ସୀମାକୁ ଧାଇଁଲେ ଆଫଗାନ୍‌

କାବୁଲ, ୨ା୯: ୧,୨୩,୦୦୦ ଲୋକଙ୍କୁ ଏୟାରଲିଫ୍ଟ କରି ଆମେରିକା ସୈନ୍ୟ ଫେରିଯିବା ପରେ କାବୁଲ ବିମାନବନ୍ଦରକୁ ତାଲିବାନ୍‌ ଦଖଲ କରିଛି। ଏଥିସହ ଏୟାରଲିଫ୍ଟ ଅପେକ୍ଷାରେ ଥିବା ନାଗରିକଙ୍କ ସୁରକ୍ଷିତ ସ୍ଥାନାନ୍ତର ବନ୍ଦ ହୋଇଯାଇଛି। ଆତଙ୍କ ଓ ଅର୍ଥସଙ୍କଟ ଦେଇ ଗତିକରୁଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦେଶରେ ପ୍ରଶାସନିକ ଶୂନ୍ୟତା ଦେଖାଦେଇଛି। ଦେଶ ଛାଡ଼ି ପଳାୟନ କରନାହିଁ ବୋଲି ତାଲିବାନ ଯେତେ କହିଲେ ବି କେହି ଶୁଣୁନାହାନ୍ତି। ଆଫଗାନିସ୍ତାନବାସୀ ଶରଣ ଆଶାରେ ଇରାନ ଓ ପାକିସ୍ତାନ ସମେତ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରଗୁଡ଼ିକର ସୀମାକୁ ଧାଇଁବା ଆରମ୍ଭ କରିଛନ୍ତି। ପାକିସ୍ତାନ-ଆଫଗାନିସ୍ତାନର ତୋରଖାମ୍‌ ଓ ଚମନ ସୀମା ଶରଣାର୍ଥୀଙ୍କ ପାଇଁ ଏବେ ଟ୍ରାଞ୍ଜିଟ୍‌ ପଏଣ୍ଟ ପାଲଟିଛି। ତୋରଖାମ୍‌ରେ ମୁତୟନ ଜଣେ ପାକିସ୍ତାନୀ ରେଞ୍ଜର କହିଛନ୍ତି, ଆଫଗାନିସ୍ତାନ ପଟେ ବହୁ ସଂଖ୍ୟକ ଲୋକ ସୀମା ଅତିକ୍ରମ କରି ଆସିବା ପାଇଁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ତାଲିବାନ ଗେଟ୍‌ ବନ୍ଦ ରଖିଥିବାରୁ ସେମାନେ ଆସିପାରୁନାହାନ୍ତି। ସେହିପରି ଇରାନ ସଂଲଗ୍ନ ଇସ୍‌ଲାମ କାଲା ବର୍ଡର ପୋଷ୍ଟରେ ମଧ୍ୟ ବହୁ ସଂଖ୍ୟକ ଆଫଗାନ୍‌ ସୀମା ଡେଇଁବାକୁ ଚେଷ୍ଟା କରୁଛନ୍ତି। କିଏ ଖାଲି ପାଦରେ ଚାଲି ଚାଲି ଯାଉଛନ୍ତି ତ କିଏ ଅନ୍ୟ ଯାନବାହନରେ ଯିବା ପାଇଁ ସହାୟତା ମାଗୁଥିବା ଦେଖାଯାଇଛି।
ପ୍ରକାଶ ଯେ, ଆଫଗାନ୍‌ମାନଙ୍କୁ ଶରଣାର୍ଥୀ ଭାବେ ଆଶ୍ରୟ ଦେବା ପାଇଁ ରାଷ୍ଟ୍ରଗୁଡ଼ିକୁ ଜାତିସଂଘ ଅନୁରୋଧ କରିଥିଲା। ସୋମବାର ଜାତିସଂଘ ସୁରକ୍ଷା ପରିଷଦ ଆଫଗାନିସ୍ତାନ ଛାଡ଼ିବାକୁ ଚାହୁଁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ଲାଗି ତାଲିବାନ୍‌କୁ ପରାମର୍ଶ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri