ମଧ୍ୟପ୍ରାଚ୍ୟକୁ ଟପୁଛି ଆଫ୍ରିକା

ଲଣ୍ଡନ,୫ା୧୨: ସହେଲ ଅଞ୍ଚଳରେ ସ୍ଥିରତା ଆଣିବା ପାଇଁ ଜାତିସଂଘର ୧୫,୦୦୦ ବହୁରାଷ୍ଟ୍ରୀୟ ସୈନ୍ୟଙ୍କ ନେତୃତ୍ୱ ନେଉଛି ଫ୍ରାନ୍ସ। ଅପରେଶନ ନ୍ୟୁକମ୍ବେ ନାମରେ ଚାଲିଥିବା ଏହି ୩ ବର୍ଷିଆ ମିଶନରେ ବ୍ରିଟେନର ୩୦୦ ସୈନ୍ୟ ସାମିଲ ହୋଇଛନ୍ତି। ମାଲି ହେଉଛି ଅନେକ ସହେଲ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ, ଯେଉଁଠି ଜେହାଦୀ ବିଦ୍ରୋହୀଙ୍କ ପ୍ରାଦୁର୍ଭାବ ବଢ଼ିବା ସହ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ନଭେମ୍ବର ୨୫ରେ ପ୍ରକାଶିତ ବୈଶ୍ୱିକ ଆତଙ୍କବାଦ ସୂଚକାଙ୍କ ଅନୁସାରେ ଇସ୍‌ଲାମିକ୍‌ ଷ୍ଟେଟ୍‌ର କେନ୍ଦ୍ରସ୍ଥଳ ମଧ୍ୟପ୍ରାଚ୍ୟରୁ ଆଫ୍ରିକା ଓ ଦକ୍ଷିଣ ଏସିଆର କେତେକ ଅଞ୍ଚଳକୁ ସ୍ଥାନାନ୍ତର ହେବାରେ ଲାଗିଛି। ଗତବର୍ଷ ଉପସାହାରୀୟ ଆଫ୍ରିକାରେ ଆଇଏସ୍‌ ପକ୍ଷରୁ କରାଯାଇଥିବା ନରସଂହାର ୬୭% ବଢ଼ିଛି। ଏହି ଅଞ୍ଚଳରେ ଆଇଏସ୍‌ର ପ୍ରଭାବ ବିସ୍ତାର ସମ୍ପୃକ୍ତ କ୍ଷେତ୍ରର ଅନେକ ଦେଶରେ ଆତଙ୍କବାଦ ବୃଦ୍ଧିର କାରଣ ପାଲଟିଥିବା ଗ୍ଲୋବାଲ ଟେରରିଜମ୍‌ ଇଣ୍ଡେକ୍ସରେ ଦର୍ଶାଯାଇଛି। ଉପସାହାରୀୟ ଆଫ୍ରିକାର ୧୦ ଦେଶ ମଧ୍ୟରୁ ୭ ରାଷ୍ଟ୍ର ବୁର୍କିନା ଫାସୋ, ମୋଜାମ୍ବିକ୍‌, ଡିଆର୍‌ସି, ମାଲି, ନାଇଜର, କ୍ୟାମେରୁନ ଓ ଇଥିଓପିଆରେ ସବୁଠୁ ବେଶି ଆତଙ୍କବାଦ ମୁଣ୍ଡ ଟେକିଛି। ଏଥିରେ ଆହୁରି ଦର୍ଶାଯାଇଛି ଯେ, ୨୦୧୯ରେ ଏହି ଦେଶଗୁଡ଼ିକରେ ଆଇଏସ୍‌ ଆତଙ୍କବାଦଜନିତ ମୃତ୍ୟୁ ସଂଖ୍ୟା ୯୮୨ ଥିଲା, ଯାହାକି ମୋଟ ମୃତ୍ୟୁସଂଖ୍ୟାର ୪୧%।
ମୃତ ନେତା ଓସାମା ବିନ୍‌ ଲାଡେନ ୧୯୯୬ରେ ଆଫଗାନିସ୍ତାନରେ ଅଭିଯାନ ପୂର୍ବରୁ ସୁଡାନକୁ ଆତଙ୍କର ଚରାଭୂଇଁ ଭାବେ ବାଛିଥିଲେ। ୨୦୧୦ରେ ବୋକୋ ହାରାମକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯିବା ପରେ ଏହି ଗୋଷ୍ଠୀ ୨୦୧୪ରେ ନାଇଜେରିଆର ଚିବୋକ୍‌ରେ ଶତାଧିକ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରିଥିଲା। ସାମ୍ପ୍ରତିକ ସମୟରେ ଜେହାଦୀ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଆତଙ୍କବାଦର ବିସ୍ତାର ନେଇ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବାରେ ଲାଗିଛି। ଆମେରିକାର ପରରାଷ୍ଟ୍ର ବିଭାଗର ଆତଙ୍କବାଦ ନିରୋଧୀ କୋଅର୍ଡିନେଟର ତଥା ଆମ୍ବାସାଡର ନାଥନ୍‌ ସେଲ୍ସଙ୍କ ମତରେ ଉଭୟ ଆଇଏସ୍‌ ଏବଂ ଅଲ୍‌-କାଏଦା ସେମାନଙ୍କ ଅଧିକାଂଶ ଅପରେଶନକୁ ସିରିଆ ଓ ଇରାକ୍‌ରୁ ପଶ୍ଚିମ ଓ ପୂର୍ବ ଆଫ୍ରିକାକୁ ସ୍ଥାନାନ୍ତର କରିଛନ୍ତି। ଫଳରେ ଆଫ୍ରିକା ପାଇଁ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଫରାସୀ ବିଶେଷଜ୍ଞ ଓଲିଭିଏର୍‌ ଗୁଇଟା ଏହାକୁ ଲକ୍ଷ୍ୟକରି ଭବିଷ୍ୟବାଣୀ କରିଛନ୍ତି ଯେ, ଆଗାମୀ ୨୦ ବର୍ଷ ଧରି ଆଫ୍ରିକା ମଧ୍ୟପ୍ରାଚ୍ୟର ସ୍ଥାନ ନେବାକୁ ଯାଉଛି। ବାସ୍ତବରେ ଏହି ମହାଦେଶ ଜେହାଦୀଙ୍କ ଯୁଦ୍ଧଭୂମିରେ ପରିଣତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

କେତେ ସମ୍ପତ୍ତି ଛାଡି ଦେଇ ଗଲେ ଖାଲେଦା ଜିଆ, ଜାଣନ୍ତୁ ତାଙ୍କର ନେଟ୍‌ ଓ୍ବର୍ଥ

ଢାକା,୩୦।୧୨: ବାଂଲାଦେଶୀ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ଖାଲେଦା ଜିଆଙ୍କ ମୃତ୍ୟୁ ପରେ, ଏକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri