୯ରୁ ଆଡଭାଣ୍ଟେଜ୍‌ ଅନୁଗୋଳ

ଅନୁଗୋଳ ଅଫିସ,୬ା୫

ଅନୁଗୋଳର ମାଟି ତଳେ ପାଖାପାଖି ୫୦ ହଜାର ୪୦୬ ମେଟ୍ରିକ ଟନ୍‌ କୋଇଲା ଗଚ୍ଛିତ ରହିଛି। ଶିଳ୍ପ ଓ ଶିଳ୍ପଭିତ୍ତିକ ତାଲିମ କ୍ଷେତ୍ରରେ ଜିଲା ବେଶ୍‌ ସମୃଦ୍ଧ। ଖଣି ଓ ଶିଳ୍ପ କ୍ଷେତ୍ରରେ ନିବେଶକଙ୍କ ପାଇଁ ଏଠାରେ ବ୍ୟାପକ ସୁଯୋଗ ରହିଛି। ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ନିବେଶକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଡଭାଣ୍ଟେଜ ଅନୁଗୋଳ କାର୍ଯ୍ୟକ୍ରମକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ନିବେଶକଙ୍କୁ ନିମନ୍ତ୍ରଣ କରାଯାଇଥିଲାବେଳେ ନିରନ୍ତର ପ୍ରଗତି ନେଇ ମାନସମନ୍ଥନ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି।
ଅନୁଗୋଳ ଜିଲା ବଅଁରପାଳରେ ଥିବା ଆଲୁମିନିୟମ ପାର୍କରେ ଆସନ୍ତା ୯ ତାରିଖରୁ ୨ ଦିନିଆ ଆଡଭାଣ୍ଟେଜ ଅନୁଗୋଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଥମ ଦିନରେ ଆଲୁମିନିୟମ ଓ ଷ୍ଟିଲ ସମ୍ପର୍କିତ ନିବେଶ ପାଇଁ ଭିତ୍ତିଭୂମି ଓ ସୁଯୋଗ ନେଇ କାର୍ଯ୍ୟକ୍ରମ ଚାଲିବ। ଏଥିରେ ୫୦ରୁ ଅଧିକ କମ୍ପାନୀର ପ୍ରତିନିଧି ଯୋଗଦେବେ। ଦ୍ବିତୀୟ ଦିନରେ ଖଣି ଓ ଶିଳ୍ପାଞ୍ଚଳରେ ନିରନ୍ତର ପ୍ରଗତି ନେଇ ଆଲୋଚନା କରାଯିବ। ଜିଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଏମିତି ପଦକ୍ଷେପ ନିଆଯାଇଛି ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ବାରା ଅନୁଗୋଳକୁ ଅଧିକ କମ୍ପାନୀ ଆସିବା ସହ ପୁଞ୍ଜିନିବେଶ ବଢ଼ିବାର ସମ୍ଭାବନା ରହିଛି। ଫଳରେ ଜିଲାର ପ୍ରଗତି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଅନୁଗୋଳରେ ଥିବା ଭିତ୍ତିଭୂମି ନେଇ ସେମାନଙ୍କୁ ଅବଗତ କରାଯିବ। ଜିଲାର ତାଳଚେର ଓ ଛେଣ୍ଡିପଦା ଅଞ୍ଚଳରେ ୫୦ ହଜାର ୪୦୬ ମେଟ୍ରିକ ଟନ କୋଇଲା ଗଛିତ ରହିଥିଲାବେଳେ ଏହା ସାରା ଦେଶକୁ କୋଇଲା ରପ୍ତାନୀ କରୁଛି। ଅନୁଗୋଳରେ ୨ଟି ଇଞ୍ଜିନିୟରିଂ କଲେଜ, ଆଇଟିଆଇ, ୪ଟି ଧନ୍ଧାମୂଳକ କେନ୍ଦ୍ର ରହିଛି। ଏଠାରୁ ପ୍ରତିବର୍ଷ ବହୁ ତାଲିମପ୍ରାପ୍ତ ଯୁବତୀଯୁବକ ବାହାରୁଛନ୍ତି। ଯୋଗାଯୋଗ ଦୃଷ୍ଟିରୁ ବି ଅନୁଗୋଳରେ ସୁବିଧା ରହିଛି। ରାଜ୍ୟର କେନ୍ଦ୍ରସ୍ଥଳରେ ଏହା ରହିଥିଲାବେଳେ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥ ଯାଇଛି। ଅନ୍ୟପକ୍ଷରେ ତାଳଚେର ଓ ରାଉରକେଲାକୁ ଯୋଡ଼ିବା ପାଇଁ ୨୩ ନମ୍ବର ଜାତୀୟ ରାଜପଥ ରହିଛି। ରେଳ ଯୋଗାଯୋଗ କ୍ଷେତ୍ରରେ ବି ଜିଲା ସମୃଦ୍ଧ। ତେଣୁ ନିବେଶକଙ୍କ ପାଇଁ ଅନୁଗୋଳ ଏକ ପ୍ରକୃଷ୍ଟ ସ୍ଥାନ ବୋଲି ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରାଯିବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ବାଲକ୍ରିଷ୍ଣନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ଖଣି ବିଶେଷଜ୍ଞ, ବିଭିନ୍ନ ଶିଳ୍ପାନୁଷ୍ଠାନର ମୁଖ୍ୟ, କମ୍ପାନୀ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

ଭକ୍ତମୟ ହୋଇଛି କାଳୀଜାଈଙ୍କ ପୀଠ, ଜମୁଛି ଶହଶହ ଭକ୍ତଙ୍କ ଭିଡ଼

କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ ‎କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri