍‌ରେ ଖରାପ ବୋଲିଂ କରିଥିଲେ। ତାଙ୍କ ପାଖରେ ଅଫ୍‌ ଷ୍ଟାମ୍ପ ବାହାରେ ପକାଇବାର ବିକଳ୍ପ ଥିଲା। କିନ୍ତୁ ଛକା ଖାଇବା ପରେ ମଧ୍ୟ ସେ ଉଇକେଟକୁ ହିଁ ବୋଲିଂ କରିଥିଲେ। ତାଙ୍କ ଭଳି ଜଣେ ଉଚ୍ଚକୋଟିର ବୋଲର ଏଭଳି ଖରାପ ବୋଲିଂ କଲେ ହଜମ ହେବା କଷ୍ଟକର। ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରୁ ଶାହିନ ବହୁତ କିଛି ଶିକ୍ଷା କରିଥିବେ ଓ ଏହା ଭବିଷ୍ୟତରେ ତାଙ୍କର କାର୍ଯ୍ୟରେ ଆସିବ। ସେ ସାରା ଟୁର୍ନାମେଣ୍ଟରେ ନୂଆ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କ ପୂର୍ବରୁ ଓ୍ବାସିମ ଆକ୍ରମ ଓ ମହମ୍ମଦ ଆମୀର ନୂଆ ବଲରେ ଏଭଳି ବୋଲିଂ କରୁଥିଲେ। ଏହି ଅଭିଜ୍ଞତା ଶାହିନଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ“ ବୋଲି ଆଫ୍ରିଦୀ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri