Categories: ଖେଳ

ଦୁର୍ଘଟଣା ପରେ କୋମାରେ ଏହି କ୍ରିକେଟର୍‌

କାବୁଲ, ୩।୧୦: ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଆଫଗାନିସ୍ତାନ କ୍ରିକେଟ୍‌ ଦଳର ବ୍ୟାଟ୍ସମ୍ୟାନ ନାଜିବ ତର୍କାଇ କୋମାକୁ ଚାଲିଯାଇଛନ୍ତି। ଏହି ଦୁର୍ଘଟଣା ପରେ ଗତ ୨୨ ଘଣ୍ଟା ଧରି ନାଜିବ କୋମାରେ ଥିବା ଆଫଗାନିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ମିଡିଆ ମ୍ୟାନେଜର ଇବ୍ରାହିମ୍‌ ମମନ୍ଦ ସୂଚନା ଦେଇଛନ୍ତି।
ବର୍ଷୀୟ ନାଜିବ ଶୁକ୍ରବାର ଜଲାଲ୍‌ବାଦ୍‌ ସହରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଏକ କାର୍‌ ଧକ୍କା ଦେଇଥିଲା। ଏହାପରେ ଏହି ବ୍ୟାଟ୍ସମ୍ୟାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଇବ୍ରାହିମ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ, ନାଜିବ ଗତ ୨୨ ଘଣ୍ଟା ହେବ କୋମାରେ ରହିଛନ୍ତି। ନାଜିବ ଆଫଗାନିସ୍ତାନ ପକ୍ଷରୁ ଗୋଟିଏ ଦିନିକିଆ ଓ ୧୨ ଟି୨୦ ମ୍ୟାଚ୍‌ରେ ଖେଳିଛନ୍ତି। ୨୦୧୭ରେ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ୍‌ରେ ସେ ୯୦ ରନର ଏକ ଦର୍ଶନୀୟ ଇନିଂସ ଖେଳିଥିଲେ। ଗ୍ରେଟର୍‌ ନୋଏଡାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ୧୭ ରନରେ ବିଜୟୀ ହୋଇଥିଲା ଏବଂ ନାଜିବ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶେଷଥର ପାଇଁ ସେ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଟି୨୦ ମ୍ୟାଚ୍‌ ଖେଳିଥିଲେ।

Share