Posted inଖେଳ

AFG vs ENG Match: ଚାମ୍ପିଅନ୍ସ ଟ୍ରଫିରେ ବଡ଼ ବିପର୍ଯ୍ୟୟ, ଇଂଲଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ, ଇତିହାସ ରଚିଲେ ଜାଦ୍ରାନ୍

ନୂଆଦିଲ୍ଲୀ,୨୬।୨: ପ୍ରଥମ ଏବଂ ସବୁଠାରୁ ବଡ଼ ବିପର୍ଯ୍ୟୟ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଦେଖାଯାଇଛି। ଦୁର୍ବଳ ଆଫଗାନିସ୍ତାନ ଦଳ ଇଂଲଣ୍ଡ ଭଳି ବିଶ୍ୱ ଚାମ୍ପିଅନ ଦଳକୁ ପରାସ୍ତ କରିଛି। ହସମତୁଲ୍ଲା ଶାହିଦିଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଦଳ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଥିଲା। ଏହି ପରାଜୟ ସହିତ, ଜସ୍ ବଟଲରଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି।

ଅନ୍ୟପଟେ ଆଫଗାନିସ୍ତାନ ଏବେ ବି ସେମିଫାଇନାଲ ଦୌଡ଼ରେ ରହିଛି। ଏବେ ଏହାର ପରବର୍ତ୍ତୀ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ଯଦି ଆଫଗାନିସ୍ତାନ ଦଳକୁ ସେମିଫାଇନାଲରେ ପ୍ରବେଶ କରିବାକୁ ପଡ଼େ, ତେବେ ତାକୁ ଯେକୌଣସି ମୂଲ୍ୟରେ କଙ୍ଗାରୁ ଦଳକୁ ପରାସ୍ତ କରିବାକୁ ପଡ଼ିବ। ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ୨୮ ଫେବୃଆରୀରେ ଲାହୋରରେ ଅନୁଷ୍ଠିତ ହେବ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୫୦ ଓଭରରେ ୭ ଉଇକେଟ ହରାଇ ୩୨୫ ରନ କରିଥିଲା। ଦଳ ପକ୍ଷରୁ ଇବ୍ରାହିମ ଜାଦ୍ରାନ ୧୪୬ ବଲରେ ୧୨ ଚୌକା ଓ ୬ ଛକା ସହିତ ବିସ୍ଫୋରକ ୧୭୭ ରନ କରିଥିଲେ। ଏହା ଆଇସିସି ଚାମ୍ପିୟନ୍ସ ଟ୍ରଫି ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଅନ୍ୟମାନଙ୍କ ମଧ୍ୟରେ ଆଜମାତୁଲା ଓମରାଜାଇ ୪୧, ଅଧିନାୟକ ହାଶମାତୁଲା ଶାହିଦି ଓ ମହମ୍ମଦ ନବି ୪୦ ଲେଖାଏ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚ୍ଚର ୩ ଓ ଲିଆମ ଲିଭିଂଷ୍ଟୋନ ୨ ଉଇକେଟ ନେଇଥିଲେ।

ଜବାବରେ ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୩୧୭ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୧୧ ଚୌକା ଓ ୧ ଛକା ସହିତ ୧୨୦ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେନ ଡକେଟ ଓ ଅଧିନାୟକ ଜୋସ ବଟଲର ୩୮ ଲେଖାଏ, ହ୍ୟାରୀ ବ୍ରୁକ ୨୫ ଓ ଜେମି ଓଭରଟନ ୩୨ ରନ କରିଥିଲେ। ଆଫଗାନିସ୍ତାନ ପାଇଁ ଓମାରଜାଇ ୫ ଉଇକେଟ ସଫଳତା ହାସଲ କରିଥିଲେ। ନବି ୨ ଉଇକେଟ ନେଇଥିବାବେଳେ ଫାଜଲହକ ଫାରୁକି, ରଶିଦ ଖାନ୍‌ ଓ ଗୁଲବଦିନ ନାଏକ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri