Posted inUncategorized

ଦୁଃସାହସିକ ପର୍ଯ୍ୟଟନ

ବୋଷ୍ଟନ୍‌/ଓ୍ବାଶିଂଟନ୍‌,୨୪।୬: (ପ୍ରସ୍ତୁତି: ଜ୍ୟୋତିର୍ମୟୀ ସେଠୀ): ନୂଆ ଜାଗାକୁ ଯାଇ ତା’ ବିଷୟରେ ଜାଣିବା ଛଡ଼ା ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ସ୍ପେସ୍‌ ଓ ଅଣ୍ଡରଓ୍ବାଟର ସି’ ଟ୍ରାଭେଲ୍‌ କରିବା ପସନ୍ଦ। ବିଶେଷ କରି ଧନିକ ଶ୍ରେଣୀର ଲୋକମାନେ ଏହି ଆଡ୍‌ଭାନ୍ସଡ୍‌ ଟ୍ରାଭେଲ୍‌ ପାଇଁ ଅଧିକ ମନ ବଳାଉଛନ୍ତି। ଉତ୍ତର ଆଟଲାଣ୍ଟିକ୍‌ରେ ଓସେନ୍‌ଗେଟ୍‌ର ବୁଡ଼ାଜାହାଜ ଟାଇଟାନ୍‌ରେ ଟାଇଟାନିକ୍‌ ଜାହାଜର ଭଗ୍ନାବଶେଷ ଦେଖିବାକୁ ସମୁଦ୍ର ଭିତରକୁ ଯାଇଥିବା ଷ୍ଟକ୍‌ଟୋନ୍‌ ରଶ୍‌, ଶେହଜାଦା, ସୁଲେମାନ, ହାମିଶ ହାର୍ଡିଙ୍ଗ ଏବଂ ପଲ୍‌-ହେନରି ନାର୍ଜିଓଲେଟଙ୍କ ମୃତ୍ୟୁ ଘଟିଛି। ମୃତକମାନେ କୌଣସି ସାଧାରଣ ଲୋକ ନ ଥିଲେ। ସମସ୍ତେ ଅରବପତି ଥିବାବେଳେ ସେମାନଙ୍କୁ ଆଡ୍‌ଭେଞ୍ଚରିୟସ୍‌ ଟ୍ରାଭେଲ୍‌ କରିବା ପସନ୍ଦ ଥିଲା।
ରବିବାର ଟାଇଟାନ ନିଜର ଏହି ୮ ଦିନିଆ ସମୁଦ୍ର ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ପାଖାପାଖି ୧ ଘଣ୍ଟା ୪୫ ମିନିଟ୍‌ ପରେ ବୁଡ଼ାଜାହାଜ ସହ ଅପରେଟିଂ ଟିମ୍‌ର ସଂଯୋଗ ତୁଟି ଯାଇଥିଲା। ସୂଚନା ମୁତାବକ ବୁଡ଼ାଜାହାଜରେ ଥିବା ୯୬ ଘଣ୍ଟାର ଅମ୍ଳଜାନ ଗୁରୁବାର ଶେଷ ହୋଇଯାଇଥିଲା। ୫ ଜଣଙ୍କ ସଲିଳ ସମାଧି ହୋଇଥିବା ଓସେନ୍‌ଗେଟ୍‌ ମୁଖ୍ୟ ବିଳମ୍ବିତ ରାତିରେ କହିଥିଲେ। ୧୬୦୦ ମିଟର ଗଭୀର ଜଳରାଶି ତଳେ ବୁଡ଼ାଜାହାଜର ବର୍ଜ୍ୟ ମିଳିଥିବା ଫାଷ୍ଟ କୋଷ୍ଟ ଗାର୍ଡ ଡିଷ୍ଟ୍ରିକ୍ଟର ରିୟର୍‌ ଆଡ୍‌ମିରାଲ ଜନ୍‌ ମଉଜର କହିଛନ୍ତି। ଅନ୍ୟପକ୍ଷେ ରବିବାର ସକାଳେ ଟାଇଟାନ୍‌ ସମୁଦ୍ର ମଧ୍ୟକୁ ପ୍ରବେଶ କରିବାର କିଛି ସମୟ ପରେ ଗଭୀର ଜଳରେ ଏକ ବିସ୍ଫୋରଣ ହେବାର ଶବ୍ଦ ଶୁଣିବାକୁ ମିଳିଥିବା ଆମେରିକୀୟ ନୌସେନା ମୁଖ୍ୟ ସୂଚନା ଦେଇଥିଲେ। ତେବେ ସମୁଦ୍ର ଭିତରେ ଟାଇଟାନ୍‌ ସହ କ’ଣ ଘଟିଥିଲା ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରୁଥିବା ମଉଜର କହିଛନ୍ତି।

ମହାକାଶ-ସମୁଦ୍ର ପର୍ଯ୍ୟଟନ

କମର୍ସିଆଲ କମ୍ପାନୀଗୁଡ଼ିକ ପ୍ରତିବର୍ଷ ଆଡ୍‌ଭେଞ୍ଚରିୟସ୍‌ ଟ୍ରାଭେଲ ପାଇଁ କୋଟିପତିଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏହାଛଡ଼ା ମହାକାଶ ଓ ସମୁଦ୍ର ପର୍ଯ୍ୟଟନ କ୍ଷେତ୍ରରେ ସରକାର ମଧ୍ୟ ମୋଟା ଅଙ୍କର ଅର୍ଥ ଏଥିରେ ବିନିଯୋଗ କରୁଛନ୍ତି। କମ୍ପାନୀ ଅର୍ଗାନାଇଜରଙ୍କ ମତରେ ଟ୍ରାଭେଲରୁ ଆସୁଥିବା ଅର୍ଥକୁ ଏ ସଂକ୍ରାନ୍ତୀୟ ଅଧିକ ତଥ୍ୟ ଯୋଗାଡ ଓ ଗବେଷଣା କ୍ଷେତ୍ରରେ ବ୍ୟବହାର କରାଯାଉଛି। କିନ୍ତୁ ଏହି ଆଡ୍‌ଭେଞ୍ଚରିୟସ୍‌ ଟ୍ରାଭେଲ୍‌ ଏବେ ସମାଜ ପାଇଁ ଘାତକ ସାଜିଛି।
ସମୁଦ୍ରର ଗଭୀର ଜଳରାଶିର ସ୍ଥିତି ଏବଂ ସେଠାରେ ବାସବାସ କରୁଥିବା ପ୍ରାଣୀଙ୍କ ସମ୍ବନ୍ଧରେ ଜାଣିବା ତଥା ରିସର୍ଚ୍ଚ ଉଦ୍ଦେଶ୍ୟରେ ଗବେଷକମାନେ ବୁଡ଼ାଜାହାଜ ଜରିଆରେ ସମୁଦ୍ର ମଧ୍ୟକୁ ଯାଇଥାନ୍ତି। ଏ ପ୍ରକାର ଅଭିଯାନର ଅର୍ଥନୀତି, ମିଲିଟାରି ଏବଂ ସାଇଣ୍ଟିଫିକ୍‌ ଉଦ୍ଦେଶ୍ୟ ପାଇଁ ଏଥିରେ ଅନେକ କମ୍ପାନୀ ସାମିଲ ହୋଇଥାନ୍ତି ବୋଲି ଅବସରପ୍ରାପ୍ତ ଆମେରିକୀୟ କୋଷ୍ଟ ଗାର୍ଡ କ୍ୟାପ୍‌ଟେନ୍‌ ଆଣ୍ଡ୍ରେୟୁ ନୋରିସ୍‌ କହିଛନ୍ତି। ବୁଡାଜାହାଜ ଯାତ୍ରାକୁ ୧୯୮୦ରେ ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରାଯାଇଥିଲା। ବର୍ତ୍ତମାନ ଏହା ପ୍ରତ୍ୟେକ ଦେଶରେ ଉପଲବ୍ଧ।

ଟାଇଟାନ୍‌ରେ ଯାତ୍ରା ପାଇଁ ୨,୦୫,୦୬,୯୩୭ ଟଙ୍କା

ଓସେନ୍‌ଗେଟ୍‌ର ଟାଇଟାନ୍‌ ବୁଡ଼ାଜାହାଜରେ ଯାତ୍ରା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ୨୫୦,୦୦୦ ଡଲାର (୨,୦୫,୦୬,୯୩୭ ଟଙ୍କା)ର ଆବଶ୍ୟକତା ପଡ଼ିଥାଏ। ପାଖାପାଖି ୪୦୦ ମାଇଲ୍‌ ଯାତ୍ରା କରୁଥିବା ଏହି ବୁଡ଼ାଜାହାଜ ୮ ଦିନ କାଳ ଗଭୀର ଜଳରେ ରହିଥାଏ। ମେରାଇନ୍‌ ଟେକନୋଲୋଜି ସୋସାଇଟି (ଏମ୍‌ଟିଏସ୍‌) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ପର୍ଯ୍ୟଟକଙ୍କୁ ନେଇ ଅଣ୍ଡର ସି’ ଟ୍ରାଭେଲ୍‌ କରୁଥିବା ବୁଡ଼ାଜାହଜ ବିପଦକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପଦକ୍ଷେପ ନେଇଥାଏ। ଗତ ୫୦ ବର୍ଷ ଧରି ଏ ପ୍ରକାର ଦୁର୍ଘଟଣା ଘଟି ନାହିଁ ବୋଲି ଏମ୍‌ଟିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ବୁଡ଼ାଜାହାଜ ତୁଳନାରେ କାର୍ବନ ଫାଇବରେ ନିର୍ମିତ ଟାଇଟାନ ଅଧିକ ସୁରକ୍ଷିତ।

ଟାଇଟାନିକ୍‌ ଦେଖିବାକୁ କମ୍‌ ଲୋକ ଆଗ୍ରହୀ

ଟାଇଟାନିକ୍‌ ଜାହାଜ ୧୯୧୨ ଏପ୍ରିଲ ୧୪ରେ ବୁଡ଼ିଯାଇଥିଲା। ୧୯୮୫ରେ ରୋବର୍ଟ ବାଲାର୍ଡ ଏହାର ଭଗ୍ନାବଶେଷକୁ ସମୁଦ୍ରର ଗଭୀର ଜଳ ମଧ୍ୟରେ ଠାବ କରିଥିଲେ। ଟାଇଟାନିକ ଏବଂ ସମୁଦ୍ରର ଭିତର ବାତାବାରଣ ଦେଖିବା ପାଇଁ ଲୋକଙ୍କ ଆଗ୍ରହ ବଢ଼ିଲା। ଆଗ୍ରହୀ ବ୍ୟକ୍ତିଙ୍କୁ ଟାଇଟାନିକ୍‌ ଦେଖାଇବା ପାଇଁ ଓସେନ୍‌ଗେଟ୍‌ ନିଷ୍ପତ୍ତି ନେଲା। ୨୦୧୦ରୁ ବର୍ତ୍ତମାନ ସୁଦ୍ଧା ଓସେନଗେଟ ଡଜନରୁ ଅଧିକ ଡାଇଭ୍‌ କରିସାରିଛି। ଗତ ୨୦ ବର୍ଷ ମଧ୍ୟରେ ଖୁବ୍‌ କମ୍‌ ଲୋକ ଟାଇଟାନିକ୍‌ ଜାହାଜ ଦେଖିବାକୁ ମନ ବଳାଇଛନ୍ତି। ଅଧିକାଂଶ ଲୋକେ ସମୁଦ୍ରଜୀବଙ୍କୁ ଦେଖିବା ପାଇଁ ଓସେନ୍‌ଗେଟ୍‌ର ବୁଡ଼ାଜାହାଜରେ ଯାତ୍ରା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri