Categories: ଖେଳ

ପାକିସ୍ତାନଠାରୁ ହାରିବା ପରେ ଆଫଗାନିସ୍ତାନ ପ୍ରଶଂସକ ପିଟିଲେ ପାକ୍ ଦର୍ଶକଙ୍କୁ : ଭିଡିଓ ଭାଇରାଲ

କାବୁଲ, ୮ ।୯: ଏସିଆ କପରେ ବୁଧବାର ହୋଇଥିବା ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ପରେ ଷ୍ଟାଡିୟମରେ ହଙ୍ଗାମା ହୋଇଛି । ପାକିସ୍ତାନଠାରୁ ରୋମାଞ୍ଚକର ପରାଜୟ ପରେ ଆଫଗାନିସ୍ତାନ ପ୍ରଶଂସକମାନେ ଏତେ ପରିମାଣରେ ରାଗି ଯାଇଥିଲେ କି ଷ୍ଟାଡିୟମରେ ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ । ଏହାସହ ଆଫଗାନି ପ୍ରଶଂସକମାନେ ପାକିସ୍ତାନ ଦର୍ଶକଙ୍କୁ ଚୌକି ଉଠାଇ ପିଟିଥିଲେ । ଆଫଗାନିସ୍ତାନ ଓ ପାକିସ୍ତାନ ଦର୍ଶକଙ୍କ ମଧ୍ୟରେ ମାଡପିଟ ହୋଇଥିବା ମଧ୍ୟ ଜଣାପଡିଛି ।

ଶାରଜାହା କ୍ରିକେଟ ଷ୍ଟାଡିୟମରେ ହୋଇଥିବା ଏହି ଗୋଟିଏ ସମୟରେ ମ୍ୟାଚରେ ଆଫଗାନିସ୍ତାନ ବିଜୟର ନିକଟତର ହୋଇଥିବା ଦେଖାଯାଇଥିଲା । ପାକିସ୍ତାନକୁ ଶେଷ ଓଭରରେ ବିଜୟ ପାଇଁ ୧୧ ରନ କରିବାର ଥିଲା । ହେଲେ ପାକିସ୍ତାନ ପାଖରେ ଥିଲା ମାତ୍ର ଗୋଟିଏ ୱିକେଟ । ଏତିକି ବେଳେ ନସିମ ଶାହ ୨ଟି ବଲରେ ୨ଟି ଛକା ମାରି ପାକିସ୍ତାନକୁ ଜିତାଇ ଦେଇଥିଲେ । ଏହାସହ ଆଫଗାନିସ୍ତାନ ଏସିଆ କପ ୨୦୨୨ର ଫାଇନାଲରେ ପ୍ରବେଶ କରିଥିଲା । ବାସ ଏହାପରେ ଷ୍ଟାଡିମୟରେ ଦେଖିବାକୁ ମିଳିଥିଲା ଆଫଗାନ ପ୍ରଶଂସକଙ୍କ ରାଗ । ଷ୍ଟାଡିୟମର ଚୌକି ଭାଙ୍ଗିବା ସହ ଏମାନେ ପାକିସ୍ତାନ ପ୍ରଶଂସକ ତଥା ଦର୍ଶକଙ୍କୁ ପିଟିବା ଆରମ୍ଭ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।

Share