Posted inଖେଳ

ବିଶ୍ୱକପ୍‌ ସେମିଫାଇନାଲରେ ଆଶା ବଢ଼ାଇଲା ଆଫଗାନିସ୍ତାନ

ଲକ୍ଷ୍ନୌ, ୪।୧୧:ବୋଲିଂ, ଫିଲ୍ଡିଂ ଓ ବ୍ୟାଟିଂ ସବୁଥିରେ ପ୍ରଭାବୀ ପ୍ରଦର୍ଶନ କରି ଆଫଗାନିସ୍ତାନ ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲ ଦିଗରେ ଆଉ ଗୋଟିଏ ପାଦ ଅଗ୍ରସର ହୋଇଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୭ ଉଇକେଟରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ନେଦରଲାଣ୍ଡ୍ସ ୪୬.୩ ଓଭରରେ ୧୭୯ ରନକରି ଅଲ୍‌ଆଉଟ ହୋଇଥିବାବେଳେ ଆଫଗାନିସ୍ତାନ ୩୧.୩ ଓଭରରେ ମାତ୍ର ୩ ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରି ନେଇଛି। ଫଳରେ ଦଳର ରନ୍‌ ହାରରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ଘଟିଛି। ୭ ମ୍ୟାଚରୁ ୪ର୍ଥ ବିଜୟ ସହ ଆଫଗାନିସ୍ତାନ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଫଳରେ ଦଳର ସେମିଫାଇନାଲ ପ୍ରବେଶ ଆଶା ବଢ଼ିଛି। ଅନ୍ୟପକ୍ଷରେ ୭ ମ୍ୟାଚରୁ ୫ମ ପରାଜୟ ସହ ନେଦରଲାଣ୍ଡ୍ସର ଆଶା ଶେଷ ହୋଇ ଯାଇଛି। ୩ଟି ଉଇକେଟ ନେବା ସହ ଗୋଟିଏ ରନ୍‌ଆଉଟରେ ସମ୍ପୃକ୍ତଥିବା ମହମ୍ମଦ ନବି ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନେଦରଲାଣ୍ଡ୍ସ ମାତ୍ର ୨୭ ରନରେ ଓପନର ଓ୍ବେସଲି ବାରେସି (୧)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଟପ୍‌ ଅର୍ଡରରେ ମ୍ୟାକ୍ସ ଓ’ଡୋଡ, କଲିନ ଆକରମାନ ଓ ମିଡିଲ ଅର୍ଡରରେ ସିବ୍ରାଣ୍ଡ ଇଙ୍ଗେଲବ୍ରେଚ୍‌ ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ମାତ୍ର ଆଫଗାନିସ୍ତାନର ବୋଲିଂ ଓ ଫିଲ୍ଡିଂ ଅତି ଚମତ୍କାର ହୋଇଥିଲା। ଫଳରେ ସେଟ୍‌ ହୋଇଥିବା ଏହି ତିନିଟ ବ୍ୟାଟରଙ୍କ ସମେତ ମୋଟ ୪ ଖେଳାଳି ରନ୍‌ଆଉଟ ହୋଇଥିଲେ। ଫଳରେ ଦଳ ପୂରା ୫୦ ଓଭର ତିଷ୍ଠିବା ସମ୍ଭବ ହୋଇ ନ ଥିଲା। ଅର୍ଦ୍ଧଶତକ ହାସଲକାରି ଇଙ୍ଗେଲବ୍ରେଚ୍‌ ଦଳ ପକ୍ଷରୁ ସର୍ବାଧିକ ୫୮ ରନ କରିବାକୁ ସକ୍ଷମ ହୋଇଥିଲେ। ଓ’ଡୋଡ୍‌ ୪୨ ଓ ଆକରମାନ ୨୯ ରନରେ ପ୍ୟାଭିଲିୟନ ଫେରିଥିଲେ। ଶେଷଭାଗ ବ୍ୟାଟରଙ୍କ ବିଫଳତା ଯୋଗୁ ନେଦରଲାଣ୍ଡ୍ସ ଇନିଂସ ୪୬.୩ ଓଭରରେ ୧୭୯ରେ ସୀମିତ ରହି ଯାଇଥିଲା। ଆଫଗାନିସ୍ତାନର ୬ ଜଣ ଯାକ ବୋଲରଙ୍କ ଇକୋନୋମି ହାର ବଢ଼ିଆ ରହିଥିଲା। ମହମ୍ମଦ ନବି ସର୍ବାଧିକ ୩ଟି, ନୁର୍‌ ଅହମଦ ୨ଟି ଓ ମୁଜିବ ଉର୍‌ ରହମନ ଗୋଟିଏ ଉଇକେଟ ନେଇଥିଲେ।
ଟାର୍ଗେଟ ବଡ଼ ନ ଥିବାରୁ ଆଫଗାନିସ୍ତାନ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ତେବେ ୨୭ ରନରେ ପ୍ରଥମ ଏବଂ ୫୫ ରନରେ ଦ୍ୱିତୀୟ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ମାତ୍ର ରହମତୁଲ୍ଲା ଶାହା ଓ ଅଧିନାୟକ ହସମତୁଲ୍ଲା ଶାହିଦି ଅର୍ଦ୍ଧଶତକ ହାସଲ କରିବା ସହ ତୃତୀୟ ଉଇକେଟରେ ୭୪ ରନର ଭାଗୀଦାରି ଗଢ଼ି ଦଳର ବିଜୟକୁ ନିଶ୍ଚିତ କରି ଦେଇଥିଲେ। ରହମତ ୫୪ ବଲ୍‌ରୁ ୫୨ (୮ ଚୌକା) ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ମାତ୍ର ସମ୍ପୂର୍ଣ୍ଣ ଫର୍ମରେ ଥିବା ହସମତୁଲ୍ଲା ଅସମାପ୍ତ ଚତୁର୍ଥ ଉଇକେଟରେ ଆଜମତୁଲ୍ଲା ଓମାରଜାଇଙ୍କ ସହ ୫୨ ରନ ଯୋଗକରି ଆହୁରି ୧୧୧ ବଲ୍‌ ବାକିଥାଇ ଦଳକୁ ବିଜୟୀ କରିଥିଲେ। ହସମତୁଲ୍ଲା ୫୬ (୬ ଚୌକା) ଓ ଓମାରଜାଇ ୨୮ ବଲ୍‌ରୁ ୩୧ ରନରେ ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri