ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଆଡ଼ମିଶନ ଆରମ୍ଭ

ଭୁବନେଶ୍ୱର,୧୯।୮: ଓଡ଼ିଶାର ସ୍କିଲ୍‌ଡ-ଇନ-ଓଡ଼ିଶା ଅଧୀନରେ ପ୍ରମୁଖ ଦକ୍ଷତା ବିକାଶ ଅନୁଷ୍ଠାନ ବିଶ୍ୱ ଦକ୍ଷତା କେନ୍ଦ୍ର (ଡବ୍ଲ୍ୟୁଏସସି) ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଅନଲାଇନ ଆବେଦନ ଆରମ୍ଭ କରିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧, ୨୦୨୫। ଯୋଗ୍ୟ ପ୍ରାର୍ଥୀଙ୍କୁ ଅନଲାଇନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ବିଶ୍ୱ ଦକ୍ଷତା କେନ୍ଦ୍ର ଦୁଇଟି ବିଭାଗ—ସ୍କୁଲ ଅଫ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ ସର୍ଭିସେସ—ଅଧୀନରେ ସାତଟି ଉନ୍ନତ ଏକବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରୁଛି। ସ୍କୁଲ ଅଫ ଇଞ୍ଜିନିୟରିଂ ଅଧୀନରେ ପ୍ରେସିଜନ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜେରେସନ, ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ପାଠ୍ୟକ୍ରମ ରହିଛି। ସ୍କୁଲ ଅଫ ସର୍ଭିସେସ ଅଧୀନରେ ବଜାରମୁଖୀ ବିୟୁଟି ଆଣ୍ଡ ଓ୍ୱେଲନେସ ପାଠ୍ୟକ୍ରମ ପ୍ରଦାନ କରାଯାଉଛି।

ଯୋଗ୍ୟତା:
ସ୍କୁଲ ଅଫ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଦୁଇ ବର୍ଷିଆ ଆଇଟିଆଇ କିମ୍ବା ତିନି ବର୍ଷିଆ ଡିପ୍ଲୋମା ଉତ୍ତୀର୍ଣ୍ଣ ପ୍ରାର୍ଥୀ ଆବେଦନ କରିପାରିବେ।

ସ୍କୁଲ ଅଫ ସର୍ଭିସେସ ପାଇଁ ପ୍ଲସ ଟୁ, ସମ୍ପୃକ୍ତ ଟ୍ରେଡରେ ଆଇଟିଆଇ, କିମ୍ବା ଯେ କୌଣସି ବିଷୟରେ ଡିପ୍ଲୋମା ଉତ୍ତୀର୍ଣ୍ଣ ପ୍ରାର୍ଥୀ ଆବେଦନ କରିପାରିବେ।

ଆଇଟିଇଇଏସ ସିଙ୍ଗାପୁର ସହଯୋଗରେ ପ୍ରଦାନ କରାଯାଉଥିବା ଏହି ତାଲିମ ବିଶ୍ୱମାନର ଶିକ୍ଷଣ ପଦ୍ଧତି, ହାତେକାମ ଶିକ୍ଷା, ଏବଂ ଶିଳ୍ପ ଅନୁଯାୟୀ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥାଏ। ଛାତ୍ରଛାତ୍ରୀମାନେ ଜୀବନ ଓ ନିଯୁକ୍ତି ଦକ୍ଷତା ଯଥା ଯୋଗାଯୋଗ, ବ୍ୟକ୍ତିତ୍ୱ ବିକାଶ, ଏବଂ ଡିଜିଟାଲ ସାକ୍ଷରତା ଉପରେ ମଧ୍ୟ ତାଲିମ ପ୍ରାପ୍ତ କରନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ର ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ସୁବିଧା, ୟୁନିଫର୍ମ, ଲଜିଷ୍ଟିକ ସମର୍ଥନ, ଏବଂ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନୀଗୁଡ଼ିକରେ ନିଯୁକ୍ତି ସହାୟତା ପ୍ରଦାନ କରୁଛି। ଏହି କେନ୍ଦ୍ରର ଫିନିସିଂ ସ୍କୁଲ ମଡେଲରେ ଗଢ଼ାଯାଇଥିବା ବିଶ୍ୱମାନର ତାଲିମ ଭିତ୍ତିଭୂମି ଯୁବବର୍ଗଙ୍କ ଦକ୍ଷତାକୁ ଶାଣିତ କରି ସେମାନଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରୁଛି। ନିଯୁକ୍ତି ସହାୟତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଖ୍ୟାତିସମ୍ପନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନୀଗୁଡ଼ିକରେ ଯୋଗଦେବାର ସୁଯୋଗ ପାଉଛନ୍ତି।

ଆବେଦନ ପ୍ରକ୍ରିୟା:
ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.org ମାଧ୍ୟମରେ ସିଧାସଳଖ ଅନଲାଇନ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ସମ୍ପର୍କରେ ଅଧିକ ସୂଚନା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦ ୨୬୬ ୬୦୦୨ରେ ଯୋଗାଯୋଗ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri