Posted inଜାତୀୟ

ପିତାଙ୍କ ମୃତ୍ୟୁ ପରେ ପୋଷ୍ୟ ସନ୍ତାନଙ୍କୁ ମିଳିବନି ପେନସନ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୧ : ପାରିବାରିକ ପେନସନ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯେ ଯଦି ଜଣେ ସରକାରୀ କର୍ମଚାରୀ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ କୌଣସି ପୋଷ୍ୟ ସନ୍ତାନ ଗ୍ରହଣ କରନ୍ତି ତେବେ ସେହି ଶିଶୁ ପାରିବାରିକ ପେନସନ ପାଇବେ ନାହିଁ।

ସର୍ବୋଚ୍ଚ ଅଦାଲତ ସୂଚାଇ ଦେଇଛନ୍ତି ଯେ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଅଧିନିୟମ, ୧୯୫୬ର ଧାରା ୮ ଏବଂ ୧୨ ଜଣେ ହିନ୍ଦୁ ମହିଳାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅନୁମତି ଦେଇଥାଏ। ୟକୋର୍ଟ କହିଛନ୍ତି ଯେ ଆଇନର ବ୍ୟବସ୍ଥା ଅନୁଯାୟୀ ଜଣେ ବିବାହିତ ହିନ୍ଦୁ ମହିଳା ତାଙ୍କ ସ୍ବାମୀଙ୍କ ସହମତି ବିନା ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ନାହିଁ।]

ଜଷ୍ଟିସ କେଏମ ଜୋସେଫ ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୩୦ ନଭେମ୍ବର, ୨୦୧୫ ରେ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି। ହାଇକୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ କେନ୍ଦ୍ରୀୟ ସିଭିଲ ସର୍ଭିସେସ (ପେନସନ) ନିୟମ ୫୪ (୧୪) (ଖ) ଏବଂ ୧୯୭୨ ର ସିସିଏସ (ପେନସନ) ନିୟମ ଅନୁଯାୟୀ ଏକ ପୋଷ୍ୟ ସନ୍ତାନ ପାରିବାରିକ ପେନସନ ପାଇବାକୁ ଯୋଗ୍ୟ ହେବେ ନାହିଁ। ପାରିବାରିକ ପେନସନ ସୁବିଧା କେବଳ ପୁଅ ଏବଂ ଝିଅମାନଙ୍କ ମଧ୍ୟରେ ସୀମିତ ଅଟେ ଯାହା ତାଙ୍କ ଜୀବନ କାଳରେ ସରକାରୀ କର୍ମଚାରୀଙ୍କ ଦ୍ୱାରା ଆଇନଗତ ଭାବରେ ଗ୍ରହଣ କରାଯାଇଥିବ।

୧୯୯୩ ମସିହାରେ ଶ୍ରୀଧର ଚିମୁରକର ଅବସର ନେଇଥିଲେ। ୧୯୯୪ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କ ପତ୍ନୀ ମାୟା ମୋଟଘରେଙ୍କୁ ଛାଡି ଚାଲିଗଲେ, ଉଭୟଙ୍କର କୌଣସି ସନ୍ତାନ ନ ଥିଲେ। ମାୟା ପ୍ରାୟ ଦୁଇ ବର୍ଷ ପରେ ଶ୍ରୀ ରାମ ଶ୍ରୀଧର ଚିମୁରକରଙ୍କୁ ତାଙ୍କ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିଥିଲେ। ଉଭୟ ଶ୍ରୀଧର ଚିମୁରକରଙ୍କ ଘରେ ରହୁଥିଲେ।

ଏହା ପରେ, ଏପ୍ରିଲ ୧୯୯୮ ରେ, ମାୟା ଚନ୍ଦ୍ର ପ୍ରକାଶଙ୍କୁ ବିବାହ କରିଥିଲେ। ଚନ୍ଦ୍ରଙ୍କର ସ୍ତ୍ରୀଙ୍କର ମୃତ୍ୟୁ ଘଟି ସାରିଥିଲା। ମାୟା ଚନ୍ଦ୍ରଙ୍କ ସହ ନୂଆଦିଲ୍ଲୀର ଜନକପୁରୀରେ ରହିବାକୁ ଲାଗିଲେ।
ଏହା ପରେ ଶ୍ରୀ ରାମ ଶ୍ରୀଧର ଚିମୁରକର ଏକ ଚିଠି ଲେଖି ମୃତ ସରକାରୀ କର୍ମଚାରୀ ଶ୍ରୀଧର ଚିମୁରକରଙ୍କ ପରିବାରକୁ ପେନସନ ପ୍ରଦାନ କରିବାକୁ ଦାବି କରିଥିଲେ। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଯୋଗୁ ହାଇକୋର୍ଟ ଆବେଦନକାରୀଙ୍କ ଦାବିକୁ ଖାରଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri