ମଧ୍ୟପ୍ରାଚ୍ୟକୁ ଟପୁଛି ଆଫ୍ରିକା

ଲଣ୍ଡନ,୫ା୧୨: ସହେଲ ଅଞ୍ଚଳରେ ସ୍ଥିରତା ଆଣିବା ପାଇଁ ଜାତିସଂଘର ୧୫,୦୦୦ ବହୁରାଷ୍ଟ୍ରୀୟ ସୈନ୍ୟଙ୍କ ନେତୃତ୍ୱ ନେଉଛି ଫ୍ରାନ୍ସ। ଅପରେଶନ ନ୍ୟୁକମ୍ବେ ନାମରେ ଚାଲିଥିବା ଏହି ୩ ବର୍ଷିଆ ମିଶନରେ ବ୍ରିଟେନର ୩୦୦ ସୈନ୍ୟ ସାମିଲ ହୋଇଛନ୍ତି। ମାଲି ହେଉଛି ଅନେକ ସହେଲ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ, ଯେଉଁଠି ଜେହାଦୀ ବିଦ୍ରୋହୀଙ୍କ ପ୍ରାଦୁର୍ଭାବ ବଢ଼ିବା ସହ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ନଭେମ୍ବର ୨୫ରେ ପ୍ରକାଶିତ ବୈଶ୍ୱିକ ଆତଙ୍କବାଦ ସୂଚକାଙ୍କ ଅନୁସାରେ ଇସ୍‌ଲାମିକ୍‌ ଷ୍ଟେଟ୍‌ର କେନ୍ଦ୍ରସ୍ଥଳ ମଧ୍ୟପ୍ରାଚ୍ୟରୁ ଆଫ୍ରିକା ଓ ଦକ୍ଷିଣ ଏସିଆର କେତେକ ଅଞ୍ଚଳକୁ ସ୍ଥାନାନ୍ତର ହେବାରେ ଲାଗିଛି। ଗତବର୍ଷ ଉପସାହାରୀୟ ଆଫ୍ରିକାରେ ଆଇଏସ୍‌ ପକ୍ଷରୁ କରାଯାଇଥିବା ନରସଂହାର ୬୭% ବଢ଼ିଛି। ଏହି ଅଞ୍ଚଳରେ ଆଇଏସ୍‌ର ପ୍ରଭାବ ବିସ୍ତାର ସମ୍ପୃକ୍ତ କ୍ଷେତ୍ରର ଅନେକ ଦେଶରେ ଆତଙ୍କବାଦ ବୃଦ୍ଧିର କାରଣ ପାଲଟିଥିବା ଗ୍ଲୋବାଲ ଟେରରିଜମ୍‌ ଇଣ୍ଡେକ୍ସରେ ଦର୍ଶାଯାଇଛି। ଉପସାହାରୀୟ ଆଫ୍ରିକାର ୧୦ ଦେଶ ମଧ୍ୟରୁ ୭ ରାଷ୍ଟ୍ର ବୁର୍କିନା ଫାସୋ, ମୋଜାମ୍ବିକ୍‌, ଡିଆର୍‌ସି, ମାଲି, ନାଇଜର, କ୍ୟାମେରୁନ ଓ ଇଥିଓପିଆରେ ସବୁଠୁ ବେଶି ଆତଙ୍କବାଦ ମୁଣ୍ଡ ଟେକିଛି। ଏଥିରେ ଆହୁରି ଦର୍ଶାଯାଇଛି ଯେ, ୨୦୧୯ରେ ଏହି ଦେଶଗୁଡ଼ିକରେ ଆଇଏସ୍‌ ଆତଙ୍କବାଦଜନିତ ମୃତ୍ୟୁ ସଂଖ୍ୟା ୯୮୨ ଥିଲା, ଯାହାକି ମୋଟ ମୃତ୍ୟୁସଂଖ୍ୟାର ୪୧%।
ମୃତ ନେତା ଓସାମା ବିନ୍‌ ଲାଡେନ ୧୯୯୬ରେ ଆଫଗାନିସ୍ତାନରେ ଅଭିଯାନ ପୂର୍ବରୁ ସୁଡାନକୁ ଆତଙ୍କର ଚରାଭୂଇଁ ଭାବେ ବାଛିଥିଲେ। ୨୦୧୦ରେ ବୋକୋ ହାରାମକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯିବା ପରେ ଏହି ଗୋଷ୍ଠୀ ୨୦୧୪ରେ ନାଇଜେରିଆର ଚିବୋକ୍‌ରେ ଶତାଧିକ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରିଥିଲା। ସାମ୍ପ୍ରତିକ ସମୟରେ ଜେହାଦୀ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଆତଙ୍କବାଦର ବିସ୍ତାର ନେଇ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବାରେ ଲାଗିଛି। ଆମେରିକାର ପରରାଷ୍ଟ୍ର ବିଭାଗର ଆତଙ୍କବାଦ ନିରୋଧୀ କୋଅର୍ଡିନେଟର ତଥା ଆମ୍ବାସାଡର ନାଥନ୍‌ ସେଲ୍ସଙ୍କ ମତରେ ଉଭୟ ଆଇଏସ୍‌ ଏବଂ ଅଲ୍‌-କାଏଦା ସେମାନଙ୍କ ଅଧିକାଂଶ ଅପରେଶନକୁ ସିରିଆ ଓ ଇରାକ୍‌ରୁ ପଶ୍ଚିମ ଓ ପୂର୍ବ ଆଫ୍ରିକାକୁ ସ୍ଥାନାନ୍ତର କରିଛନ୍ତି। ଫଳରେ ଆଫ୍ରିକା ପାଇଁ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଫରାସୀ ବିଶେଷଜ୍ଞ ଓଲିଭିଏର୍‌ ଗୁଇଟା ଏହାକୁ ଲକ୍ଷ୍ୟକରି ଭବିଷ୍ୟବାଣୀ କରିଛନ୍ତି ଯେ, ଆଗାମୀ ୨୦ ବର୍ଷ ଧରି ଆଫ୍ରିକା ମଧ୍ୟପ୍ରାଚ୍ୟର ସ୍ଥାନ ନେବାକୁ ଯାଉଛି। ବାସ୍ତବରେ ଏହି ମହାଦେଶ ଜେହାଦୀଙ୍କ ଯୁଦ୍ଧଭୂମିରେ ପରିଣତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri