ରାତି ହେଲେ କୁକୁର ଡର

ଭୁବନେଶ୍ୱର,୧୧।୯(ବନ୍ଦନା ସେଠୀ): ରାଜଧାନୀ ରାସ୍ତାରେ ବୁଲା କୁକୁର ରାଜ୍‌ କରୁଛନ୍ତି। ଗଳିକନ୍ଦିରୁ ରାଜରାସ୍ତା, ସବୁଠି କୁକୁରଙ୍କ ପ୍ରାଦୁର୍ଭାବ ଭୁବନେଶ୍ୱରବାସୀଙ୍କୁ ଅତିଷ୍ଠ କରୁଛି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, ଯାହାକୁ ପାଉଛନ୍ତି ଗୋଡ଼ାଇ କାମୁଡୁଛନ୍ତି। ହଠାତ୍‌ ଚଳନ୍ତା ଗାଡ଼ି ଆଗକୁ ଆସି ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ରାତିରେ ରାସ୍ତାକୁ ବାହାରିଲେ ବୁଲା କୁକୁରଙ୍କ ଭୟ ଘାରୁଛି। ଆଗକୁ କୁକୁରଙ୍କ ଉତ୍ପାତ ଆହୁରି ବଢ଼ିଯିବ ବୋଲି କୁହାଯାଉଛି। କାରଣ ହାଇକୋର୍ଟ ରାଜ୍ୟରେ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ ଉପରେ ରୋକ୍‌ ଲଗାଇଛନ୍ତି। ରାଜ୍ୟରେ କୌଣସି ପ୍ରକାରର ଏବିସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଆଦେଶ ଦେଇଥିଲେ। ପ୍ରଥମେ ଅଗଷ୍ଟ ୩୧ ଯାଏ ରୋକ୍‌ ଲଗାଯାଇଥିଲା। ହେଲେ ପରବର୍ତ୍ତୀ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିବାରୁ ଏହି ବାହାନାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ସହରର ବୁଲା କୁକୁରଙ୍କୁ ନିୟନ୍ତ୍ରଣ ପାଇଁ କିଛି ବି ପଦକ୍ଷେପ ନେଉନି। ବିଏମ୍‌ସି ପୂର୍ବରୁ ଦିନକୁ ୨୦ରୁ ୨୫ଟି ହିସାବରେ ମାସକୁ ୫ରୁ ୬ଶହ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରୁଥିବାବେଳେ ଏବେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଅପରପକ୍ଷେ ବର୍ତ୍ତମାନ କୁକୁରଙ୍କ ପ୍ରଜନନ ଋତୁ ଚାଲିଥିବାରୁ ଥରେ କୁକୁର ଗର୍ଭବତୀ ହୋଇଗଲେ ସେମାନଙ୍କ ବଂଶବୃଦ୍ଧିକୁ ରୋକିବା କଷ୍ଟକର ହୋଇପଡିବ। ବିଏମ୍‌ସି ସୂଚନା ମୁତାବକ, ବର୍ଷକୁ ୨ହଜାରରୁ ଊର୍ଦ୍ଧ୍ୱ କୁକୁର ଛୁଆ ଜନ୍ମ ହେଉଛନ୍ତି। ଏକ ଆକଳନ ଅନୁଯାୟୀ ଏବେ ସହରରେ ୫୦ହଜାରରୁ ଊର୍ଦ୍ଧ୍ୱ କୁକୁର ଥିବାବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢିବ। ତେଣୁ ଥରେ କୁକୁର ବଂଶ ବୃଦ୍ଧି ଘଟିଲେ ଏବିସି କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଏମ୍‌ସିକୁ ନାକେଦମ୍‌ ହେବାକୁ ପଡିବ। ପୁଣି ପ୍ରଜନନ ଋତୁ ଚାଲି ଥିବାରୁ ପୂର୍ବାପେକ୍ଷା କୁକୁରମାନେ ବେଶୀ ହିଂସ୍ର ହେବା ସହ ମାଳମାଳ ହୋଇ ରାସ୍ତାରେ ବୁଲି ଆକ୍ରମଣ କରୁଛନ୍ତି। ଏନେଇ ଅଭିଯୋଗ ସଂଖ୍ୟା ବଢ଼ୁଥିଲେ ମଧ୍ୟ ବିଏମ୍‌ସି ଏହାକୁ ଅଣଦେଖା କରି ଚାଲିଛି। ଏବିସି କାର୍ଯ୍ୟକ୍ରମ ବନ୍ଦ ଥିବାରୁ କିଛି କରାଯାଇ ପାରିବ ନାହିଁ ବୋଲି ସଫେଇ ଦେଉଛି।
ଫେରିଗଲେ ଅସ୍ତ୍ରୋପଚାର କରୁଥିବା ସଂସ୍ଥାର କର୍ମଚାରୀ
ପୂର୍ବରୁ ଶହୀଦନଗରସ୍ଥିତ ଭେଟେରିନାରି ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଉଥିଲା। ତେବେ ଏହାକୁ ବ୍ୟାପକ କରିବା ଲକ୍ଷ୍ୟରେ ବିଏମ୍‌ସି ପ୍ରଥମଥର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଜରିଆରେ ମହାରାଷ୍ଟ୍ରର ଏକ ସଂସ୍ଥା ‘ଭେଟ୍‌ ଫର୍‌ ଆନିମଲ୍‌’ ସହିତ ବିଏମ୍‌ସି ଚୁକ୍ତି କରିଥିଲା। ଏଥିପାଇଁ କୁକୁର ପିଛା ସଂସ୍ଥାକୁ ୧୬୫୦ ଟଙ୍କା ପ୍ରଦାନ କରାଯାଉଥିଲା। ଏଥିରେ କୁକୁରଙ୍କୁ ହସ୍ପିଟାଲକୁ ଆଣିବାଠାରୁ ଅସ୍ତ୍ରୋପଚାର, ଔଷଧ, ଆଣ୍ଟି ରାବିଜ୍‌ ଡୋଜ୍‌ ଦେଇ ଉକ୍ତ ସ୍ଥାନରେ ଛାଡିବା ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୁକ୍ତ ରହିଥିଲା। ସମ୍ପୃକ୍ତ ସଂସ୍ଥା ଗତ ନଭେମ୍ବର ୧୬ରୁ ଜୁଲାଇ ୧୦ ମଧ୍ୟରେ ୪ହଜାର ୭୦ଟି କୁକୁରଙ୍କ ଅସ୍ତ୍ରୋପଚାର କରିଥିଲା। ତେବେ ହାଇକୋର୍ଟଙ୍କ ରୋକ୍‌ ଯୋଗୁ ୨ମାସ ଧରି କାର୍ଯ୍ୟକ୍ରମ ବନ୍ଦ ଥିବାରୁ ଏଥିରେ ନିୟୋଜିତ ଡାକ୍ତର, କର୍ମଚାରୀ, ଆମ୍ବୁଲାନ୍ସ ଖର୍ଚ୍ଚ ବହନ କରିବା ସଂସ୍ଥା ପକ୍ଷରେ ଅସମ୍ଭବ ହୋଇପଡ଼ିଛି। ତେଣୁ ସଂସ୍ଥାର ମୁଖ୍ୟ ଓ କର୍ମଚାରୀମାନେ ମହାରାଷ୍ଟ୍ର ଫେରି ଯାଇଛନ୍ତି।
କେବେ ହେବ ଗଣନା
ରାଜଧାନୀରେ କେତେ କୁକୁର ଅଛନ୍ତି ବିଏମ୍‌ସି ପକ୍ଷରୁ ଗଣନା ହୋଇଥାନ୍ତା। ପ୍ରତି ୱାର୍ଡ ବୁଲି କୁକୁର ତାଲିକା ପ୍ରସ୍ତୁତ ହୋଇଥାନ୍ତା। ଏହାଦ୍ୱାରା ସହରରେ ବାସ୍ତବରେ କେତେ ବୁଲା କୁକୁର ଅଛନ୍ତି ତାହାର ତଥ୍ୟ ବିଏମ୍‌ସି ପାଖରେ ରହିବା ସହ ଏବିସି କାର୍ଯ୍ୟକ୍ରମରେ ସହାୟକ ହୋଇଥାନ୍ତା। ଏଥିପାଇଁ ଟେଣ୍ଡର କରାଯାଇ ଏକ ସଂସ୍ଥାକୁ ନିଯୁକ୍ତ କରାଯିବା ପାଇଁ ମଧ୍ୟ ଯୋଜନା କରାଯାଇଥିଲା। ମାତ୍ର ଇତି ମଧ୍ୟରେ ୬ମାସରୁ ଅଧିକ ସମୟ ବିତିଥିବାବେଳେ ବିଏମ୍‌ସି ପାଦେ ମଧ୍ୟ ଆଗେଇ ପାରିନାହିଁ।

କୁକୁର ପାଇଁ ବିଏମ୍‌ସିର ହସ୍ପିଟାଲ ଭେଳିକି

ଅଧିକ ସଂଖ୍ୟକ କୁକୁରର ଅସ୍ତ୍ରୋପଚାର ଓ ଚିକିତ୍ସା ପାଇଁ ବିଏମ୍‌ସି ଅସ୍ଥାୟୀ ଭାବେ ଏକ ହସ୍ପିଟାଲ କରିବାକୁ ଯୋଜନା କରିଥିଲା। ପରିତ୍ୟକ୍ତ ଅବସ୍ଥାରେ ଥିବା ମଞ୍ଚେଶ୍ୱରସ୍ଥିତ ବିଏମ୍‌ସିର ୩ ମହଲା ବିଶିଷ୍ଟ ଓ୍ବାର୍କିଂ ଓମେନ୍‌ ହଷ୍ଟେଲ ବିଲ୍ଡିଂରେ ଏହି ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଅସ୍ତ୍ରୋପଚାର ଗୃହ ସହିତ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମ ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ଏଠାରେ ଦିନକୁ ୧୫୦ କୁକୁରଙ୍କ ଅସ୍ତ୍ରୋପଚାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ମେ’ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ଇତିମଧ୍ୟରେ ସେପ୍ଟେମ୍ବର ଅଧା ହେବାକୁ ବସିଥିଲେ ମଧ୍ୟ ହସ୍ପିଟାଲ ପ୍ରସ୍ତୁତ ହୋଇପାରିଲା ନାହିଁ। ବିଲ୍ଡିଂର ମରାମତି ସରିଥିବାବେଳେ ଏଠାରେ ଅପରେଶନ୍‌ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଲଗାଯାଇ ପାରିନାହିଁ। ତେବେ ଖୁବ୍‌ଶୀଘ୍ର ଟେଣ୍ଡର କରାଯାଇ ହସ୍ପିଟାଲ ଖୋଲାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri