Posted inଜାତୀୟ

ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟ ଆପତ୍ତିଜନକ ପୋଷ୍ଟ୍‌ କଲେ ଦାୟୀ ନୁହନ୍ତି ଆଡମିନିଷ୍ଟ୍ରେଟର, ହାଇକୋର୍ଟ…

ଚେନ୍ନାଇ, ୨୭।୧୨: ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟଙ୍କ ଦ୍ୱାରା କରାଯାଉଥିବା ଆପତ୍ତିଜନକ ପୋଷ୍ଟ୍‌ ପାଇଁ ଆଡମିନିଷ୍ଟ୍ରେଟର ଦାୟୀ ହେବେ ନାହିଁ। ମାଡ୍ରାସ୍‌ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ବିଚାରପତି ଜି.ଆର୍‌. ସ୍ବାମୀନାଥନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯଦି ତଦନ୍ତରେ ଜଣାପଡ଼େ ଆଡମିନିଷ୍ଟ୍ରେଟରଙ୍କର କୌଣସି ସମ୍ପୃକ୍ତି ନାହିଁ ତେବେ ତାଙ୍କୁ ଆପତ୍ତିଜନକ କଣ୍ଟେଟ୍‌ ପାଇଁ ଅଭିଯୁକ୍ତ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ‘କରୁର୍‌ ଲୟରର୍ସ’ ନାମକ ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ ପକ୍ଷରୁ ଦାଖଲ କରାଯାଇଥିବା ଏକ ମାମଲାର ବିଚାର ସମୟରେ ମାଡ୍ରାସ୍‌ ହାଇକୋର୍ଟର ମଦୁରାଇ ବେଞ୍ଚ୍‌ ପକ୍ଷରୁ ଏଭଳି କୁହାଯାଇଛି।

ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବୃଦ୍ଧି କରୁଥିବା କଣ୍ଟେଟ୍‌ ପଛିୟାପ୍ପନ୍‌ ନାମକ ଜଣେ ସଦସ୍ୟଙ୍କ ଦ୍ୱାରା କରାଯାଇଥିଲା। ଏନେଇ ଗ୍ରୁପ୍‌ ଆଡମିନିଷ୍ଟ୍ରେଟରଙ୍କ ବିରୋଧରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ଏବଂ ଆପିତ୍ତିଜନକ କଣ୍ଟେଟ୍‌ ବ୍ୟବହାର ପାଇଁ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୫୩-ଏ ଏବଂ ୨୯୪-ବି ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା।

ଅଭିଯୁକ୍ତଙ୍କକ ତାଲିକାରୁ ନାମ ହଟାଇବା ଲାଗି ଗ୍ରୁପ୍‌ ଆଡମିନିଷ୍ଟ୍ରେଟର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାଡ୍ରାସ୍‌ ହାଇକୋର୍ଟ ୨୦୨୧ରେ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ରାୟ ଆଧାରରେ କହିଛନ୍ତି ଯେ,ଏଭଳି କ୍ଷେତ୍ରରେ ଗ୍ରୁପ୍‌ ଆଡମିନିଷ୍ଟ୍ରେଟରଙ୍କର କୌଣସି ଦାୟିତ୍ୱ ନାହିଁ। ତାଙ୍କୁ ଏନେଇ ଅଭିଯୁକ୍ତ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। କାରଣ ସେ ଗ୍ରୁପ୍‌ର କେବଳ ଜଣେ ଆଡମିନିଷ୍ଟ୍ରେଟର। ଏନେଇ ତାଙ୍କୁ ଉତ୍ତରଦାୟୀ କରିହେବ ନାହିଁ। ଗ୍ରୁପ୍‌ ସଦସ୍ୟଙ୍କ କୌଣସି ଆପତ୍ତିଜନକ କାର୍ଯ୍ୟ ସେ ପୂର୍ବରୁ ଜାଣିବା ପ୍ରାୟ ଅସମ୍ଭବ।

କେବଳ ଗ୍ରୁପ୍‌ ସଦସ୍ୟଙ୍କୁ ସଂଯୁକ୍ତ କରିବା ଅବା ହଟାଇବା ଭଳି ସୀମିତ ଶକ୍ତି ଗ୍ରୁପ୍‌ ଆଡମିନିଷ୍ଟ୍ରେଟରଙ୍କ ପାଖରେ ରହିଥାଏ। ତେବେ କୌଣସି ପୋଷ୍ଟକୁ ନିୟନ୍ତ୍ରିତ, ମଡୋରେଟ୍‌ ଅବା ସେନସର କରିବା ଶକ୍ତି ଗ୍ରୁପ୍‌ ଆଡମିନିଷ୍ଟ୍ରେଟରଙ୍କ ପାଖରେ ନ ଥାଏ। ସେହିପରି ଯେ କୌଣସି ସଦସ୍ୟ ନିଜ ଇଛା ଅନୁସାରେ ଗ୍ରୁପ୍‌ରୁ ବାହାରି ଯାଇଥାନ୍ତି ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri