ତାଲିମ୍‌ ପାଇଁ ଭାରତକୁ ସୈନ୍ୟ ପଠାଇବାକୁ ଚାହୁଁଛି ଆଫଗାନିସ୍ତାନ…

କାବୁଲ, ୪।୬ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶର ସ୍ଥିତି ଅସ୍ଥିର ଏବଂ ଦୁର୍ବଳ ରହିଛି। ଆଫଗାନିସ୍ତାନକୁ କ୍ଷୁଧା ଏବଂ ରୋଗର ସଙ୍କଟରୁ ରକ୍ଷା କରିବା ପାଇଁ ଭାରତ କ୍ରମାଗତ ଭାବରେ ଗହମ, ଚିକିତ୍ସା ସହାୟତା ଏବଂ ଟିକା ପଠାଉଛି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ତାଲିବାନ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ତଥା ସଂଗଠନର ପ୍ରତିଷ୍ଠାତା ମଲ୍ଲିକ ମହମ୍ମଦ ଓମାରଙ୍କ ପୁଅ ମଲ୍ଲିକ ୟାକୁବ କହିଛନ୍ତି ଯେ ତାଲିବାନ ଭାରତ ସହ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛି। ତାଲିମ ପାଇଁ ଆଫଗାନିସ୍ତାନ ସାମରିକ ବାହିନୀକୁ ଭାରତ ପଠାଇବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି।

ଏକ ଭାରତୀୟ ଚ୍ୟାନେଲ ସହିତ ବାର୍ତ୍ତାଳାପ ସମୟରେ ମଲ୍ଲିକା ୟାକୁବଙ୍କୁ ପଚରାଯାଇଥିଲା ଯେ ଆଫଗାନିସ୍ତାନ ସୈନିକମାନଙ୍କୁ ଭାରତରେ ଦୀର୍ଘ ବର୍ଷ ଧରି ତାଲିମ ଦିଆଯାଉଛି। ଯଦି ସୁଯୋଗ ଦିଆଯାଏ, ତେବେ ଆପଣ ସୈନିକମାନଙ୍କୁ ଭାରତକୁ ପଠାଇବାକୁ ଚାହୁଁଛନ୍ତି କି? ଯାକୁବ ଉତ୍ତର ଦେଇଥିଲେ, ହଁ, ଆମର ଏଥିରେ କୌଣସି ଅସୁବିଧା ନାହିଁ। ଆଫଗାନିସ୍ତାନ-ଭାରତ ସମ୍ପର୍କକୁ ମଜବୁତ କରିବା ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ତାଲିବାନ ଚାହୁଁଛି ବୋଲି ସେ କହିଛନ୍ତି।

ତାଙ୍କୁ ପଚରାଯାଇଥିଲା ଯେ, ପୂର୍ବ ସରକାରର ଅନେକ ଆଫଗାନିସ୍ତାନ ସୈନିକ, ଯେଉଁମାନେ ଭାରତରେ ତାଲିମ ପାଇଁ ଆସିଥିଲେ ସେମାନେ ଆଫଗାନିସ୍ତାନକୁ ପେରି ନାହାନ୍ତି। ସେମାନେ ଭାରତରେ ଅଛନ୍ତି। ଯଦି ସେମାନେ ଫେରି ଯାଆନ୍ତି, ତେବେ ଆପଣ ପୁନର୍ବାର ସେମାନଙ୍କୁ ଆଫଗାନିସ୍ତାନ ସେନାରେ ସାମିଲ କରିବାକ ପ୍ରସ୍ତୁତ କି? ଏହାର ଉତ୍ତରରେ ୟାକୁବ କହିଛନ୍ତି, ’ଆମେ ଏ ବାବଦରେ ଅନେକ ପଦକ୍ଷେପ ନେଇଛୁ ଏବଂ ବିଦେଶରେ ଉପସ୍ଥିତ ଥିବା ସମସ୍ତ ଆଫଗାନିସ୍ତାନକୁ ଫେରିବା ପାଇଁ ଅନୁରୋଧ କରିଛୁ। ସେମାନଙ୍କ ମଧ୍ୟରୁ ଅନେକ ଫେରି ଆସି ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ଯେଉଁମାନେ ଭାରତ ରହିଛନ୍ତି, ଆମେ ସେମାନଙ୍କୁ ଫେରିବା ପାଇଁ ଅନୁରୋଧ କରୁଛୁ। କାହାକୁ ଛାଡି ନଦେବା ଏହା ଆଫଗାନିସ୍ତାନର ପରମ୍ପରା ଏବଂ ଆମେ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ।

ସେ କହିଛନ୍ତି ଯେ ଭାରତ ପଠାଇଥିବା ସହାୟତାକୁ ଆମେ ପ୍ରଶଂସା କରୁଛୁ ଏବଂ ଏନେଇ କୃତଜ୍ଞତା ଜଣାଉଛୁ। ଆଫଗାନିସ୍ତାନର ଲୋକଙ୍କ ପାଇଁ ଭାରତ ଏହାର ସହାୟତା ଜାରି ରଖିବ ବୋଲି ଆମେ ଆଶା କରୁଛୁ। ପାକିସ୍ତାନ ସହ ବର୍ତ୍ତମାନର ପ୍ରତିରକ୍ଷା ସମ୍ପର୍କକୁ ନେଇ ୟାକୁବ କହିଛନ୍ତି ଯେ କୂଟନୈତିକ ଏବଂ ରାଜନୈତିକ ସମ୍ପର୍କ ସ୍ଥାପନ ହେଲେ ହିଁ ପ୍ରତିରକ୍ଷା ସମ୍ପର୍କ ଆରମ୍ଭ ହୋଇପାରିବ। ଆମେ ସମସ୍ତ ଦେଶ ସହିତ ଆନ୍ତରିକ ସମ୍ପର୍କକୁ ଅପେକ୍ଷା କରିଛୁ କିନ୍ତୁ ଏପର୍ଯ୍ୟନ୍ତ ପ୍ରତିରକ୍ଷା ସମ୍ପର୍କରେ ଅଧିକ ଅଗ୍ରଗତି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri