ଆଫଗାନ୍‌ ସେନାର ଆତ୍ମସମର୍ପଣ

କାବୁଲ, ୧୭ା୮: ମାତ୍ର ୨୦ ସପ୍ତାହରେ କୋଡ଼ିଏ ବର୍ଷ ପଛକୁ ଫେରିଛି ଆଫ୍‌ଗାନିସ୍ତାନ। ଆମେରିକା ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବା ପୂର୍ବରୁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିଥିବା ତାଲିବାନ ଆତଙ୍କବାଦୀ ଦିନ କେଇଟାରେ ରାଜଧାନୀ କାବୁଲକୁ ନିଜ ଅକ୍ତିଆରକୁ ନେଇସାରିଛନ୍ତି। ୨୦ ବର୍ଷ ହେଲା ଆମେରିକା ସୈନ୍ୟଙ୍କ ଉପସ୍ଥିତି, ସେମାନଙ୍କ ନିକଟରୁ ଆଧୁନିକ ଯୁଦ୍ଧ କୌଶଳ ତାଲିମ, ଲଢ଼ୁଆ ଯୁଦ୍ଧାସ୍ତ୍ର ବ୍ୟବହାର ଆଦି ଶିଖିବା ସତ୍ତ୍ୱେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଆଫଗାନିସ୍ତାନ ସୈନ୍ୟ ଏତେ ସହଜରେ ତାଲିବାନ ନିକଟରେ ହାର ମାନିବା ଏବଂ ନିଜକୁ ଆତ୍ମସମର୍ପଣ କରିଦେବା ଘଟଣା ସମଗ୍ର ବିଶ୍ୱକୁ ଚକିତ କରିଛି।
କବଜା କରିଥିବା ପ୍ରାଦେଶିକ ରାଜଧାନୀ ତଥା ସହରଗୁଡ଼ିକ ମଧ୍ୟରୁ କେଉଁଠିରେ ବି ପରାକ୍ରମ ଦେଖାଇବାରେ ସମର୍ଥ ହୋଇପାରିନି ସେନା। ଏପରିକି ସେମାନଙ୍କ ନିକଟରୁ ଆତଙ୍କବାଦୀ ହେଲିକପ୍ଟର, ଅସ୍ତ୍ରଶସ୍ତ୍ର ଆଦି ଛଡ଼ାଇ ନେଇ ଫଟୋ ଓ ଭିଡିଓ ଜାରି କରି ଦୁନିଆକୁ ନିଜ ଶକ୍ତି ଏବଂ ସେନାର ଅସାମର୍ଥ୍ୟ ବିଷୟରେ ଅବଗତ କରାଇଛନ୍ତି। ରାଜଧାନୀ କାବୁଲ ସମେତ କାନ୍ଦାହାର, ହେରତ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ସହରକୁ ତାଲିବାନ୍‌ କବଳରୁ ମୁକ୍ତ ରଖିବା ତଥା ସେଠାକାର ବାସିନ୍ଦାକୁ ସୁରକ୍ଷା ଦେବାରେ ଅସଫଳ ହୋଇଛି ଆଫଗାନ ସୈନ୍ୟବାହିନୀ। ଏକ ପ୍ରକାର ବିରୋଧବିହୀନ ଭାବେ ଅତି ସହଜରେ ତାଲିବାନର ଏଣ୍ଟ୍ରି ସଫଳ ହୋଇଛି। ତେବେ କିପରି ଏତେ ମାତ୍ରାରେ ସୈନ୍ୟ କେବଳ ୭୫ ହଜାର ତାଲିବାନୀଙ୍କ ନିକଟରୁ ହାର ମାନିନେଲେ ସେ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଲିବାନ ବିରୋଧରେ ସେନାର ଏଭଳି ବୀରତ୍ୱହୀନ ପ୍ରଦର୍ଶନକୁ ନେଇ ଆମେରିକାର କାର୍ଯ୍ୟଶୈଳୀ ସମାଲୋଚନାର କାଠଗଡ଼ାରେ ଛିଡ଼ା ହୋଇଛି।
ସେନାକୁ ସଶକ୍ତ କରିବା ପାଇଁ ଗତ ୨୦ ବର୍ଷରେ ଆମେରିକା ପ୍ରାୟ ୮୩ ବିଲିୟନ ଡଲାର ବା ୬ ଲକ୍ଷ ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି। ଆଫଗାନିସ୍ତାନ ସୁରକ୍ଷା ବଳକୁ ମଜଭୁତ କରିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରଶାସନର ମୁଖ୍ୟ ଏଜେଣ୍ଡା ରହିଥିଲା। ୧ ଦଶନ୍ଧି ପୂର୍ବରୁ ଆମେରିକା ସେନାକୁ ଫେରାଇନେବା ଲକ୍ଷ୍ୟ ରହିଥିବାରୁ ଏହି ଏଜେଣ୍ଡାର ଗୁରୁତ୍ୱ ବଢ଼ିଯାଇଥିଲା। କିନ୍ତୁ ଏ ସବୁ ଏବେ ଏକ ପ୍ରକାର ବ୍ୟର୍ଥ ହୋଇଛି। ଆଫଗାନ୍‌ ସେନା ଆତଙ୍କବାଦୀଙ୍କ ସାମ୍‌ନା କରିବାରେ ସଫଳ ହୋଇ ନ ଥିବାରୁ ଖୁବ୍‌ଶୀଘ୍ର ପୁରା ଦେଶରେ ତାଲିବାନ ସରକାର ଫେରିବା ସ୍ପଷ୍ଟ ହୋଇଯାଇଛି।

ରଣନୀତିରେ ସଫଳ ତାଲିବାନ୍‌

ଆଫଗାନିସ୍ତାନ ଶାସନ ଭାର ନିଜ କବଳକୁ ଆଣିବା ନିମନ୍ତେ ଦୀର୍ଘ ସମୟ ପୂର୍ବରୁ ତାଲିବାନ ପ୍ରସ୍ତୁତ କରିଥିବା ରଣନୀତି ସଫଳ ହୋଇଛି। ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିବା ପୂର୍ବରୁ ହିଁ ତାଲିବାନ ଆତଙ୍କବାଦୀ ରଣନୀତିକୁ କାର୍ଯ୍ୟକାରୀ କରିବା କାମ ଆରମ୍ଭ କରିଦେଇଥିଲେ। ପ୍ରଥମେ ସେମାନେ ଗ୍ରାମାଞ୍ଚଳକୁ ଟାର୍ଗେଟ କରି ସେଠାରେ ଥିବା ସୁରକ୍ଷାବଳ ଏବଂ ପୋଲିସ କର୍ମଚାରୀମାନଙ୍କୁ ଆତ୍ମ ସମର୍ପଣ ନିମନ୍ତେ ବାଧ୍ୟ କରିଥିଲେ। ଆଫଗାନିସ୍ତାନ ସରକାର ଦର୍ଶାଇଥିବା ତଥ୍ୟ ଅନୁସାରେ ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ସୈନ୍ୟ ରହିଥିବାବେଳେ ୬୦ ହଜାର ତାଲିବାନ ଆତଙ୍କବାଦୀଙ୍କୁ ସେମାନେ ସାମ୍‌ନା କରି ନ ପାରିବା ଅନେକଙ୍କୁ ବିସ୍ମିତ କରିଛି। ଆଫଗାନିସ୍ତାନ ସରକାର ସୈନ୍ୟ ସଂଖ୍ୟାକୁ ନେଇ ମିଛ ତଥ୍ୟ ରଖିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri