ଆଫଗାନିସ୍ତାନ ଓ ତାଲିବାନ

ନିକଟରେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ୩ ବର୍ଷ ପୂରିଛି। ତାଲିବାନର ନୂଆ ନିୟମ, ସର୍ବସାଧାରଣରେ କଥା କହିପାରିବେ ନାହିଁ ମହିଳା। ମହିଳାଙ୍କୁ ସର୍ବସାଧାରଣରେ ଗୀତ ଗାଇବା କିମ୍ବା ପଢିବା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ। ୧୯୭୦ରେ ତାଲିବାନ ସରକାର ଝିଅଙ୍କ ବିବାହ ବୟସ ୧୮ ରୁ ୨୧ କରିବା, ପୁରୁଷଙ୍କ ବହୁବିବାହ , ଆଉ ଝିଅଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଆରମ୍ଭ କରିବା ପଛରେ ଥିଲା ଏକ ସଂସ୍କାରଧର୍ମୀ ରାଷ୍ଟ୍ର କଳ୍ପନା। ହେଲେ ସୋଭିଏଟ ସଂଘ ବିରୋଧରେ ମୁଜାହିଦ୍ଦିନମାନଙ୍କ ବିଜୟ ନାରୀ ପ୍ରଗତିରେ ଅନ୍ତରାୟ ହେଲା। ସାମାଜିକ ଗୃହଯୁଦ୍ଧରୁ ସୋଭିଏଟ ସଂଘ ୧୯୮୯ରୁ ସମ୍ପୂର୍ଣ୍ଣ ଦେଶ ଛାଡିଲାବେଳକୁ ତାଲିବାନ ମୁଣ୍ଡ ଟେକିଲା ପରେ ମହିଳାଙ୍କ ସାମାଜିକ ସମ୍ମାନ ଓ ନ୍ୟାୟ କଥାଟି ଚୁଲିମୁଣ୍ଡକୁ ଗଲା। ୧୯୯୬ରୁ ୨୦୦୧ ଯାଏ ଆଫଗାନିସ୍ତାନରେ ତାଲିବାନ ଶାସନ ଥିଲା। ହେଲେ ୨୦୦୧ରେ ଆମେରିକାର ଟୁଇନ ଟାଓ୍ବାର ଓ ପେଣ୍ଟାଗନ ଉପରେ ଅଲ୍‌କାଏଦା ଉଗ୍ରବାଦୀମାନେ ବିମାନ ଯୋଗେ ଆକ୍ରମଣ କରିବା ପରେ ସ୍ଥିତି ବଦଳିଯାଇଥିଲା। ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରି ତାଲିବାନକୁ କ୍ଷମତାରୁ ହଟାଇ ଦେଇଥିଲା, କାରଣ ଅଲ୍‌କାଏଦାର ସୁପ୍ରିମ୍‌ଲିଡର ଓସାମା ବିନ୍‌ ଲାଡେନ ଓ ଉଗ୍ରବାଦୀମାନେ ଆଫଗାନିସ୍ତାନରେ ଥିଲେ। ତାଲିବାନକୁ ଶାସନରୁ ହଟାଇବା ପରେ ସେଠାରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା, ଯାହା ଆମେରିକା ତଥା ନାଟୋସେନାର ସହଯୋଗରେ ଚାଲୁଥିଲା। ହେଲେ ୨୦୨୧ ଅଗଷ୍ଟରେ ଏହି ସେନା ଆଫଗାନିସ୍ତାନ ଛାଡ଼ିଲା ପରେ ତାଲିବାନ୍‌ ପୁନର୍ବାର କ୍ଷମତା ଦଖଲ କରିନେଲା। ଲାଗୁଥିଲା ଆଫଗାନବାସୀ ଏକ ସ୍ବାଧୀନ ରାଷ୍ଟ୍ରର ସ୍ବାଦ ଚାଖିବେ। ହେଲେ ଜାତିଆଣ ବୈଷମ୍ୟତା ବଦଳରେ ଲିଙ୍ଗଗତ ବୈଷମ୍ୟତା ଭାରି ପଡିଲା। ଘରୋଇ ଗଣମାଧ୍ୟମ କ୍ଷେତ୍ରରେ କର୍ମଜୀବୀ ମହିଳାଙ୍କୁ ବଳପୂର୍ବକ ତଡି ଦିଆଗଲା। ପାର୍ଲରରେ କାମ କରୁଥିବା ଷାଠିଏ ହଜାର ମହିଳାଙ୍କୁ କର୍ମ ନିବୃତ୍ତ କରାଗଲା। ଯେଉଁମାନେ ବାରଣ ସତ୍ତ୍ୱେ କର୍ମକ୍ଷେତ୍ରକୁ ଗଲେ ସେମାନଙ୍କୁ ବାଡେଇ ପଙ୍ଗୁ କରିଦିଆଗଲା। ଆଫଗାନିସ୍ତାନ ମାଟିରେ ମୁସ୍‌ଲିମ ମୌଳବାଦୀ ଏକ ପୁରୁଷପ୍ରଧାନ ସମାଜର ଶିଳାନ୍ୟାସ କରିଦେଲେ ଯେମିତି।
୧୯୯୮ରୁ ପ୍ରାୟ ସବୁ ପ୍ରଦେଶରେ ତାଲିବାନର ସ୍ଥିତି ବଢିଥିଲା। ମୁସ୍‌ଲିମ ସାରିଆତ ଆଇନ ଓ ଇସଲାମିକ ଲ’ କଠୋର ପଦ୍ଧତି ଆପଣାଇବା ଦ୍ୱାରା ମହିଳାଙ୍କୁ ମୁଣ୍ଡଠାରୁ ଗୋଡ ଯାଏ ଘୋଡ଼େଇହୋଇ ରହିବା ବାଧ୍ୟ କରାଗଲା। ଟେଲିଭିଜନ, ରେଡିଓ, ନାଟକ, ସିନେମା କିମ୍ବା ମହିଳାଙ୍କ ସମ୍ବନ୍ଧୀୟ ଖବର ଲେଖାକୁ ବେଆଇନ ଘୋଷଣା ହେଲା। ସାଧାରଣ ଆଇନରେ ପତ୍ନୀର ବିଚ୍ଛେଦ ଆବେଦନ ନ ଥିଲା କହିଲେ ଚଳେ। ତିନି ବର୍ଷରୁ ଅଧିକ ସମୟ ଯଦି ସ୍ବାମୀ ଘରକୁ ନ ଫେରେ ତେବେ ବିଚ୍ଛେଦ ଆବେଦନ ହୋଇପାରିବ। ତଲାକ ଅଧିକାର ପୁରୁଷ ପାଖରେ ଥିଲା। ଆର୍ଥିକ ବିକାଶରେ ମହିଳାର ଯେମିତି କିଛି ନେଣଦେଣ ନାହିଁ। ଯାହା ସ୍ବାମୀ ହାତଟେକି ଦବ। ଯଦି ସ୍ବାମୀ ଭରଣପୋଷଣ ନ ଦିଏ ତେବେ ଏବେର ନ୍ୟାୟରେ ଆଇନଗତ ଲଢେଇ ଲଢ଼ିବା ହୋଇପାରିବନି। ପାର୍କରେ ଚାଲିବା, ପଡିଆରେ ଖେଳିବା, ହିଜାବ ଭିତରୁ ପ୍ରକୃତିକୁ ଉପଭୋଗ କରିବା ମନା ,ପୁଣି ଆପଦ କାଳରେ ଜରୁରୀ ସହାୟତା ପାଇଁ ହାତ ବଢେଇବା ମନା। ତାଲିବାନ ପରି ୟେମେନରେ ‘ହୁଟି’ ଓ ନାଇଜେରିଆରେ ‘ବୋକୋ ହାରାମ’ ପରି ବିଦ୍ରୋହୀ ନେତାଗଣ ଯଦି ଆଗାମୀ ଦିନରେ ନେତୃତ୍ୱର ନୂଆ ସୂର୍ଯ୍ୟ ଭାବେ ଆକାଶରେ ଉଭା ହୁଅନ୍ତି ତେବେ ସମୁଦାୟ ଜନତାର ଅଧା ମହିଳା ଦିନେ ନିଷ୍ପ୍ରଭ ତାରକା ହୋଇଯିବା ଥୟ।
ଅଧିକାଂଶ ତାଲିବାନୀ ହେଲେ ସୁନି ମୁସଲମାନ, ମୂଳ ଜାତିଆଣ ପାସ୍ତୁନଭାଷୀ ପୁଣି ବିଦେଶ ପଢୁଆ। ବିଦେଶରେ ପାଠ ପଢିଲାବେଳେ ବେତ୍ରାଘାତ କରିବା, ବନ୍ଧୁକ ଚଲେଇବା ଆଉ ବୋମା ଫିଙ୍ଗି କେମିତି ଧର୍ମରକ୍ଷା କରିହେବ ଶିଖିଥିଲେ। ବଡ଼ ବିଶ୍ୱବିଦ୍ୟାଳୟର ଆବଶ୍ୟକ ହେଲାନି ଏହି ତାଲିବାନ ପାଠୁଆଙ୍କ ଲାଗି, ପଡୋଶୀ ପାକିସ୍ତାନର ଦେଓବନ୍ଦୀ ମଦ୍ରାସା ଇମାମ ଏମାନଙ୍କ କଣ୍ଠରେ ସରସ୍ବତୀ ବିଜେ କରେଇବା ପରିବର୍ତ୍ତେ ସରସ୍ବତୀଙ୍କଠାରୁ ଶିକ୍ଷା ଛଡେଇନବା କୌଶଳ ଶିଖାଇଲେ। ତେହରିକ-ଇ-ତାଲିବାନ, ୧୧ ବର୍ଷୀୟା ମଲାଲା ୟୁସୁଫଜାଇଙ୍କ ବିଦ୍ୟାଳୟକୁ ବନ୍ଦ କରିବାରେ ଖୁବ୍‌ ଗାଳି ଶୁଣିଲା। ପନ୍ଦର ବର୍ଷ ବୟସରେ ମଲାଲାଙ୍କୁ ଗୁଳି କରି ବାକ୍‌ଦେବୀଙ୍କ ବାକ୍‌ ସ୍ବାଧୀନତା ହନନରେ ବିଶ୍ୱକୁ ନୂଆ ସନ୍ଦେଶ ଦେଲା ତାଲିବାନ। ଅବଶ୍ୟ ମଲାଲା ୟୁସୁଫଜାଇ ନୋବେଲ ମଣ୍ଡିତ ହୋଇ ପାକିସ୍ତାନର ଗୃହବନ୍ଦୀ ମହିଳାଙ୍କ ପାଇଁ ଜ୍ଞାନର ଗବାକ୍ଷ ହୋଇଗଲେ। ମହିଳାମାନେ ନିଜ ମୁହଁ ସମେତ ସର୍ବସାଧାରଣ ସ୍ଥାନରେ ନିଜର ପୂରା ଶରୀରକୁ ଘୋଡ଼ାଇ ରଖିବେ କଥାଟିକୁ ପାକିସ୍ତାନର କିଛି ରକ୍ଷଣଶୀଳ ମହିଳା ବିରୋଧକରି ରାଜରାସ୍ତାକୁ ଆସିବାରେ ତାଲିବାନମାନେ କ୍ଷୁବ୍ଧ ଥିଲେ। ନିଜ ପାରିଲାପଣିଆ ଫଳସ୍ବରୂପ ଆଫଗାନିସ୍ତାନ ମାଟିରେ ଏବେ ନିଜ ମହିଳାଙ୍କୁ ଭେଟି ଦେଲେ ନୂଆ ଆଇନ, ଯେଉଁଥିରେ ମହିଳାଙ୍କ ସ୍ବରକୁ ବ୍ୟକ୍ତିଗତ ଭାବେ ବିବେଚନା କରାଯିବ ଏବଂ ସର୍ବସାଧାରଣରେ ଏହାର ଶୁଣାଣି କରିବାକୁ ଅନୁମତି ଦିଆଯିବ ନାହିଁ।
ମହିଳାମାନଙ୍କୁ ଅଣସମ୍ପର୍କିତ ପୁରୁଷଙ୍କୁ ଦେଖିବାକୁ ମଧ୍ୟ ଆଇନତଃ ଅବୈଧ କରାଯାଇଛି। ଅନାଥ, ସ୍ବାମୀ ପରିତ୍ୟକ୍ତା କି ବିଧବା ମହିଳା ଯାହାଘରେ ପୁରୁଷ ବ୍ୟକ୍ତି ନାହାନ୍ତି ସେମାନେ ଡାକ୍ତରଖାନା ଯିବେନି। ଡାକ୍ତରଖାନା ଗଲେ ପୁରୁଷ ଡାକ୍ତର, କମ୍ପାଉଣ୍ଡର କି ଔଷଧ ବିକ୍ରେତାଙ୍କ ସହ ସିଧାସଳଖ କଥାହେବେନି। ପଡାପଡୋଶୀଙ୍କ ମାଡ଼ରେ ଆହତହୋଇ ଥାନାକୁ ଯିବେନି କାରଣ ଦେଶର ଆଇନଟି ସାର୍ବଜନୀନ କଥାବାର୍ତ୍ତାକୁ ବିରୋଧ କରେ। ମଲା ଶେଯରେ ପୋଲିସର ଜମାନବନ୍ଦୀକୁ ମଧ୍ୟ ଆଇନତଃ ନା। ‘ଶିକ୍ଷା ବିବେକର ମାପକାଠି’, ଯେଉଁଠି ପୁରୁଷମାନେ ମଦ୍ରାସାରୁ ପାଠସାରି ଦେଶ ଚଳାନ୍ତି ସେଠାରେ ବିବେକ ମରିଯିବା ସାଧାରଣ କଥା। ସତରେ କେତେଦୂରରେ ଏବେ ବି ଏହି ତାଲିବାନମାନଙ୍କ ବୁଦ୍ଧି। ଊନବିଂଶ ଶତାବ୍ଦୀର ମହାନୁଭବ ସନ୍ଥ, ଓଡ଼ିଶାର ଭୀମଭୋଇ ଲେଖିଲେ – ”ପୁରୁଷ ଓ ନାରୀ ଏକ ନୁହେଁ ଦୁଇ, ପୁରୁଷ ଯେଥାନେ ଯିବ ନାରୀ ଯିବ ତହିଁ।“ ବୁଝିପାରିଲେ, ତାଲିବାନ ମହିଳାଙ୍କ ଅଧିକାର କ୍ଷୁଣ୍ଣକରି ପୁରୁଷ ପୁଙ୍ଗବ ନିଶ ମୋଡନ୍ତା ନାହିଁ। ମୁସ୍‌ଲିମ ଦେଶମାନେ ନାରୀକୁ ସମକକ୍ଷ ହବାକୁ ନ ଦେବା ଭୟଙ୍କର ମାନବିକ ଅଧିକାର ହନନ କଥା। କ୍ଷମତା ଆଳରେ ୯୨ ମହିଳା ଓ ୪୭୭ ଶିଶୁଙ୍କୁ ଏଯାବତ ଅକାଳରେ ମାରିସାରିଥିବା ତାଲିବାନ ଆଗକୁ ଆହୁରି କଡା ଆଇନ ଆଣିପାରେ। ଦେଶ ସଜାଡି ନ ପାରିଲେ ଆଗକୁ ଗୃହଯୁଦ୍ଧ ଦ୍ୱାରା ତାଲିବାନର ମଧ୍ୟ ବିନାଶ ହୋଇପାରେ।
ଦେଶରେ ପେଟକୁ ଖାଦ୍ୟ ଓ ଉତ୍ତମ ସଂସ୍କାର ନୁହେଁ, ସଂସ୍କୃତି ଓ ଶାଳୀନତା ରକ୍ଷା ପାଇଁ ଲୋଡ଼ା କେବଳ ବୁର୍କା! ଦେଶର ମୁଖ୍ୟ ହିବତୁଲ୍ଲା ଆଖୁନ୍ଦଜାଦାଙ୍କ ନିଷ୍ପତ୍ତି ପରେ ନୂଆ ଆଇନ ମହିଳାଙ୍କୁ ସର୍ବସାଧାରଣରେ କଥାବାର୍ତ୍ତାକୁ ‘ନା’ କୁହାଯାଇଛି। ଏହି ଆଇନରେ ଦୈନନ୍ଦିନ ଜୀବନର ସର୍ବସାଧାରଣ ପରିବହନ, ସଙ୍ଗୀତ, ଶେଭିଂ ଏବଂ ପର୍ବପର୍ବାଣି ଭଳି ଦିଗକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଆଗରୁ ୭୫ କିଲୋମିଟର ଦେଶ ଭିତରେ ଭ୍ରମଣର ଅନୁମତି ଥିଲା। ମହରମ ଆଇନ ଅନୁସାରେ ତାହା ପୁଣି ସ୍ବାମୀ କିମ୍ବା ରକ୍ତସମ୍ପର୍କୀୟ ସାଙ୍ଗରେ ଥାଇ। ନୂଆ ଆଇନ ଅନୁଯାୟୀ ମହିଳାମାନେ ମଧ୍ୟ ଅଣମୁସଲମାନ ପୁରୁଷ ଓ ମହିଳାଙ୍କ ସମ୍ମୁଖରେ ନିଜକୁ ଆବୃତ୍ତ ରଖିବାକୁ ପଡ଼ିବ। ଏତଦ୍‌ବ୍ୟତୀତ ମହିଳାମାନେ ପତଳା, ଟାଇଟ କିମ୍ବା ଛୋଟ ପୋଷାକ ପିନ୍ଧି ପାରିବେ ନାହିଁ ବୋଲି ଆଇନରେ ଉଲ୍ଲେଖ ରହିଛି। ୨୦୨୨ରେ ରାଜରାସ୍ତାକୁ ଓହ୍ଲାଇଥିବା ମହିଳା ସ୍ବେଚ୍ଛାସେବୀଙ୍କୁ ଝିଅଙ୍କ ଲାଗି ସେକେଣ୍ଡାରୀ ସ୍କୁଲ ଖୋଲିବା ବିଚାରାଧୀନ ଥିବା କହିଥିବା ତାଲିବାନ ଶେଷରେ ମହିଳାଙ୍କୁ ଠକିଦେଇଛି।
ଡାକବଙ୍ଗଳା ଛକ, ପୁରୁଣା ଭୁବନେଶ୍ୱର
ମୋ: ୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri